ପାରିବାରିକ କଳହର କରୁଣ ପରିଣତି , ସ୍ତ୍ରୀ କୁ ହତ୍ୟାକଲା ସ୍ବାମୀ ।
ଦଶପଲ୍ଲା : - ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି ନାରୀ ନିର୍ଯ୍ୟାତନା । ଗତକାଲି ନୟାଗଡ଼ ଜିଲ୍ଲା ଗଣିଆ ଥାନା ବେଲପଡା ପାଟଣା ପଂଚାୟତସ୍ଥିତ ବେଲପଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ! ସୂଚନା ମୁତାବକ ଦଶପଲ୍ଲା ଏନ୍ ଏ ସି ଅନ୍ତର୍ଗତ ହରିଡାବାଡି ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ଝିଅ ସୋନାଲି ସାହୁ, ଗଣିଆ ଥାନା ଅନ୍ତର୍ଗତ ବେଲପଡାଗ୍ରାମର ରାଜନ କୁମାର ସାହୁଙ୍କୁ ସାତ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିବାବେଳେ ,ତାଙ୍କର ପାଞ୍ଚ ବର୍ଷ ଓ ଆଠ ମାସର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । ବିଭିନ୍ନ ସମସ୍ୟା କୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଯାହାର ପରିମାଣ ସୁରୂପ ଗୁରୁବାର ଭୋର ସମୟରେ ସୋନାଲିକୁ ସ୍ବାମୀ ରାଜନ ଓ ନଣନ୍ଦ,ନଣନ୍ଦେଇ, ଶାଶୁ, ଶ୍ବଶୁର ମିଶି ,ମାରି ଦଉଡ଼ିରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଥିଲେ ଝିଅର ମା ସସ୍ମିତା ସୋନାଲିକୁ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମଧୁସୂଦନ ଦାସ ସୋନାଲିଙ୍କୁ ମୃତ ଘୋଷଣା କରିଥିଲେ । ଏମ୍ ଓ ଆଇ ସି ଥାନାକୁ ଅବଗତ କରାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ସ୍ବାମୀ ରାଜନ କୁମାର ସାହୁଙ୍କୁ ଥାନାରେ ଅଟକ ରଖି ,ପଚରା ଉଚରା କରୁଥିବା ବେଳେ ଶବକୁ ଜବତ କରିବା ସହ , ଶବ ବ୍ୟବଛେଦ ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିବାବେଳେ, ହତ୍ୟାକାଣ୍ଡ ର ବିଭିନ୍ନ ଦିଗ ଉପରେ ତଦନ୍ତ ଜାରୀ ରଖିଛନ୍ତି । ମୃତା ସୋନାଲିକଂ ପରିବାର ହତ୍ୟାକାରୀ ସ୍ବାମୀ କୁଂ କଠିନ ଦଣ୍ଡରେ ଦଣ୍ଡିତ କରିବାକୁ ଦାବୀ କରିଥିବା ବେଳେ ନାବାଳକ ଶିଶୁ ଦୁଇକଂର ଭରଣ ପୋଷଣ ଓ ଲାଳନ ପାଳନ କୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।