ହିତାଧିକାରୀଙ୍କୁ ବଣ୍ଟା ନ ଯାଇ , ଟାକରା କୋଠଘରେ ଖତ ଖାଉଛି ବସ୍ତା ବସ୍ତା ଚାଉଳ ।

ହିତାଧିକାରୀଙ୍କୁ ବଣ୍ଟା ନ ଯାଇ , ଟାକରା କୋଠଘରେ ଖତ ଖାଉଛି ବସ୍ତା ବସ୍ତା ଚାଉଳ ।

ହିତାଧିକାରୀଙ୍କୁ ବଣ୍ଟା ନ ଯାଇ , ଟାକରା କୋଠଘରେ ଖତ ଖାଉଛି ବସ୍ତା ବସ୍ତା ଚାଉଳ ।


ଦଶପଲ୍ଲା : -  ( ବାଣୀଗୋଛା ରୁ ସୁବାଷ ଚନ୍ଦ୍ର ବାରିକ କଂ ରିପୋର୍ଟ )  ଗତ ଶନିଵାର,ରାତି ୮ ଘଟିକା ସମୟ ରେ ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତ ପାଇଁ ଟାକାରା ଗ୍ରାମର କୋଠଘରେ ଚାଉଳ ଅନଲୋଡିଂ ହେବାକୁ ଆସିଥିବା ବେଳେ,ଟାକରା ଗ୍ରାମ ର ଅନେକ ଅଧିବାସୀ ଏହାକୁ ବିରୋଧ କରିବାରୁ ଚାଉଳ ଫେରି ଯାଇଥିଲା । ସୂଚନା ମୁତାବକ ସେଠାରେ ପୂର୍ବରୁ ୭୫ ବସ୍ତା ଚାଉଳ,୫ ରୁ ୬ ବସ୍ତା ଗହମ ମହଜୁଦ ଥିବାବେଳେ ସେ ଚାଉଳ ପ୍ରାୟତଃ ପୋକଖାଇ ନଷ୍ଟ ହୋଇଯାଇଛି । ଗ୍ରାମବାସୀ କଂ କହିବା କଥା ,ଉକ୍ତ ଚାଉଳ କୁ ୮ ମାସ ରୁ ଉର୍ଦ୍ଧ୍ଵ ସମୟ ହେବ ବଣ୍ଟା ନଯାଇ କାହିଁକି ଓ କିପରି ଭାବରେ ଏଠାରେ ଏମିତି ରଖାଯାଇଛି ? ତୁମାଣ୍ଡି ଏବଂ ଟାକରା କୁ ଆସିଥିବା ଚାଉଳ ର ରିସିଭିଂ ଅଧିକାରୀ ଘଟଣା ସ୍ଥଳ ରେ ନଥିବାବେଳେ P.O ମୁରଲୀଧର ବାରିକ ଙ୍କ କହିବା ଅନୁଯାୟୀ ଚାଉଳ ରିସିଭି କରିବାପାଇଁ BDO ଆମକୁ କାର୍ଯ୍ୟ ବ୍ୟସ୍ତତା ରେ ଛନ୍ଦି ଦେଉଛନ୍ତି ଆମେ ସବୁକାମ ଆମେ କିପରି କରିବୁ, ତେଣୁ କିଛିକାମ ପାଇଁ ଆମେପିଲା ନିଯୁକ୍ତ କରିଛୁ । ତେଣୁ ଏଠି ପ୍ରଶ୍ନ ଉଠୁଛି, ଏହି ବଳକା ଚାଉଳ କାହାର ଏବଂ ଚାଉଳ ବଳିଲା କିପରି ? ଏହା କେବେକାର ଚାଉଳ ? ଏହି ସମ୍ବେଦନଶୀଳ ଘଟଣାର ସଠିକ୍ ତଦନ୍ତ କରିବାକୁ ସର୍ବସାଧାରଣରେ ଦାବୀ ହେଉଛି ।

Post a Comment

Please Select Embedded Mode To Show The Comment System.*

Previous Post Next Post