ବ୍ରାହ୍ମଣ ମହାସଂଘ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ସାଂଗଠନିକ ବୈଠକ ଅନୁଷ୍ଠିତ ।
ଭୂବନେଶ୍ୱର ( ନିଉଜ୍ ଆଙ୍କର ଶିବନୀ ଦୀପାଞ୍ଜଳୀଙ୍କ ରିପୋର୍ଟ ) : ବ୍ରାହ୍ମଣ ମହାସଂଘ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଶାଖା, ବ୍ରାହ୍ମଣ ମହାସଂଘ ଓଡ଼ିଶାର ପ୍ରଥମ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ସ୍ଥିତ ଶୈଳଶ୍ରୀବିହାରର ମାତା ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି। ଯାହାକି ଅତ୍ୟନ୍ତ ସୁନ୍ଦର କାର୍ଯ୍ୟକ୍ରମ ଭାବେ ପରିଚାଳିତ ହୋଇଅଛି।
ଗତକାଲିର ବ୍ରାହ୍ମଣ ମହାସଂଘ ଓଡ଼ିଶାର ପ୍ରଥମ ଜିଲ୍ଲାସ୍ତରୀୟ ବୈଠକରେ ବ୍ରାହ୍ମଣ ମହାସଂଘ ଓଡ଼ିଶାର ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମିଶ୍ର ମହୋଦୟ, ଉପଦେଷ୍ଟା ଶ୍ରୀଯୁକ୍ତ ପଞ୍ଚାନନ ସୁନ୍ଦର ପାଣି ମହୋଦୟ ତଥା ବରିଷ୍ଠ ସଦସ୍ୟ ଶ୍ରୀଯୁ୍କ୍ତ ମାନସ ରଞ୍ଜନ ମହାପାତ୍ର ମହୋଦୟ ତଥା ଖୋର୍ଦ୍ଧା ଜିଲ୍ଲାର ବରିଷ୍ଠ ବ୍ରାହ୍ମଣଦେବତାମାନେ ଓ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାଶଙ୍କୁ ତଥା ଉପସ୍ଥିତ ସମସ୍ତ ବ୍ରାହ୍ମଣଦେବତାଙ୍କୁ ବ୍ରାହ୍ମଣ ମହାସଂଘ ଓଡ଼ିଶା ପକ୍ଷରୁ ଏପରି ଏକ ସୁନ୍ଦର ପ୍ରୟାସ ପାଇଁ ଅଶେଷ ଅଶେଷ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ଗତକାଲିର ପ୍ରଥମ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକରେ ବ୍ରାହ୍ମଣ ମହାସଂଘ ଓଡ଼ିଶାର ସଭାପତି ମହୋଦୟ, ଉପଦେଷ୍ଟା ଶ୍ରୀଯୁକ୍ତ ପଞ୍ଚାନନ ସୁନ୍ଦର ପାଣି ମହୋଦୟ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ମାନସ ରଞ୍ଜନ ମହାପାତ୍ର ମହୋଦୟଙ୍କ ଅଭିଭାଷଣ ବହୁତ ହୃଦୟସ୍ପର୍ଷି ଥିଲା। ବ୍ରାହ୍ମଣ ମହାସଂଘ ଓଡ଼ିଶାର ସମ୍ପାଦକ ମହୋଦୟ ଅସୁସ୍ଥତା କାରଣରୁ ଯୋଗଦାନ କରିପାରିନଥିଲେ ମଧ୍ୟ ଦୃଶ୍ୟମାନ ଦୂର ସମ୍ମେଳନ ମାଧ୍ୟମରେ କାଲିର ପ୍ରଥମ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକରେ ଯୋଗଦାନ କରି ବୈଠକକୁ ସମ୍ବୋଧନ କରିଥିଲେ।
ବାସ୍ତବରେ ଗତକାଲିର ଅନୁଷ୍ଠିତ ବୈଠକରେ ଶତାଧିକ ବ୍ରାହ୍ମଣଦେବତାଙ୍କ ଯୋଗଦାନ କରିଥିବାରୁ ବ୍ରାହ୍ମଣ ମହାସଂଘ ଓଡ଼ିଶାରେ ନୂତନ ଆଶା, ଆତ୍ମବିଶ୍ବାସ, ଉତ୍ସାହ ଓ ଉଦ୍ଦୀପନାରେ ଭରିଦେଇଛି। ବ୍ରାହ୍ମଣ ମହାସଂଘ ଓଡ଼ିଶା ପକ୍ଷରୁ ଆଗାମୀ ଦିନରେ ବ୍ରାହ୍ମଣ ମହାସଂଘ ଓଡ଼ିଶା ପକ୍ଷରୁ ଏଭଳି ପଦକ୍ଷେପ ଅଧିକରୁ ଅଧିକ ଗ୍ରହଣ କରାଯିବ ଏବଂ ସମଗ୍ର ଉତ୍କଳ ପ୍ରଦେଶର ସମ୍ପୂର୍ଣ୍ଣ ତିରିଶଗୋଟି ଜିଲ୍ଲାର କୋଣ ଅନୁକୋଣରେ ବ୍ରାହ୍ମଣ ମହାସଂଘ ଓଡ଼ିଶା ପହଞ୍ଚିବ ଓ ବ୍ରାହ୍ମଣ ମହାସଂଘ ଓଡ଼ିଶାର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପ୍ରତିଫଳିତ କରିବା ସହିତ ପ୍ରତ୍ୟେକ ବ୍ରାହ୍ମଣଦେବତାଙ୍କ ପାଇଁ ପ୍ରତ୍ୟେକ ବ୍ରାହ୍ମଣଦେବତାଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ସଙ୍ଘର୍ଷ କରିବ ଏବଂ ସ୍ୱର ଉତ୍ତୋଳନ କରୁଛି କରିବ। ବ୍ରାହ୍ମଣ ମହାସଂଘ ଓଡ଼ିଶା ସମସ୍ତ ବ୍ରାହ୍ମଣ ଦେବତାଙ୍କୁ ଆହ୍ବାନ ପୁର୍ବକ, ବ୍ରାହ୍ମଣ ମହାସଂଘ ଓଡ଼ିଶା ଆଉ କେତେଦିନ ସୁପ୍ତ ଅବସ୍ଥାରେ ରହିବ , ସମୟ ଆସିଛି ଜାଗ୍ରତ ହେବାକୁ ସମସ୍ତ ବ୍ରାହ୍ମଣଦେବତାଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର, ଅବହେଳାର ପ୍ରତିବାଦ କରିବାକୁ ସର୍ବ ସମ୍ମତି କ୍ରମେ ସ୍ଥିର କରାଯାଇଥିଲା ।