ନିର୍ଯ୍ୟାତିତା ମହିଳା କୁଂ ବନ୍ଦ କୋଠରୀ ରୁ ଉଦ୍ଧାର କଲେ ବାଣୀଗୋଛା ଥାନାଧିକାରୀ ।

ନିର୍ଯ୍ୟାତିତା ମହିଳା କୁଂ ବନ୍ଦ କୋଠରୀ ରୁ ଉଦ୍ଧାର କଲେ ବାଣୀଗୋଛା ଥାନାଧିକାରୀ ।



ଦଶପଲ୍ଲା : - ନୟାଗଡ଼ ଜିଲ୍ଲା,ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣୀଗୋଛା ଥାନା ଗୁର୍ହା ଗ୍ରାମରୁ ଜଣେ ନିର୍ଯ୍ୟାତିତା ମହିଳା କୁଂ ବନ୍ଦ କୋଠରୀ ଭିତରୁ ଉଦ୍ଧାର କରିଛି ବାଣୀଗୋଛା ପୋଲିସ୍ । ପ୍ରାପ୍ତ ସୂଚନା ଅନୁସାରେ, ଗୁର୍ହା ଗ୍ରାମର ପ୍ରକାଶ ନାୟକ ପ୍ରାୟ ଦୁଇବର୍ଷ ତଳେ ,ସନ୍ତୋଷିନୀ ବେହେରାଙ୍କୁ ପ୍ରେମ ବିବାହ କରିଥିଲାବେଳେ ତାକଂର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । କିନ୍ତୁ ଦୁଇମାସ ତଳେ ପ୍ରକାଶ ,ସନ୍ତୋଷୀନି କୁଂ ବିଭିନ୍ନ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ୍ କରିବା ସହିତ ମାର୍ ଧର୍ ଆରମ୍ଭ କରିଦେଇଥିଲେ । ବାରମ୍ବାର ସନ୍ତୋଷୀନି କୁଂ ବାପଘରୁ ମୋଟା ଅଂକର ଯୈତୁକ ନ ଆଣିଲେ, ଜୀବନରେ ମାରିଦେବାକୁ ଧମକ୍ ଦେବାକୁ ଧମକ୍ ମଧ୍ୟ ଦେଉଥିଲେ । ହେଲେ ତାଙ୍କ ବାପଘର ମୋଟା ଅଂକର ଯୈତୁକ ଦେବା କୁ ଅକ୍ଷମ ବୋଲି ସନ୍ତୋଷୀନି କହିବାରୁ କିଛିଦିନହେବ, ପ୍ରକାଶ ସନ୍ତୋଷୀନି କୁଂ ଭୟକଂର ମାଡ଼ମାରିବା ସହିତ ବ୍ଲେଡ୍ ରେ ଶରୀର ର ବିଭିନ୍ନ ସ୍ଥାନକୁ, ଅତି ଅମାନୁଷିକ ଭାବରେ କାଟି ଏକ କୋଠରୀ ଭିତରେ ବନ୍ଦ ରଖି, ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହିତ, ତାକଂ ମୁଣ୍ଡ ନଣ୍ଡା କରି ଦେଇଥିଲେ । ସାହି ପଡିଶା ଏହାର ପ୍ରତିବାଦ କରିବାରୁ, ପ୍ରକାଶ ସାହି ପଡିଶାକୁଂ ମଧ୍ଯ ଧମକ୍ ଦେଇଥିଲେ । ଗତ ଦୁଇଦିନ ତଳେ ପ୍ରକାଶ ଉତକ୍ଷିପ୍ତ ହୋଇ, ସନ୍ତୋଷୀନି କଂ ମୁଣ୍ଡରେ ପଥର ପକାଇ ଜୀବନରେ ମାରିଦେବାକୁ ଚେଷ୍ଟା କରୁଥିବାବେଳେ, ସନ୍ତୋଷିନୀ କୈଶଳ କ୍ରମେ,  ଶ୍ବଶୁର କୁଂ ଜଣାଇବା ପରେ,ଶ୍ବଶୁର ବାଣୀଗୋଛା ଥାନା ଅଧିକାରୀ କୁଂ ଜଣାଇଥିଲେ । ବାଣୀଗୋଛା ପୋଲିସ୍ ଷନ୍ତୋଷିନୀ କୁଂ ବନ୍ଦ କୋଠରୀ ରୁ, ଅତ୍ୟନ୍ତ ଦୟନୀୟ ଓ ଆହତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିବାବେଳେ , ଅଭିଯୁକ୍ତ ପ୍ରକାଶ ଫେରାର୍ ଥିଲା । ଆଜି ବାଣୀଗୋଛା ଥାନାଧିକାରୀ ସଂଜୟ କୁମାର ମଲ୍ଲିକ , ବିଶ୍ବସ୍ଥ ସୁତ୍ରରୁ ଖବରପାଇ, ଅଭିଯୁକ୍ତ ପ୍ରକାଶ କୁ ଏକ ବାଇଗଣ ବାଡିରୁ ଗିରଫ କରିଛନ୍ତି । ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ବାଣୀଗୋଛା ଥାନାଧିକାରୀ ସୂଚନା ଦେଇଛନ୍ତି ।

Post a Comment

Please Select Embedded Mode To Show The Comment System.*

Previous Post Next Post