ଦୋକାନକୁ ଚୋରି କରିବାକୁ ଆସି cctv ଭାଙ୍ଗି ଚମ୍ପଟ୍ଟ ମାରିଲେ ତିନି ଚୋର !

ଦୋକାନକୁ ଚୋରି କରିବାକୁ ଆସି cctv ଭାଙ୍ଗି ଚମ୍ପଟ୍ଟ ମାରିଲେ ତିନି ଚୋର !



କେନ୍ଦ୍ରାପଡ଼ା: 06/09/2022(ରିପୋର୍ଟ: ପ୍ରକାଶ କୁମାର ମଲ୍ଲିକ ଓ ଅଶ୍ୱିନ କୁମାର ସ୍ୱାଇଁ):  କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅନ୍ତର୍ଗତ  ଖମୋଳ ପଞ୍ଚାୟତ ବଡ଼ଫୋଗଳ ଗ୍ରାମରେ ଦେଖିବାକୁ ମିଳିଚି ଏଭଳି ଘଟଣା...!

ପୂର୍ବରୁ ଦୁଇ ଥର ଦୋକାନ ରୁ ଟଙ୍କା ଓ ଜିନିଷ ପତ୍ର ଚୋରି ହୋଇଥିଲା, ହେଲେ ଦୋକାନୀ ଜଣଙ୍କ ଭିନକ୍ଷମ ହୋଇଥିବାରୁ ଚୋରକୁ ଧରିବାରେ ଅସମର୍ଥ ହୋଥିଲେ..!
ହେଲେ ବାରମ୍ବାର ଏଭଳି ହେବାପରେ ଦୋକାନୀ ଜଣଙ୍କ ଦୋକାନ ବାହାରେ ସିସିଟିଭି କ୍ୟାମେରା ଲଗାଇଥିଲେ
ଗତକାଲି ବିଳମ୍ବିତ ଏହି ଗ୍ରାମର ତିନିଜଣ ଦୃବୁତ ଆସି ଦୋକାନ ଆଗରେ ଥିବା ସିସିଟିଭି କ୍ୟାମେରା କୁ ଭାଙ୍ଗି ଦୋକାନରେ 
ପଡ଼ିଥିବା ତାଲା କୁମଧ୍ୟ୍ୟ ଭାଙ୍ଗି ଦେଇଥିଲେ
ତାଲା ଭାଙ୍ଗିବାର ଶବ୍ଦଶୁଣି ଦୋକାନ ମାଲିକ ଆସିଲା ବେଳେକୁ ତିନି ଜଣ ଦୃବୁତ ସେଠାରୁ ଖସି ପଳାଇଯାଇଥିବା ସୂଚନା ମିଳିଥିବା ବେଳେ ଏହି ଗ୍ରାମର ଅମ୍ବିକା ଶତପଥି, ଆଳୟ ମଲ୍ଲ, ଦିଗାମ୍ବର ପଣ୍ଡା, ନିକଟରେ ଥିବା ଅଙ୍ଗନୱାଡି କେନ୍ଦ୍ରରୁ tv ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି
କରିଥିବା ନେଇ ଡେରାବିଶ ଥାନାରେ ଦୋକାନ ମାଲିକ ଦେବେନ୍ଦ୍ର ଶତପଥି ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଚି...!
ଏହି ଘଟଣା କୁ କେନ୍ଦ୍ରକରି ତିନି ଦୃବୁତ ଦୋକାନ ମାଲିକ ଦେବେନ୍ଦ୍ର ଶତପଥିଙ୍କୁ ଯଦି ଥାନାରେ ଜଣେଇଲୁ ତେବେ ଜୀବନ ରୁ ମାରିଦେବା କୁ ଧମକ ଦେଇଛନ୍ତି ତିନି ଦୃବୁତ..!
ପୋଲିସ ତଦନ୍ତ ପରେ କଣ ହେଉଛି ଏହି ତିନି ଜଣ ପ୍ରତି କାଯ୍ୟାନୁଷ୍ଟାନ ତାହା ହିଁ ଦେଖିବା ବାକି।

Post a Comment

Please Select Embedded Mode To Show The Comment System.*

Previous Post Next Post