ଆଞ୍ଚଳିକ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଆଞ୍ଚଳିକ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ



ଗଣିଆ :- (ମାନସ ରଞ୍ଜନ ଦାସ ୦୯.୦୯.୨୨) ଗଣିଆ ବ୍ଲକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ  ବ୍ଲକର ସମସ୍ତ  କାଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଶୁକ୍ରବାର ଅପରାହ୍ନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି! ଗଣିଆ ବ୍ଲକରେ ଦୁଇ ଭାଗରେ ବିଭକ୍ତ ହୋଇଥିବା ସାମ୍ବାଦିକ ମାନେ  ଅଖିଳ ବିହାରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏଜଜୁଟ ହୋଇ ସାମ୍ବାଦିକ ସଂଘକୁ ଏକ ନୂତନ ରୂପରେଖ ଦେବାପାଇଁ ସହମତି ପ୍ରକାଷ କରିଥିଲେ !ଉଭୟ ଗୋଷ୍ଠିର ମନମାଳିନ୍ୟକୁ ଦୂର କରି ସମସ୍ତେ ଗୋଟିଏ ସଂଘରେ ରହିବା ସହିତ  ଗଣିଆ ବ୍ଲକକୁ ବିକାଶ ଧାରାରେ ଆଗେଇନେବା ପାଇଁ ସଂକଳ୍ପବଧ  ହୋଇଥିଲେ ! ତେବେ ସମସ୍ତଙ୍କ ସହାମତିକ୍ରମେ ଆଞ୍ଚଳିକ ସାମ୍ବାଦିକ ସଙ୍ଘ  ନାମରେ ନାମିତ କରିବା ସହ  ସଙ୍ଘକୁ ଆଗେଇ ନେବାପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା !ସଭାପତି ଭାବେ  ଅଖିଳ ବିହାରୀ ପାଣିଗ୍ରାହୀ ଉପସଭାପତି ଭାବେ ସମୀର କୁମାର ବେହେରା, ସମ୍ପାଦକ  ସନ୍ତୋଷ କୁମାର ପ୍ରଧାନ , ସହ ସମ୍ପାଦକ ମନୋରଞ୍ଜନ ମଲ୍ଲିକ, କୋଷାଧକ୍ଷ ଅଜୟ କୁମାର ଲେଙ୍କାଙ୍କୁ ଚୟନ କରାଯାଇଥିଲା!ଏଥି ସହିତ  ଉପଦେଷ୍ଟା କମିଟିରେ  ଦେବୀପ୍ରସାଦ ଦାସ, ବିଶ୍ୱରଞ୍ଜନ ସେଠି , ସୁଦାମ ଚରଣ ପରିଡା , ଅଶୋକ କୁମାର ବେହେରା ଓ ପ୍ରତାପ କୁମାର ରାଉତଙ୍କୁ ଚୟନ କରାଯାଇଥିଲା ! ତେବେ ସଭାପତି ଅଖିଳ କୁମାର ପାଣିଗ୍ରାହୀଙ୍କ ଏଭଳି ପ୍ରୟାସକୁ ସାମ୍ବାଦିକ ସଙ୍ଘ, ବ୍ଲକ ପ୍ରଶାସନ, ଜନପ୍ରତିନିଧିଙ୍କ ପକ୍ଷରୁ  ସାଧୁବାଦ ଦିଆଯାଇଥିଲା ! ଗଣିଆ ବ୍ଲକ ରେ ସାମ୍ବାଦିକ ସଙ୍ଘ ଏକତ୍ରିତ ହେବାପରେ ଗଣିଆ ଅଞ୍ଚଳରେ ଶୁଭେଛୁ ମାନଙ୍କର ସୁଅ ଛୁଟିବାରେ ଲାଗିଛି !

Post a Comment

Please Select Embedded Mode To Show The Comment System.*

Previous Post Next Post