ଛାତ୍ରୀଙ୍କ ଆତ୍ମହତ୍ୟାର ୯ଦିନ ପରେ ପୋଲିସର ତଦନ୍ତ ଆରମ୍ଭ, ତଦନ୍ତର ସ୍ୱଛତା ଉପରେ ଉଠିଲା ପ୍ରଶ୍ନ |
ଦିନକୁ ଦିନ ରାଜ୍ୟରେ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି ସେଥିମଧ୍ୟରୁ ୮୦ ପ୍ରତିଶତ କଲେଜ ଛାତ୍ରୀ ମାନେ ଆତ୍ମହତ୍ୟା କରିଥିବାର ଘଟଣା ସାମ୍ନା କୁ ଆସୁଛି। ଏହିପରି ଏକ ଦୁଃଖଦ ଘଟଣା ଘଟିଯାଇଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ପଂଚାୟତର କାଳିଦାସ ଗାଁ'ରେ |
ଗତ ୩0 ତାରିଖ ସନ୍ଧ୍ୟାରେ ଏହି ଗ୍ରାମରେ ଘରଭଡା ନେଇ ରହୁଥିବା ମନୋଜ କୁମାର ଦାସଙ୍କ କଲେଜ ପଢୁଆ ମେଧାବୀ ଛାତ୍ରୀ ବଡଝିଅ ମନୀଷା ଦାସ ନିଜର ଓନି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ୯ ଦିନ ହେଲା ଝିଅକୁ ହରାଇ ମା' ଝିଅର ଫଟୋ କୁ ଧରି ଗୁମୁରି ଗୁମୁରି କାନ୍ଦୁଥିବା ବେଳେ ,ବାପା କପାଳରେ ହାତ ମାରି କାନ୍ଦୁଛି। ଘଟଣା ପରେ ସ୍ଥାନୀୟ ଲୋକେ ପ୍ରଥମେ ମନିସାଙ୍କୁ ଏକ ଘରୋଇ ଡାକ୍ତର ଖାନା ଓ ପରେ ପରେ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ |ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ସ୍ଥାନୀୟ ନିଶ୍ଚିନ୍ତକୋଇଲି ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିଲା |
ଅପର ପକ୍ଷେ ନିଶ୍ଚିନ୍ତକୋଇଲି ପୋଲିସ ପ୍ରଥମେ ଅପମୃତ୍ୟୁ ମାମଲା କରିଥିବା ବେଳେ ପରେ ପରିବାର ଲୋକେ ଏହି ଆତ୍ମହତ୍ୟା ପାଇଁ ସ୍ଥାନୀୟ ସେକେ ହସନ୍ ନାମକ ଜଣେ ଯୁବକର ହାତ ଥିବା କଥା ଲିଖିତ ଆକାରରେ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ |
ହେଲେ ଏ ସେକ୍ ହୁସେନ କିଏ ? ମନିଷାଙ୍କ ସହ କି ପ୍ରକାର ଥିଲା ସଂପର୍କ ? ମନିଷାଙ୍କ ଆତ୍ମହତ୍ୟା ପାଇଁ କ'ଣ ହୁସେନ ଦାୟି ନା, ଏହା ପଛରେ ଏକାଧିକ ବ୍ୟକ୍ତିଙ୍କ ହାତ ଅଛି ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଉଠିଛି ମୃତକ ପରିବାରଙ୍କ ମନରେ। ପୋଲିସ ଆତ୍ମହତ୍ୟା ରହସ୍ୟର ପର୍ଦ୍ଧାଫାଶ କରିବତ । କାରଣ ଆତ୍ମହତ୍ୟା ଘଟଣାର ୯ ଦିନ ପରେ ପୋଲିସ ଆସୁଛି ଘଟଣା ସ୍ଥଳକୁ ତଦନ୍ତ କରିବାକୁ। ଏଠି ସମସ୍ତ ଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ। ନିଶ୍ଚିନ୍ତକୋଇଲି ଥାନା ପୋଲିସ ଘଟଣା ସ୍ଥଳରେ ସରଜମିନ୍ ତଦନ୍ତ କରି ଫେରି ଯାଇଥିବା ବେଳେ ଆତ୍ମହତ୍ୟା କରିଥିବା କଲେଜ୍ ଛାତ୍ରୀକୁ କେବେ ନ୍ୟାୟ ମିଳିବ, ତାକୁହିଁ ଅପେକ୍ଷା ମୃତ ଛାତ୍ରୀଙ୍କ ପରିବାରର।
ନିଶ୍ଚିନ୍ତକୋଇଲି ଥାନା ପୋଲିସ ୧୫୦/୨୦୨୨ ରେ କେଶ୍ କରି ୩୦୬,୩୪ ଆଇପିସି ଧାରା ରେ ମାମଲା କରି ତଦନ୍ତ ଜାରି ରଖିଛି। ବାକି ରହିଲା ଦେଖିବାକୁ ପୋଲିସର ତଦନ୍ତ ପରେ ଆତ୍ମହତ୍ୟାର ମୁଖ୍ୟ କାର୍ପଟଦାର ପୋଲିସ ପଞ୍ଜା କୁ ଆସୁଛି ନା, ମେଧାବୀ ଛାତ୍ରୀ ମନୀଷା ଆତ୍ମହତ୍ୟା ଘଟଣା ଫାଇଲି ତଳେ ଚାପି ହୋଇ ଯାଉଛି |