ଛାତ୍ରୀ ମନୀଷା ଆତ୍ମହତ୍ୟା ର ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚର ଦ୍ୱାରସ୍ଥ ହେଲେ ପରିବାର
ନିଶ୍ଚିନ୍ତକୋଇଲି: 12/09/2022(ରିପୋର୍ଟ: ହର ପ୍ରସାଦ ପଣ୍ଡା): ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ଅସୁରେଶ୍ୱର ଅଂଚଳର ବହୁଚର୍ଚ୍ଚିତ କଲେଜ ପଢୁଆ ମେଧାବୀ ଛାତ୍ରୀ ମନୀଷା ଦାସ ଆତ୍ମହତ୍ୟା ଘଟଣାର ଚଉଦ ଦିନ ପରେ ମୃତକାଙ୍କ ପରିବାର ନ୍ୟାୟ ଦାବିରେ କ୍ରାଇମ୍ଇ ବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି |
ଏଠାରେ ସୂଚନା ଥାଉକି ଗତ ଅଗଷ୍ଟ ମାସ ୩୦ ତାରିଖ ସନ୍ଧ୍ୟାରେ ପ୍ରେମରେ ଧୋକା ପାଇ ମନୀଷା ଆତ୍ମହତ୍ୟା କରିଥିବା ନିଶ୍ଚିନ୍ତକୋଇଲି ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା | ହେଲେ ନିଶ୍ଚିନ୍ତକୋଇଲି ପୋଲିସ ଘଟଣାକୁ ହାଲୁକା ଭାବେ ନେଇ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଘରକୁ ୯ ଦିନ ପରେ ଆସିଥିଲେ | ଏହି ଆତ୍ମହତ୍ୟା ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା କଥା ପରିବାର ଲୋକେ ନିଶ୍ଚିନକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଶେଖ ହସନ ନାମକ ଏକ ଯୁବକ କୁ କୋର୍ଟ ଚାଲାଣ କରି ନିଶ୍ଚିନ୍ତକୋଇଲି ପୋଲିସ ନିରବ ରହିଛି | ତେଣୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁତକଙ୍କ ପରିବାର ଲୋକେ କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟ ମନ୍ତ୍ରୀ ଓଡିଶା, ହୋମ ସେକ୍ରେଟାରୀ ଓଡିଶା,5ଟି ସଚିବ ଓଡିଶା ଓ ପୋଲିସ ଡିଜିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି |