ଗୁରୁପୂଜନ ଓ ଅବସରକାଳିନ ସମ୍ବର୍ଦ୍ଧିନା ସଭା ଅନୁଷ୍ଠିତ
ଗଣିଆ - (ମାନସ ରଞ୍ଜନ ଦାସ)ଆଜି ହେଉଛି ପବିତ୍ର ଗୁରୁଦିବସ । ଗୁରୁ ଶିଷ୍ୟ ପରମ୍ପରାକୁ ସୁଦୃଢ଼ କରିବା ପାଇଁ ଆଜି ଦିନର ମହତ ଉଦ୍ଦେଶ୍ୟ ରହିଛି । ତେବେ ଏହି ଅବସରରେ ଗଣିଆ ବ୍ଲକସ୍ଥିତ ଶିକ୍ଷକଭବନ ପରିସରରେ ଗୁରୁପୂଜନ ଓ ଅବସରକାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସାମ୍ନାନୀତ ଅତିଥି ଭାବେ ବ୍ଲକ ଅଧକ୍ଷା ଝୁନା ଜେନା, ଉପାଧକ୍ଷ ରାଜକିଶୋର ସାହୁ , ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, କାନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର , ଗଣିଆ ସରପଞ୍ଚ ଗିରିଧାରୀ ସେଠି , ସମିତି ସଭ୍ୟ ଫକୀର ମୋହନ ଡାକୁଆ ମଞ୍ଚାସିନ ଥିଲେ |
ସର୍ବପ୍ରଥମେ ମୁଖ୍ୟ ଅତିଥି ବିଶ୍ଵବିଖ୍ୟତ ଶିକ୍ଷକ, ଦାର୍ଶନିକ ତଥା ଆମର ନମସ୍ୟ ପୂର୍ଵତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ କରିଥିଲେ | ପରେ ଉପସ୍ଥିତ ଗୁରୁ ଓ ଗୁରୁମା ମାନଙ୍କୁ ଫୁଲ ଚନ୍ଦନ ଦେବା ସହିତ ନିକଟ ଅତୀତରେ ଚାକିରୀ ଜୀବନରୁ ଅବସର ନେଇଥିବା ଶିକ୍ଷକ ଶରତ କୁମାର ଜେନା, ଅକ୍ରୁର ବେହେରା, ପ୍ରଶାନ୍ତ କୁମାର ପଣ୍ଡା, ସୁଲୋଚନା ପଣ୍ଡା, ସବିତାରାଣୀ ସାହୁ, ବସନ୍ତ କୁମାର ସାହୁ ଓ ବେଣୁଧର ସାହୁଙ୍କୁ ଫୁଲ ଚନ୍ଦନ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠ ଶିକ୍ଷକ ବାମନ ଚରଣ ବାରିକି ସଭା କାଯ୍ୟକୁ ସୁପରିଚାଳନା କରିଥିଲେ ! ଗୁରୁଙ୍କ ବିନା ଜୀବନରେ କେହି କେବେ ସଫଳ ହୋଇନାହାନ୍ତି । ଜୀବନର ପ୍ରତି କ୍ଷଣରେ ଯାହାଙ୍କଠୁ କିଛି ଶିଖିବାକୁ ମିଳେ ସେ ଗୁରୁ ପାଲଟି ଯାଆନ୍ତି । ଜୀଇଁବାର ମାନେ ହେଉ କି ଜ୍ଞାନ ସବୁଠି ତିଆରି ହୁଏ ଗୁରୁ ଶିକ୍ଷ୍ୟର ସୁସମ୍ପର୍କ । ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ ଯୁଗ ଯୁଗରୁ ରହି ଆସିଛି । ଜୀବନର ପ୍ରଥମ ପଥ ପ୍ରଦର୍ଶକ ହେଉଛନ୍ତି ଗୁରୁ । ଈଶ୍ବରଙ୍କ ଅନ୍ୟ ରୂପ ଗୁରୁ । ଗୁର-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ଗୁରୁ ଦିବସ ଅଜ୍ଞାନ ଅନ୍ଧାରରୁ ଆଲୋକ ଦେଖାଉଥିବା ବ୍ୟକ୍ତିତ୍ବ ହେଲେ ଗୁରୁ । ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିକା । ଶାସନ ଅନୁଶାସନ ଭିତରେ ଯିଏ ସ୍ନେହ ଭଲ ପାଇବା ଦିଅନ୍ତି ସେ ହେଲେ ଗୁରୁ । ବାପା ମାଆଙ୍କ ପରେ ଜୀବନରେ ଯିଏ ଶିକ୍ଷା ଦିଅନ୍ତି ସେ ହେଲେ ଗୁରୁ । ଗୁରୁ ହେଉଛନ୍ତି ସ୍ବୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କର ଚଳନ୍ତି ପ୍ରତିମା । ସେଇଥି ପାଇଁ ତ କୁହନ୍ତି, 'ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ବର'।ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଆସିଥିବା ଗୁରୁଙ୍କୁ ସ୍ମରଣ କରିଥାନ୍ତି ।
ତେବେ କେବଳ ଆମେ ଯାହାଠୁ ଶିକ୍ଷା ଗ୍ରହଣ କରୁ ସେ ଗୁରୁ ନୁହନ୍ତି, ବରଂ ଛୋଟ ହେଉ କି ବଡ଼ ପାଠ ବ୍ୟତୀତ ଅନ୍ୟାନ୍ୟ ଶିକ୍ଷଣୀୟ କଥା ଶିଖିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଗୁରୁ ରୂପେ ବିବେଚନ କରାଯାଏ । ଏଣୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ନିଶ୍ଚିତ ଭାବରେ ଗୁରୁଙ୍କ ଭୂମିକା ରହିଥାଏ ବୋଲି ମୁଖ୍ୟଅତିଥି ଓ ସାମ୍ନାନୀତ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ! ଏଭଳି ଏକ କାଯ୍ୟକ୍ରମକୁ ଅବସରକାଳୀନ ଓ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଓ ସମ୍ପାଦକଙ୍କ ସମେତ ଗଣିଆ ବ୍ଲକର ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇ କାଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ !