ପଦଯାତ୍ରାରେ ସମାଜ ସେବୀ ଶ୍ରୀହରି ,ବୃଦ୍ଧି ପାଉଛି ଲୋକପ୍ରିୟତା ।

ପଦଯାତ୍ରାରେ ସମାଜ ସେବୀ  ଶ୍ରୀହରି ,ବୃଦ୍ଧି ପାଉଛି ଲୋକପ୍ରିୟତା ।


ଦଶପଲ୍ଲା : 04/09/2022: ଦଶପଲ୍ଲା ଏନ ଏ ସି , ମହାବୀର ମନ୍ଦିର ନିକଟସ୍ଥ ଗଡରାଜେଶ୍ୱରୀ କ୍ଳବରେ ଗଣେଶ ପୂଜା ପାଳନ ହୋଇଯାଇଛି। ଏହି ଗଣେଶ ପୂଜା ଉତ୍ସବ ରେ ଦଶପଲ୍ଲାର ବିଶିଷ୍ଟ ସମାଜସେବୀ ଶ୍ରୀହରୀ ନାୟକ,ଦଶପଲ୍ଲା ବିଜ୍ଞାପିତ ପରିଷଦର ଅଧକ୍ଷା ଶ୍ରୀମତୀ ପୁନମ୍ ପ୍ରିୟଦର୍ଶିନୀ, ପୋଖରୀଗୋଛା ସମିତି ସଭ୍ୟ ବାପୁଜୀ ସାହୁ, ପୂର୍ବତନ ଜିଲ୍ଲା ଉପସଭାପତି ପ୍ରଦୋଷ କୁମାର ଜେନା, ପୂର୍ବତନ ଅଧ୍ୟକ୍ଷା ବବିତା ସାହୁ,ଏକ ନମ୍ବର ୱାର୍ଡର କାଉନସିଲର ଶ୍ରୀ ସୁଶାନ୍ତ କୁମାର ସିଠ, ଚାରି ନମ୍ବର ୱାର୍ଡର କାଉନସିଲର ଶ୍ରୀମତୀ ବୀଣାପାଣି ପାଣିଙ୍କ ସହିତ ସମସ୍ତ ସ୍ୱାଧୀନ କାଉନସିଲର ଓ ଅନ୍ୟ ସମାଜ ସେବୀ ମାନେ ଉପସ୍ଥିତ ରହି କ୍ଳବ୍ ଦ୍ଵାରା ଆୟୋଜିତ ସାଂସ୍କୃତିକ କାର୍ଯକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏକ ନମ୍ବର କାଉନସିଲରଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜନ ହୋଇଥିଲା। କ୍ଲବଟି କିପରି ଆଗକୁ ବଢ଼ିବ ସେହି ବିଷୟରେ ଆଲୋଚନା ହୋଇଥିଲା। ଦେଖିବାକୁ ଗଲେ ଡାକ୍ତରଖାନା ଛକ ନିକଟରୁ ଯୁବ ଗୋଷ୍ଠି  ଶ୍ରିହରିଙ୍କୁ ବାଜା ବଜାଇ ବାଣ ଫୁଟାଇ ସହ ଶହ ଯୁବ ଗୋଷ୍ଠୀଙ୍କ ସହିତ ପଦ ଯାତ୍ରା କରିଗଡ଼ ରାଜେଶ୍ୱରୀ କ୍ଲବ ନିକଟରେ ପହଁଚି ଥିଲେ। ଏଭଳି କାର୍ଯ୍ୟକ୍ରମକୁ କେହି କେହି ରାଜନୈତିକ ରଂଗ ଦେଇଥିଲା ବେଳେ, ଆଉ କିଛିଲୋକ ଇର୍ଷାରେ ଜଳୁଥିବା ଦେଖିବାକୁ ମିଳିଥିଲା । ତେବେ ସର୍ବସାଧାରଣରେ ଆଲୋଚନା ହେଉଛି....ଦେଖ ଆଗକୁ କଣ ହଉଚି ।

Post a Comment

Please Select Embedded Mode To Show The Comment System.*

Previous Post Next Post