ପଞ୍ଚାୟତ ସମିତିର ଦ୍ବିତୀୟ ସାଧାରଣ ଅଧିବେଶନ, ପ୍ରଶାସନକୁ ଅଡ଼ୁଆ ଗଣମାଧ୍ୟମ
ଗଣିଆ ୦୯/୦୯(ଆପ୍ର ) ଗଣିଆ ବ୍ଲକ ସଦ ଭାବନା ସଭାଗୃହରେ ଗଣିଆ ପଞ୍ଚାୟତ ସମିତିର ଦ୍ବିତୀୟ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସଂମାନିତ ଅତିଥିଭାବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ, ଗ୍ରାମପଞ୍ଚାୟତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ସମେତ ଶିକ୍ଷା, ସ୍ବାସ୍ଥ୍ୟ ପାନୀୟ ଜଳ, ମହିଳା ଓ ଶିଶୁଵିକାଶ, ଉଦ୍ୟାନ ବିଭାଗ , କୃଷି ବିଭାଗର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ । । ମୁଖ୍ୟତଃ ଶିକ୍ଷା, ସ୍ବାସ୍ଥ୍ୟ ,ପାନୀୟ ଜଳ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି ଗଣିଆ ବ୍ଲକର ଚାରି ଗୋଟି ପଞ୍ଚାୟତ ତଥାରାସଙ୍ଗ,ଛାମୁଣ୍ଡିଆ,ବେଲପଡାପାଟଣା ଏବଂ କିଶୋରପ୍ରସାଦ ପଞ୍ଚାୟତକୁ ବନ୍ୟା ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା କୃଷି ଅଧିକାରୀ ପ୍ରଦୀପ୍ତ ପଟ୍ଟନାୟକ ପ୍ରକାଶ କରିଥିଲେ । ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ରୋଗୀମାନଙ୍କୁ ଉନ୍ନତ ସେବା ଯୋଗାଇ ଦେବା ପାଇଁ ସଭାରେ ଆଲୋଚନା କରାଯାଇଥିବା ବେଳେ କଉ କାରଣ ପାଇଁ ସମିତି ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚିଠି ମାଧ୍ୟମରେ ଡକାଯାଇଥିଲେ ମଧ୍ୟ ବୈଠକରେ ବସିବାକୁ ଅନୁମତି ମିଳିନଥିଲା ତାହା ଜନ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହେବା ସହିତ ଅସନ୍ତୋଷ ଦେଖାଦେଇଥିଲା । ଲୋକପ୍ରତିନିଧି ମାନଙ୍କ ଭିତରେ ଥିବା ଅସନ୍ତୋଷକୁ ଗଣମାଧ୍ୟମ ପ୍ରତିନିଧି କାଳେ ପରିପ୍ରକାଶ କରିଦେବେ ସେ ଭୟରେ ସେମାନଙ୍କୁ ଉପେକ୍ଷା କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ଚତୁର୍ଥ ସ୍ତମ୍ଭର ଅଧିକାରକୁ ପ୍ରଶାସନିକ ଅଧିକାରୀ ମାନେ କ୍ଷୁର୍ଣ୍ଣ କରୁଥିବାରୁ ଆଗାମୀ ଦିନରେ ଗଣମାଧ୍ୟମ ପ୍ରତିନିଧି ମାନେ ଏହାର ପ୍ରତିବାଦ କରିବେ ବୋଲି ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ ଓ ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ ଜଣାଇଛନ୍ତି । ଏ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ବିଧାୟକ, ବିଡ଼ିଓ ଏବଂ ଲୋକପ୍ରତିନିଧି ମାନଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ଆଗାମୀ ଦିନରେ ଏଭିଳି ନହେବା ପାଇଁ କହିଥିଲେ । ସୁରେଶ କୁମାର ସାହୁ