କାମଦେଉଛି ସରକାରଙ୍କ ଉଦ୍ୟମ : ଉପାନ୍ତ ଅଞ୍ଚଳରେ ବଦଳୁଛି ସ୍ୱାସ୍ଥ୍ୟସେବାର ଚିତ୍ର!

କାମଦେଉଛି ସରକାରଙ୍କ ଉଦ୍ୟମ : ଉପାନ୍ତ ଅଞ୍ଚଳରେ ବଦଳୁଛି ସ୍ୱାସ୍ଥ୍ୟସେବାର ଚିତ୍ର!



ଗଣିଆ  :- ( ମାନସ ରଞ୍ଜନ ଦାସ)ରାଜ୍ୟ ସରକାରଙ୍କ ନିରବିଚ୍ଛିନ୍ନ ଉଦ୍ୟମ କାମକରୁଛି। ଧୀରେଧୀରେ ଗ୍ରାମାଞ୍ଚଳ ଓ ଉପାନ୍ତରେ ଥିବା ଡାକ୍ତରଖାନାର କାୟାକଳ୍ପ ସହ ସ୍ୱାସ୍ଥ୍ୟସେବାର ଚିତ୍ର ବଦଳିବାରେ ଲାଗିଛି। ଦିନେ ଦେଶର ସବୁଠାରୁ ପଛୁଆ ଅଞ୍ଚଳ ଭାବେ ଜଣାଶୁଣା  ନୟାଗଡ଼  ଜିଲ୍ଲା ଗଣିଆ ବ୍ଲକ  ଜନସାଧାରଣ ଉନ୍ନତମାନର ଚିକିତ୍ସା ସୁବିଧା ପାଉଛନ୍ତି ଜନସାଧାରଣ । ବିକଶିତ ସ୍ୱାସ୍ଥ୍ୟ ସେବା ଓ ଉନ୍ନତ ପରିମଳ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଥିବା କାୟାକଳ୍ପ ପୁରସ୍କାରରେ ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଶୀର୍ଷ ସ୍ଥାନ ହାସଲ କରିଛନ୍ତ! 
ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ ଓଡ଼ିଶା ସରକାରଙ୍କ କ୍ରମାଗତ ଉଦ୍ୟମ ଜାରି ରହିଛି। ସରକାରୀ ଡାକ୍ତରଖାନାରେ ଜନସାଧାରଣ ଯେପରି ଉତ୍ତମ ପରିବେଶ ମଧ୍ୟରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ ସେଥିପାଇଁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ନିୟମିତ ଭାବେ ଏସବୁ କାର୍ଯ୍ୟକ୍ରମର ସମୀକ୍ଷା କରାଯିବା ସହ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରାଯାଉଛି। ପରିଣାମ ସ୍ୱରୂପ ମଙ୍ଗଳବାର ଦିନ ଗଣିଆ ଗୋଷ୍ଠୀ ସ୍ଵାଥ୍ୟକେନ୍ଦ୍ର ଓ ଛାମୁଣ୍ଡିଆ ପ୍ରାଥମିକ ସ୍ଵାଥ୍ୟକେନ୍ଦ୍ରକୁ କା୍ୟାକଳ୍ପ ପୁରସ୍କାର ମିଳିଛି !ନୟାଗଡ଼ ଜିଲ୍ଲାପାଳ ଡ଼କ୍ଟର ପୋମା ଟୁଡୁ ଉଭୟ ଗଣିଆ  ଗୋଷ୍ଠୀ ସ୍ଵାଥ୍ୟଧିକାରୀ ଡାକ୍ତର ମଧୁସୂଦନ ଦାସ ଓ ଛାମୁଣ୍ଡିଆ ପ୍ରାଥମିକ ଉପକେନ୍ଦ୍ର ଅଧିକାରୀ ଡାକ୍ତର  ବିଦୁଲତା ଦାସ ଏହି ପୁରସ୍କାର ଗ୍ରହଣ କରିଥିଲେ ! ଗଣିଆକୁ ଏକ ଲକ୍ଷ ଟଙ୍କା ସହିତ ସାଟିଫିକେଟ  ଓ ଟ୍ରଫି  ପ୍ରଦାନ କରାଯାଇଥିବା ବେଳେ ଛାମୁଣ୍ଡିଆ ପ୍ରାଥମିକ ସ୍ୱାଥ୍ୟକେନ୍ଦ୍ରକୁ  75 ହଜାର ଟଙ୍କା ସହିତ  ମାନପତ୍ର  ଓ ଟ୍ରଫି ପ୍ରଦାନ କରାଯାଇଥିଲା ! ଏହି କାଯ୍ୟକ୍ରମରେ ଜିଲାପାଳ ଡାକ୍ତର ପୋମା ଟୁଡୁ, ଜିଲ୍ଲା ସ୍ଵାଥ୍ୟ ଅଧିକାରୀ  ମକରନ୍ଦ ବେଉରା, ଅତିରିକ୍ତ ସ୍ଵାଥ୍ୟ ଅଧିକାରୀ ସୁଧାଂଶୁ ଶେଖର ଷଡ଼ଙ୍ଗୀ  ଉପସ୍ଥିତ ଥିଲେ !

Post a Comment

Please Select Embedded Mode To Show The Comment System.*

Previous Post Next Post