ଚାନ୍ଦୋଳ ବଜାର ଉନ୍ନତି କରଣ ନେଇ ଜବର ଦଖଲ ଉଚ୍ଛେଦ ।

ଚାନ୍ଦୋଳ ବଜାର ଉନ୍ନତି କରଣ ନେଇ ଜବର ଦଖଲ ଉଚ୍ଛେଦ ।


କେନ୍ଦ୍ରାପଡ଼ା: 12/09/2022(ରିପୋର୍ଟ: ପ୍ରକାଶ କୁମାର ମଲ୍ଲିକ) ବହୁ ପ୍ରତୀକ୍ଷିତ ଚାନ୍ଦୋଳ ବଜାର ବସଷ୍ଟାଣ୍ଡ ନିକଟରୁ ଜବରଦଖଲ ହଟିଛି। କେନ୍ଦ୍ରାପଡା ଜିଲ୍ଲାର ମୁଖ୍ଯ ଦ୍ବାର ତଥା ପାଟକୁରା ନିର୍ବାଚନ ମଣ୍ଡଳୀର ସବୁଠାରୁ ବଡ ବଜାର କୁହାଯାଉଥିବା ଚାନ୍ଦୋଳ ବଜାର ଦିର୍ଘଦିନ ହେବ ଅବହେଳିତ ହୋଇ ପଡିଥିଲା। ଲୋକଙ୍କ ଆବଶ୍ୟକତା କୁ ଆଖିଆଗରେ ରଖି ବଜାର କମିଟି ପକ୍ଷରୁ ସୌଚାଳୟ, ବସ ଯାତ୍ରୀଙ୍କ ପାଇଁ ବିଶ୍ରାମାଗାର ଓ ଆଲୋକୀକରଣ ଆଦୀ ର ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା।

 ସରକାରୀ ଜାଗା କିଛି ଦୋକାନୀ ଜବରଦଖଲ କରି ରଖିଥିବାରୁ ଉନ୍ନତିମୂଳକ କାମରେ ବାଧା ଉପୁଜୁଥିବା ଉପଲବ୍ଧି କରି କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ପ୍ରାଶାସନିକ ଅଧିକାରୀ ମାନେ ଚାନ୍ଦୋଳ ବଜାର ପରିଦର୍ଶନ କରି ଜବରଦଖଲ ଉଛେଦ ପାଇଁ ନିର୍ଦେଶ ଦେଇଥିଲେ। ବଜାର କମିଟିର ପ୍ରସ୍ତାବ ରେ ବାଜିଥିଲା ପ୍ରାଶାସନିକ ମୋହର। ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଛେଦ କରାଯାଇଛି । ବିସ୍ଥାପିତ କିଛି ବ୍ୟବସାୟୀଙ୍କୁ ବଜାର କମିଟି ମାଧ୍ୟମରେ ଆରଏମସି ଘର ପ୍ରଦାନ କରାଯାଇଛି।



Post a Comment

Please Select Embedded Mode To Show The Comment System.*

Previous Post Next Post