ଜଙ୍ଗଲୀ ମାଂସ ସହ ଜଣେ ଗିରଫ, ଶିକାରିକୁ ଖୋଜୁଛି ବନ ବିଭାଗ।
ନୟାଗଡ଼: 01/09/2022(ବ୍ୟୁରୋ): ବାହାଡ଼ାଝୋଲାରେ ଫରେଷ୍ଟର ସନାତନ ସ୍ବାଇଁଙ୍କ ଯୋଗଦାନ ପରେ ମିଳିଛି ସଫଳତା ପରେ ସଫଳତା । ଏବେ କିଛି ମାସ ଭିତରେ ତିନୋଟି ଟ୍ରାକ୍ଟର ଦୁଇଟି ବାଇକ୍ ଓ ପେଟ୍ରୁଲିଙ୍ଗ ସମୟରେ ଗଂଜେଇ ଜବତ କରିବା ସହିତ ବହୁ ମାଂସ ଓ କାଠ ମାଫିଆଙ୍କୁ ଜେଲ ମୁହାଁ କରିବାରେ ସଫଳ ହୋଇଥୀବା ଅଂଚଳରେ ଚର୍ଚ୍ଚା ଚାଲିଥୀବା ବେଳେ ଗତକାଲି ପେଟ୍ରୁଲିଙ୍ଗ ସମୟରେ ବେଲଦ୍ୱର ରାସ୍ତାରୁ ଜଙ୍ଗଲୀ ମାଂସ ସହ ଜଣଂକୁ ଗିରଫ କରିଛନ୍ତି ।
ଖବରରୁ ପ୍ରକାଶ ବେରୁଆ ବାରୀ ପଂଚାୟତର ତ୍ରୀଲୋଚନ ସାହୁଙ୍କ ପୁଅ ପାପୁନୀ ସାହୁଙ୍କ ଠାରୁ (୫) କିଲୋ ଜଙ୍ଗଲୀ ମାଂସ ଜବତ କରିଥୀଲେ ଆଜି କୋର୍ଟ ଚାଲାଣ ହୋଇଥିବା ସୂଚନା ମିଳିଛି । ବାହାଡ଼ା ଝୋଲା ଫରେଷ୍ଟର ସନାତନ ସ୍ବାଇଁ ଙ୍କ ନିଷ୍ଠା ପର କାର୍ଯ୍ୟକୁ ଅଂଚଳର ବୁଦ୍ଧିଜିବୀ ଓ ଜନ ପ୍ରତିନିଧି ସ୍ୱାଗତ କରିଛନ୍ତି ।