ଳଘୁଚାପ ଜନିତ ବର୍ଷା ପାଇଁ ଜିଲ୍ଲାପାଳଙ୍କ ସତର୍କ ସୂଚନା

ଳଘୁଚାପ ଜନିତ ବର୍ଷା ପାଇଁ ଜିଲ୍ଲାପାଳଙ୍କ ସତର୍କ ସୂଚନା 



ଦଶପଲ୍ଲା : ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ହିରାକୁଦ ବନ୍ଧ କର୍ତ୍ତୃପକ୍ଷ ବନ୍ଧରୁ ଜଳ ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗତ କାଲି ୧୦ଟି ଗେଟ୍ ଏବଂ ଆଜି ଆଉ ୧୦ଟି ଗେଟ୍ ସମୁଦାୟ ୨୦ଟି ଗେଟ୍ ଖୋଲା ଯାଇଅଛି । ନୟାଗଡ଼ ଜିଲ୍ଲାରେ ପ୍ରବାହିତ ହେଉଥିବା ବିଭିନ୍ନ ଉପନଦୀରୁ ବର୍ଷା ସମୟରେ ମହାନଦୀକୁ ଜଳ ନିଷ୍କାସିତ ହୋଇଥାଏ । କିନ୍ତୁ ୨୦ଟି ଗେଟ୍ ଦେଇ ପ୍ରବାହିତ ହେଉଥିବା ମହାନଦୀର ଜଳସ୍ତର ଉଚ୍ଚରେ ଥିବାରୁ ବର୍ଷା ସମୟରେ ଏହି ଉପନଦୀ ଗୁଡ଼ିକର ଜଳ ମହାନଦୀକୁ ସଂପୁର୍ଣ ଭାବେ ନିଷ୍କାସିତ ହୋଇ ନ ପାରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡା . ପୋମା ଟୁଡ଼ୁ ମହାନଦୀ ନିକଟରେ ଥିବା ତହସିଲ ଏବଂ ବ୍ଲକଗୁଡ଼ିକର ଅଧିକାରୀମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏହି ଅଂଚଳର ଗ୍ରାମବାସୀମାନେ ବନ୍ୟାପାଇଁ ଭୟଭିତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

Post a Comment

Please Select Embedded Mode To Show The Comment System.*

Previous Post Next Post