ନଦୀବଢିକୁ ଲଙ୍ଘି ଗର୍ଭବତୀ ମହିଳା ଆମ୍ବୁଲାନ୍ସରେ ପହଁଞ୍ଚିଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।

ନଦୀବଢିକୁ ଲଙ୍ଘି ଗର୍ଭବତୀ ମହିଳା ଆମ୍ବୁଲାନ୍ସରେ ପହଁଞ୍ଚିଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।



 ଗଣିଆ: 14/08/2022: (ରିପୋର୍ଟ: ମାନସ ରଞ୍ଜନ ଦାସ): ଉପରମୁଣ୍ଡରେ ଲଗାଣବର୍ଷା ସାଙ୍ଗକୁ ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟରେ ବନ୍ୟାଜଳ ନିଷ୍କାସନ ଯୋଗୁଁ ମହାନଦୀରେ ଏକ ବଡ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ସହିତ ନୟାଗଡ଼ ଜିଲାର ଗଣିଆ ବ୍ଲକର ଛାମୁଣ୍ଡିଆ ପଞ୍ଚାୟତରେ ସାମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି। ବିଶେଷକରି ବଡ଼ମୁଳ , ବେଠିଆସାହି , ମୁଦୁଲିଗାଡ଼ିଆ , କନ୍ଧଜିଲିଣ୍ଡାର ମୁଖ୍ୟ ରାସ୍ତାରେ ୩ରୁ୪ଫୁଟ ପାଣି ପ୍ରବାହିତ ହେଉଛି।  

ସୂଚନାଥାଉକି  ରବିବାର  ଦିନ ସକାଳୁ ବେଠିଆସାହି ଗ୍ରାମର ବାସନ୍ତୀ ପଲେଇ ଓ ବଡ଼ମୁଳ ପାଟଣା ଗ୍ରାମର ସଂଧ୍ୟାରଣୀ ସାହୁ ଦୁଇ ମହିଳା ଗର୍ଭ ଯନ୍ତ୍ରଣା ହେଉଥିବାରୁ ସେମାନେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ଗୋପୀନାଥ ସେନ ବଡ଼ମୁଳରେ ପହଁଞ୍ଚିଲାବେଳକୁ ନଦୀ ପାଣି ରାସ୍ତାରେ ଲହଡି ମାରୁଥିଲା କିନ୍ତୁ  ଆମୁଲାନ୍ସ ଡ୍ରାଇଭରର ସାହାସିକତା ପାଇଁ ବଡମୂଳ ଓ ବେଠିଆସାହିର ଦୁଇ ମହିଳାଙ୍କୁ ସୁରକ୍ଷିତ ଭାବେ ଆଣି ଗଣିଆ ଗୋଷ୍ଠି ସ୍ୱାଥ୍ୟକେନ୍ଦ୍ରରେ ପହଁଞ୍ଚିଥିଲେ ।ସେଠାରେ ଡାକ୍ତର ଦୁଇଜଣଙ୍କର ଚିକିତ୍ସା କରିଥିବା କହିଥିଲେ ।ବର୍ତ୍ତମାନ ଦୁଇଜଣ ସୁସ୍ଥ ଅଛନ୍ତି ବୋଲି  ଡାକ୍ତର ମଧୁସୂଦନ ଦାସ ପ୍ରକାଶ କରିଛନ୍ତି ।

Post a Comment

Please Select Embedded Mode To Show The Comment System.*

Previous Post Next Post