ବର୍ଷାରେ ଧୋଇଗଲା ପୋଲ ତଳ ମାଟି!

ଦଶପଲ୍ଲା: 10/08/2022  : ରିପୋର୍ଟ -ପ୍ରକାଶ କୁମାର ନାୟକ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ କୁଜାମେଣ୍ଢି ଗ୍ରାମ ପଞ୍ଚାୟତ ଅଧିନସ୍ଥ ବଣି ଗ୍ରାମ ଠାରୁ ମୁଣ୍ଡଳା ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟରାସ୍ତା ଆଜି ସକାଳ  ସମୟରେ ବହୁତ ବର୍ଷା ହେବା ଫଳରେ ରାସ୍ତାଟିରେ ପୋଲ ନିର୍ମାଣ କରାଯାଇଥିବା ସ୍ଥାନରୁ ମାଟି ବର୍ଷା ପାଣିରେ ଧୋଇ ନେଇଥିବା ହେତୁ ଗ୍ରାମକୁ ସାଇକେଲ ,


 ମୋଟରସାଇକେଲ, କିମ୍ବା ମଣିଷ  ଯାତାୟାତ କରିବା ଅସମ୍ଭବ ହୋଇ ପଡ଼ିଛି  l ସ୍ୱାଧୀନତାର 75 ବର୍ଷ ପରେ ମଧ୍ୟ ଗାଁ ଗୁଡିକୁ ଭଲ ରାସ୍ତା ଟିଏ ନ ଥିବାବେଳେ ଅନ୍ୟ ସବୁ ସୁଖ ସୁବିଧା ଏମାନଙ୍କ ପାଇଁ ଏକ ସୁନେଲି ସ୍ବପ୍ନ ଭଳି ମନେହୁଏ l ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବାରେ ଡିଣ୍ଡିମ ପିଟୁଛନ୍ତି ହେଲେ ଏହି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ରେ ବିକାଶ ଆଣ୍ଠେଇ ପଡ଼ିଥିବା ଭଳି ଲାଗୁଛି l ଦଶପଲ୍ଲା ବ୍ଲକର ଏହି ପଞ୍ଚାୟତରେ ରାସ୍ତା , ପାନୀୟଜଳ , ଶିକ୍ଷା , ସ୍ୱାସ୍ଥ୍ୟ ଭଳି ମୌଳିକ ସେବା ଯୋଗେଇ ଦେବାରେ ପ୍ରଶାସନ ବିଫଳ ହୋଇଛି  l ନିର୍ବାଚନ ସମୟରେ ମାଳ ମାଳ ନେତା ଗାଁ କୁ ଆସି ଗଦା ଗଦା ପ୍ରତିଶୃତିରେ ପୋତି ପକାଉଥିବା ବେଳେ ନିର୍ବାଚନ ପରେ ବିକାଶ ପାଇଁ କେହି ଚିନ୍ତା କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଏହି ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଓ ଚିନ୍ତାଶିଳ  ବ୍ୟକ୍ତି  l

Post a Comment

Please Select Embedded Mode To Show The Comment System.*

Previous Post Next Post