ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ କଂ ବଦାନ୍ୟତା , ଅଗ୍ନି ବିପର୍ଣ୍ଣ କୁଂ ପ୍ରଦାନ କଲେ , ସହାୟତା
ଦଶପଲ୍ଲା :01/07/2021(ରିପୋର୍ଟ :କ୍ଷୀରୋଦ ପ୍ରଧାନ): - ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍, ଭୋଗବାଡି ଗ୍ରାମ ପଂଚାୟତ ଅନ୍ତର୍ଗତ, ପିପଲ ପଦର ହରିଜନ ସାହିରେ ଗତକାଲି ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୬ ଗୋଟି ଗରିବ ହରିଜନ ପରିବାରର ୬ ବଖରା ଘର ପୋଡିଯିବା ସଂଗେ ସଂଗେ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାଜ ସରଂଜାମ ଓ ସମସ୍ତେ ସଂଚିତ ଖାଦ୍ୟଦ୍ରବ୍ୟ ଘୋଡି ପାଉଁଶ ହୋଇଯାଇଛି । ଏହି ଗରିବ, ନିରୀହ ହରିଜନ ପରିବାର ଶୁନ୍ୟ ଆଶ୍ରୟ ହୋଇଯାଇଥିବା ବେଳେ, ଆଜି ସହାୟତାର ହାତ ବଢାଇଛନ୍ତି ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ ଓ ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ । ଆଜି ଦିବା ୧୧ ଘଟିକା ସମୟେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ପିପଲ ପଦର ଅଗ୍ନି ବିପର୍ଣ୍ଣ ପରିବାର କଂ ନିକଟରେ ପହଞ୍ଚି , ପ୍ରତି ପରିବାରକୁଂ ସମବେଦନା ଜଣାଇବା ସଂଗେ ସଂଗେ ସହାୟତା ସ୍ବରୂପ ୨୫ କେଜି ଚାଉଳ,ଚୂଡା, ଡାଲି, ଆଳୁ ଓ ଅନ୍ୟାନ୍ୟ ରାସନ୍ ସାମଗ୍ରୀ ପ୍ରଦାନ କରିଥିଲେ । ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ତାଙ୍କ ପ୍ରତିନିଧି କଂ ମାଧ୍ୟମରେ , ପ୍ରଶାସନ ତରଫରୁ ଅଗ୍ନି ବିପର୍ଣ୍ଣ କଂ ପାଇଁ ପଲିଥିନ ପ୍ରଦାନ କରିଥିଲେ ।
Tags:
Local news