ହ୍ଵାଟ୍ସଆପ ପ୍ରେମ ପଡିଲା ମହଙ୍ଗା, ପ୍ରେମ ଅlଳ ରେ ଚୂନ ଲଗେଇଲେ ଯୁବତୀ !
ନିଶ୍ଚିନ୍ତକୋଇଲି : 30/06/2021(ରିପୋର୍ଟ :ଅଖିଳ କୁମାର ସିଂହ): ପ୍ରେମ ଏମିତି ଏକ ଭାଷା ଯେଉଁଠି ମିଛ ଆଉ ସତ ର ପରିଧି କୁ ମାପି ହୁଏନି | ତେଣୁ ଆଜି କାଲି ପ୍ରେମ ବସ୍ତାବତା ରୁ ଡିଜିଟାଲ ରେ ପରିଣତ ହୋଇଗଲାଣି | ସୋସିଆଲ ମିଡ଼ିଆ ପ୍ରେମ ଅଧିକ ଆଦୃତ ହୋଇଥିବାବେଳେ ଏଭଳି ସୋସିଆଲ ମିଡ଼ିଆ ପ୍ରେମ ମହଙ୍ଗା ପଡିଛି ନିଶ୍ଚିନ୍ତ କୋଇଲ ବ୍ଲକ ନେମାଳ ଥାନା ଅନର୍ଗତ ଗୋପୀନାଥ ପୁର ର ସର୍ବପ୍ରସନ୍ନ ପଣ୍ଡାଙ୍କ ପାଇଁ | ସେ ବିଗତ କିଛିଦିନ ହେବ ପ୍ରୀତି ରାଜପୁତ ନାମକ ଯୁବତୀ ଙ୍କୁ ହ୍ଵାଟ୍ସଆପ ରେ ଚାର୍ଟ କରି ପ୍ରେମ କରୁଥିଲେ | ଏଇପ୍ରେମରେ ଉଭୟ ଯୁବକ ଯୁବତୀ ରାଜି ଥିଲେ | ଏଇ ପ୍ରେମ ଏତେ ନିବିଡ଼ ଥିଲା ଜେ ଜଣେ ନକହିଲେ ଆଉ ଜଣେ ଖାଉନଥିଲା | .ଯୁବତୀ ନିଜ ବିଧବା ମା ଙ୍କ ସହ ଲଣ୍ଡନ ରେ ରହୁଥିବା ର କହିଥିଲେ ସର୍ବପ୍ରସନ୍ନ ଙ୍କୁ | .ପ୍ରେମ କେବଳ ହ୍ଵାଟ୍ସଆପ ମlଧ୍ୟମ ରେ ଚାଲିଥିଲା | ହେଲେ ଥରେ ଯୁବତୀ ସର୍ବପ୍ରସନ୍ନ ଙ୍କୁ କହିଲେ ଯେ ସେ ଏକ 37 ଲକ୍ଷ ଟଙ୍କାର ଦାମୀ ଉପହାର ପଠାଇଛନ୍ତି | ତାକୁ ପାଇବାକୁ ହେଲେ ଯୁବକ ଙ୍କୁ ଏକ ଆକାଉଣ୍ଟ ରେ ତିନି ଲକ୍ଷ୍ୟ ପଞ୍ଚାନବେ ହଜାର ଟଙ୍କା ଜମା କରିବାକୁ ହେବ | ଯୁବକ ମଧ୍ୟ ଜମା କରିଥିଲେ | କିନ୍ତୁ ଉପହାର ନ ଆସିବାରୁ ଯୁବକ ଯୁବତୀଙ୍କୁ ଏ ବିଷୟରେ କହିଥିଲେ ଯୁବତୀ କହିଥିଲେ ଯେ ଟଙ୍କା ଆସିନି ଆଉ ଥରେ ପଠାଓ | ସେପଟେ ଆଉ ଜଣେ ଯୁବତୀ ମଧ୍ୟ ଯୁବକ ଙ୍କୁ ଫୋନ କାରି ଟଙ୍କା ପଠେଇଲେ ହିଁ ଉପହାର ମିଳିପାରିବ ବୋଲି କହୁଥିଲେ |
ଏସବୁ ନେଇ ସର୍ବପ୍ରସନ ଙ୍କ ସଂଦ୍ଧେହ ବଡ଼ିଥିଲା ହେଲେ ସେତେବେଳକୁ ସେ ସାଇବର ଠକେଇ ର ଶିକାର ହୋଇସାରିଥିଲେ | ଏ ନେଇ ସର୍ବପ୍ରସନ ପଣ୍ଡା ନିକଟସ୍ଥ ନେମାଳ ଥାନା ରେ ଓ ଭୁବନେଶ୍ୱର ସାଇବର ସେଲ ରେ ଅଭିଯୋଗ କରିସାରିଛନ୍ତି |
Tags:
Local news