୫୭ ନମ୍ବର ଜାତୀୟ ରାଜପଥ ପାଲଟିଛି ଗଂଜେଇ ବେପାରୀ ଙ୍କ ଚଲାପଥ ।

୫୭ ନମ୍ବର ଜାତୀୟ ରାଜପଥ ପାଲଟିଛି ଗଂଜେଇ ବେପାରୀ ଙ୍କ ଚଲାପଥ ।

୫୭ ନମ୍ବର ଜାତୀୟ ରାଜପଥ ପାଲଟିଛି ଗଂଜେଇ ବେପାରୀ ଙ୍କ ଚଲାପଥ ।


ନୂଆଗାଁ : 02/06/2021:( ରିପୋର୍ଟ :ନିରଞ୍ଜନ ସାହୁ) : କନ୍ଧମାଳ ଜିଲ୍ଲାରୂ ଭୁବନେଶ୍ୱର ଯାଏଁ ଲମ୍ବିଛି ଗଂଜେଇ ବେପାରର  କଳା କାରନାମା | କରୋନା ମହାମାରୀ ସମୟରେ ସୁହାଉଛି ଗଂଜେଇ ବେପାରୀଙ୍କ ପାଇଁ ଗଞ୍ଜେଇ ଚାଲାଣ | ସବୁବେଳେ କିନ୍ତୁ ସମୟ ସମାନ ନଥାଏ। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନାରେ

ସୁରକ୍ଷା ବ୍ୟବସ୍ଥା ଏବେ କଡାକଡି ଥିବାବେଳେ ପେଟ୍ରୋଲିଙ୍ଗ ମଧ୍ୟ ଦିନ ରାତି ଚାଲିଛି । ଆଜି ଦିନ ଏକ ଘଟିକା ସମୟରେ କୋରଡ଼ା ନିକଟରୁ 20 କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଦୁଇଟି ବାଇକ୍ ରୁ 4ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଜାଇଥିବା ନୂଆଗାଁ ଥାନା ଅଧିକାରୀ ରମେଶ କୁମାର ଦେବତା ସୁଚନା ଦେଇଛନ୍ତି ।
ads
ଏହି ସବୁ ବେପାରୀ ଭୁବନେଶ୍ୱର ଖଣ୍ଡଗିରି ଅଂଚଳର ଓ ସେମାନଙ୍କ ପାଖରୁ ଗୋଟିଏ ବୁଲେଟ (OD02 BP 4438) ଏବଂ ଗୋଟିଏ ସ୍କୁଟି (OD33T 3017)ରେ ଆଠଟି ପ୍ୟାକେଟରେ ପ୍ରାୟ 20 କେଜି ଗଂଜେଇ ଜବତ ହୋଇଥିବା ସୁଚନା ଦେଇଛନ୍ତି  | ଥାନା ଅଧିକାରୀ ରମେଶ କୁମାର ଦେବତାଙ୍କ  ବିଭିନ୍ନ ସମୟରେ ପେଟ୍ରୋଲିଙ୍ଗକୁ ଦେଖି  ଦୁଇ ନମ୍ବର ବେପାରୀଙ୍କ ମନରେ କୋକୁଆ ଭୟ ଖେଳିଯାଇଛି ।
କିନ୍ତୁ ସାଧାରଣ ଲୋକ ପୋଲିସର ଏଭଳି କାର୍ଯ୍ୟକୁ ସ୍ୱାଗତ କରିଛନ୍ତି ।

Post a Comment

Please Select Embedded Mode To Show The Comment System.*

Previous Post Next Post