ଲାଞ୍ଚ ମାଗିଥିବା ସରପଞ୍ଚ ଙ୍କ ଓଡ଼ିଓ ଭାଇରାଲ କରି ଆତଙ୍କିତ ପରିବାର !
ଭଦ୍ରକ: ୨୬/୦୬/୨୦୨୧:(ରିପୋର୍ଟ : ସମୀର ମହାନ୍ତି): ସବୁବେଳେ ପଞ୍ଚାୟତ ବାସୀଙ୍କ ସୁଖ -ଦୁଃଖର ସାଥି ହେବି" କହି ଭୋଟ ମାଗିଥିବା ମାନ୍ୟବର ସରପଞ୍ଚ ମହାଶୟ ଆବାସ ଯୋଜନାରେ ବିଲ୍ ପେମେଣ୍ଟ ସମୟରେ ପରସେଣ୍ଟେଜ୍ ନଦେଲେ ବିଲ କରିବୁ ନାହିଁ କୁ ଡରି ପଇସା ଦେବାକୁ ବାଧ୍ଯ ହୋଇଥିବା ଜଣେ ହିତଧିକାରୀଙ୍କ ପୁତ୍ର ତାହାକୁ ରେକେଡିଂ କରି ତାର ଅଡିଓ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ମାଧ୍ୟମରେ ଜଣେ ସରପଞ୍ଚର ନୈତିକ ଚରିତ୍ରକୁ ସଜାଗ କରିବାର ଚେଷ୍ଟା କରି ସରପଞ୍ଚଙ୍କ ରୋଷର ଶିକାର ହେବା ପରେ ମେଡିକାଲରେ ଭର୍ତି ହେବା ଭଳି ଅଭାବନୀୟ ଘଟଣା ସରପଞ୍ଚଙ୍କ ସାଧୂତା ଓ କର୍ତ୍ତବ୍ୟବୋଧ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି l ସୂଚନା ଅନୁସାରେ ସାବରଙ୍ଗ ଥାନା ଅଧିନସ୍ଥ ଗୋରାମାଟି ପଞ୍ଚାୟତର ଚକପୁର ଗ୍ରାମର ବଂଶିଧର ରଣାଙ୍କ ଆବାସ ଯୋଜନା ମିଳିବା ପରେ ସରପଞ୍ଚଙ୍କୁ ପ୍ରଥମେ ୨ହଜାର ଟଙ୍କା ଲାଞ୍ଚ ଦେବା ବେଳେ ତାଙ୍କର ପୁତ୍ର ପ୍ରହ୍ଲାଦ ରଣା ରେକଡିଂ କରି ଅଡିଓ କୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ
ପରବର୍ତ୍ତୀ ପର୍ଯ୍ୟାୟରେ ଧାରଉଧାର କରି ଘରେ ଛାତ ପକାଇବା ପରେ ସରକାରୀ ଫଳକ ମାଗିବା ସହିତ ବିଲ୍ ପାସ୍ କରିବାକୁ କହିବାରୁ ସରପଞ୍ଚ କାର୍ଯ୍ୟାଳୟକୁ ଆସି ନେଇଯିବା ପାଇଁ ସରପଞ୍ଚ କହିଥିଲେ । ତାପରେ ୨ ଭାଇ ସେଠାରେ ପହଞ୍ଚିବା ପରେ ପୂର୍ବ ଯୋଜନା ଅନୁଯାୟୀ ସଙ୍ଗେ ସଙ୍ଗେ ଘରର କବାଟ ବନ୍ଦ କରି ପ୍ରାୟଃ ୧୫ଜଣ ବ୍ୟକ୍ତି ଏ ୨ ଭାଇଙ୍କୁ ନିସ୍ତୁକ ମାଡ ମାରିବା ସହିତ ୨ଟି ମୋବାଇଲ ଫୋନ୍ ଆଉ ୨୦ହଜାର ଟଙ୍କା ଛଡ଼ାଇ ନେବା ସହିତ ସାଦା କାଗଜରେ ଦସ୍ତଖତ ଓ ଭାଇରାଲ ଅଡିଓ ସଂପର୍କରେ ସବୁ ସମାଧାନ ହୋଇଯାଇଥିବା ଲେଖାଇ ନେଇଥିଲେ l ପୁଅ ଦୁହେଁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସୀତ ହେଉଥିବାର ଦର୍ଶାଇ ସାବରଙ୍ଗ ଥାନା ରେ ଲିଖିତ ଏତଲା ଦେଇ ନେହୁରା ହୋଇ ନ୍ୟାୟ ଚାହିଛନ୍ତି ମା' କୁନ୍ତଳା ରଣା l
Tags:
district news