ପ୍ରଶାସନ ଓ କଣ୍ଟ୍ରାକ୍ଟର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଗରପଡ଼ା-ବରପଦା ରାସ୍ତା ଫାଟି ଆଁ

ପ୍ରଶାସନ ଓ କଣ୍ଟ୍ରାକ୍ଟର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଗରପଡ଼ା-ବରପଦା ରାସ୍ତା ଫାଟି ଆଁ 

ପ୍ରଶାସନ ଓ କଣ୍ଟ୍ରାକ୍ଟର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଗରପଡ଼ା-ବରପଦା ରାସ୍ତା ଫାଟି ଆଁ  ପ୍ରଶାସନ ଓ କଣ୍ଟ୍ରାକ୍ଟର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଗରପଡ଼ା-ବରପଦା ରାସ୍ତା ଫାଟି ଆଁ    ଭଦ୍ରକ,ବନ୍ତ: (ରିପୋର୍ଟ :ସମୀର ମହାନ୍ତି) : ୨୨/୦୬/୨୦୨୧:ଭଦ୍ରକ ରେ ବଢିଚାଲିଛି ପ୍ରଶାସନ ଓ କଣ୍ଟ୍ରାକ୍ଟର ଙ୍କ ମଧୁଚନ୍ଦ୍ରିକା ସମ୍ପର୍କ। ସେଥିପାଇଁ ବଳି ପଡୁଛନ୍ତି ସାଧାରଣ ଜନତା। ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଆଗରପଡ଼ା-ବରପଦା  ରାସ୍ତାଟି ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଯାତ୍ରୀବାହୀ ଯାନବାହନ ସମେତ ଅନ୍ୟାନ୍ୟ ଗାଡ଼ିମଟର ଚଳାଚଳ କରିଥାଏ । ତେଣୁ ଉକ୍ତ ରାସ୍ତାର ଗୁରୁତ୍ୱକୁ ନେଇ ବିଭାଗ ତରଫରୁ ଗତ ୨୦୧୫ ମସିହାରେ ୧୯ କୋଟି ଟଙ୍କା ମଂଜୁର ଅର୍ଥରେ ରାସ୍ତା ନିର୍ମିତ ହୋଇଥିଲା । ନିର୍ମାଣ କାଯ୍ୟ ର୍  ନିମ୍ନମାନର ହୋଇଥିବା ଯୋଗୁଁ ଏବଂ ରକ୍ଷଣାବେକ୍ଷଣ ସ୍ଥାୟିତ୍ୱକୁ ଠିକ୍ ଭାବେ ନିର୍ବାହ କରାଯାଉନଥିବାରୁ ରାସ୍ତା ମରାମତି ସରୁସରୁ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସି ଗମନାଗମନରେ ବାଧା ସୃଷ୍ଟି କରୁଥିବାର ଦେଖିବାକୁ ମିଳୁଛି । ଗତ ଏପ୍ରିଲ ମାସରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇ ଥିବା ବେଳେ ଏହା ନସରୁଣୁ ଜାମବଣି ଠାରୁ ବରପଦା ପର୍ଯ୍ୟନ୍ତ ମରାମତି ହୋଇଥିବା ରାସ୍ତା ପୁଣି ଫାଟି ଯିବା ସହ, ଉଭୟ ପାଶ୍ୱର୍ ଦବି ଯାଇ ଗମନାଗମନରେ ବିପଦ ସୃଷ୍ଟି କରୁଥିଲା । ରାସ୍ତାର ମଝିରେ ମଝିରେ ଗାତ ମଧ୍ୟ ସୃଷ୍ଟି ହୋଇଥିଲା । ଉକ୍ତ ଗାତ ଗୁଡ଼ିକୁ ପୂରଣ କରିବାକୁ ଯାଇ ପିଚୁ ବଦଳରେ ମୋରମ ବ୍ୟବହୃତ ହୋଇଛି । ଯାହାକି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ବର୍ଷାଋତୁ ଚାଲିଥିବାରୁ ଏହା ଧୋଇ ପୂର୍ବ ଅବସ୍ଥାକୁ ଫେରି ଆସିବାର ଆଶଙ୍କା ସୃଷ୍ଟି କରିଛି । ଅପରପକ୍ଷରେ କାଦବରାଙ୍ଗ ବଜାର ଠାରୁ କାଦବରାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପାଖାପାଖି ୪୫୦ମିଟର କଂକ୍ରିଟ ନିର୍ମିତ ରାସ୍ତାର ରକ୍ଷରାବେକ୍ଷଣ ଠିକ୍ ଭାବେ ହୋଇନଥିବାରୁ ବର୍ତ୍ତମାନ ରାସ୍ତା ମଝିରୁ ଦୁଇଫାଳ ହୋଇଯାଇଛି । ଯଦ୍ୱରା ସାଇକେଲ କିମ୍ବା ମୋଟରସାଇକେଲ ଆରୋହୀ ରାସ୍ତାରେ ଯିବାକୁ ନିରାପଦ ମଣୁ ନାହାନ୍ତି । ଟିବେ ଅସାବଧାନତାରେ ଗାଡ଼ିଚକା ଫାଟିଥିବା ରାସ୍ତାରେ ପସି ଦୃର୍ଘଟଣା ଘଟିବ ଏଥିରେ ସନ୍ଦେହ ନାହିଁ । ଏନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ଏଥିନେଇ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଅପରପକ୍ଷରେ ବିଭାଗୀୟ ନିର୍ବାହୀଯନ୍ତ୍ରୀ ମାଟିର ଆଦ୍ରତା ଯୋଗୁଁ ନିର୍ମିତ ରାସ୍ତା ପ୍ରତିବର୍ଷ ଫାଟୁଛି ,ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତି ସରିଛି,ବର୍ତ୍ତମାନ କନିଷ୍ଠ ଯନ୍ତ୍ରୀଙ୍କୁ ଫାଟିଥିବା ଜାଗାର ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ଓ ଫାଟି ଥିବା କିଛି ସ୍ଥାନର ମରାମତି କାର୍ଯ୍ୟ କରାଯାଇଥିବାର ସୂଚନା ଦେଇଛନ୍ତି ।



ଭଦ୍ରକ,ବନ୍ତ: (ରିପୋର୍ଟ :ସମୀର ମହାନ୍ତି) : ୨୨/୦୬/୨୦୨୧:ଭଦ୍ରକ ରେ ବଢିଚାଲିଛି ପ୍ରଶାସନ ଓ କଣ୍ଟ୍ରାକ୍ଟର ଙ୍କ ମଧୁଚନ୍ଦ୍ରିକା ସମ୍ପର୍କ। ସେଥିପାଇଁ ବଳି ପଡୁଛନ୍ତି ସାଧାରଣ ଜନତା। ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଆଗରପଡ଼ା-ବରପଦା  ରାସ୍ତାଟି ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଯାତ୍ରୀବାହୀ ଯାନବାହନ ସମେତ ଅନ୍ୟାନ୍ୟ ଗାଡ଼ିମଟର ଚଳାଚଳ କରିଥାଏ । ତେଣୁ ଉକ୍ତ ରାସ୍ତାର ଗୁରୁତ୍ୱକୁ ନେଇ ବିଭାଗ ତରଫରୁ ଗତ ୨୦୧୫ ମସିହାରେ ୧୯ କୋଟି ଟଙ୍କା ମଂଜୁର ଅର୍ଥରେ ରାସ୍ତା ନିର୍ମିତ ହୋଇଥିଲା । ନିର୍ମାଣ କାଯ୍ୟ ର୍  ନିମ୍ନମାନର ହୋଇଥିବା ଯୋଗୁଁ ଏବଂ ରକ୍ଷଣାବେକ୍ଷଣ ସ୍ଥାୟିତ୍ୱକୁ ଠିକ୍ ଭାବେ ନିର୍ବାହ କରାଯାଉନଥିବାରୁ ରାସ୍ତା ମରାମତି ସରୁସରୁ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସି ଗମନାଗମନରେ ବାଧା ସୃଷ୍ଟି କରୁଥିବାର ଦେଖିବାକୁ ମିଳୁଛି । ଗତ ଏପ୍ରିଲ ମାସରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇ ଥିବା ବେଳେ ଏହା ନସରୁଣୁ ଜାମବଣି ଠାରୁ ବରପଦା ପର୍ଯ୍ୟନ୍ତ ମରାମତି ହୋଇଥିବା ରାସ୍ତା ପୁଣି ଫାଟି ଯିବା ସହ, ଉଭୟ ପାଶ୍ୱର୍ ଦବି ଯାଇ ଗମନାଗମନରେ ବିପଦ ସୃଷ୍ଟି କରୁଥିଲା । ରାସ୍ତାର ମଝିରେ ମଝିରେ ଗାତ ମଧ୍ୟ ସୃଷ୍ଟି ହୋଇଥିଲା । ଉକ୍ତ ଗାତ ଗୁଡ଼ିକୁ ପୂରଣ କରିବାକୁ ଯାଇ ପିଚୁ ବଦଳରେ ମୋରମ ବ୍ୟବହୃତ ହୋଇଛି । ଯାହାକି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ବର୍ଷାଋତୁ ଚାଲିଥିବାରୁ ଏହା ଧୋଇ ପୂର୍ବ ଅବସ୍ଥାକୁ ଫେରି ଆସିବାର ଆଶଙ୍କା ସୃଷ୍ଟି କରିଛି । ଅପରପକ୍ଷରେ କାଦବରାଙ୍ଗ ବଜାର ଠାରୁ କାଦବରାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପାଖାପାଖି ୪୫୦ମିଟର କଂକ୍ରିଟ ନିର୍ମିତ ରାସ୍ତାର ରକ୍ଷରାବେକ୍ଷଣ ଠିକ୍ ଭାବେ ହୋଇନଥିବାରୁ ବର୍ତ୍ତମାନ ରାସ୍ତା ମଝିରୁ ଦୁଇଫାଳ ହୋଇଯାଇଛି । ଯଦ୍ୱରା ସାଇକେଲ କିମ୍ବା ମୋଟରସାଇକେଲ ଆରୋହୀ ରାସ୍ତାରେ ଯିବାକୁ ନିରାପଦ ମଣୁ ନାହାନ୍ତି । ଟିବେ ଅସାବଧାନତାରେ ଗାଡ଼ିଚକା ଫାଟିଥିବା ରାସ୍ତାରେ ପସି ଦୃର୍ଘଟଣା ଘଟିବ ଏଥିରେ ସନ୍ଦେହ ନାହିଁ । ଏନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ଏଥିନେଇ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଅପରପକ୍ଷରେ ବିଭାଗୀୟ ନିର୍ବାହୀଯନ୍ତ୍ରୀ ମାଟିର ଆଦ୍ରତା ଯୋଗୁଁ ନିର୍ମିତ ରାସ୍ତା ପ୍ରତିବର୍ଷ ଫାଟୁଛି ,ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତି ସରିଛି,ବର୍ତ୍ତମାନ କନିଷ୍ଠ ଯନ୍ତ୍ରୀଙ୍କୁ ଫାଟିଥିବା ଜାଗାର ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ଓ ଫାଟି ଥିବା କିଛି ସ୍ଥାନର ମରାମତି କାର୍ଯ୍ୟ କରାଯାଇଥିବାର ସୂଚନା ଦେଇଛନ୍ତି ।
       

Post a Comment

Please Select Embedded Mode To Show The Comment System.*

Previous Post Next Post