ଭଦ୍ରକ ରେ ବ୍ରାଉନ୍ ସୁଗାର ନିଶା କରୁଛି ପୋଲିସ୍ କର୍ମଚାରୀ ଙ୍କ ପୁଅ !

ଭଦ୍ରକ ରେ ବ୍ରାଉନ୍ ସୁଗାର ନିଶା କରୁଛି ପୋଲିସ୍ କର୍ମଚାରୀ ଙ୍କ ପୁଅ !

ଭଦ୍ରକ ରେ ବ୍ରାଉନ୍ ସୁଗାର ନିଶା କରୁଛି ପୋଲିସ୍ କର୍ମଚାରୀ ଙ୍କ ପୁଅ !


ଭଦ୍ରକ : 21/06/2021(ରିପୋର୍ଟ :ସମୀର ମହାନ୍ତି ): ଧଳ ଜହର ଭରା ଭଦ୍ରକ ସହରରେ ଦିନ କୁ ଦିନ ବଢିଚାଲିଛି ନିଶାସକ୍ତ ଲୋକମାନଙ୍କର ସଂଖ୍ୟା।  କେଉଁଠାରୁ ଦେଶୀ ମଦ ଜବତ ହଉଛି ତ,  କେଉଁଠାରୁ ବ୍ରାଉନ୍ ସୁଗାର l କେଉଁଠି ପୁଲିସ ଖାଉଛି ତ ,କେଉଁଠି ପୁଲିସ ବିଭାଗର କିଛି କର୍ମଚାରୀ ଏହାକୁ ସୁଯୋଗ ଦେଉଛନ୍ତି। ପୁଣି ଭଦ୍ରକ ରେ ଆଜି ଦେଖିବାକୁ ମିଳିଛି ଧଳା ଜହର। ସୂଚନା ଅନୁଯାୟୀ କଦମବେଡ଼ା ପେଟ୍ରୋଲ ପମ୍ପ ପାଖରେ କିଛି ଯୁବକ ବ୍ରାଉନସୁଗର ପୁଡ଼ିଆ ଧରି ନିଶା କରୁଥିବା ବେଳେ ଖବର ପାଇ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିଥିଲେ । ସେଥିରୁ ୩ ଜଣକୁ ପୁଲିସ ଉଠାଇ ନେଇ ଥାନାରେ ଅଟକ ରଖିଥିବା ବେଳେ , ଜଣେ ଯୁବକ ପୁଲିସ ବିଭାଗରେ କାର୍ଯ୍ୟରତ ଗାଡି ଡ୍ରାଇଭରଙ୍କ ପୁଅ ବୋଲି ଜଣାପଡ଼ିଛି। ସେ ସେଠାରେ ନିଶା ସେବନ କରିବା ସହିତ ହାତରେ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲା । ଏହାପରେ ଲୋକେ ତାକୁ କାବୁ କରିକି ପୁଲିସ ଜିମାରେ ଦେଇଥିଲେ। ଏବେ ପୁଲିସର କାର୍ଯ୍ୟକୁ ଅପେକ୍ଷା କରିଛନ୍ତି ଭଦ୍ରକ ଜନସାଧାରଣ |ତେବେ ଦେଖିବାକୁ ବାକି ରହିଲା କେମିତି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନିଶାକରବାରରେ ଲିପ୍ତ ଥିବା ଅଭିଯୁକ୍ତଙ୍କ ଉପରେ ଓ ଭଦ୍ରକ ବାସି ଅପେକ୍ଷା ରେ କେବେ ଭଦ୍ରକ ମୁକୁଳିବ ଧଳା ଜହର କବଳରୁ।

Post a Comment

Please Select Embedded Mode To Show The Comment System.*

Previous Post Next Post