ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ର ଆକାଶ ଛୁଆଁ ଦର ବୃଦ୍ଧି ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ଗଣ ବିକ୍ଷୋଭ |
ଟିକାବାଲି : 11/06/2022(ରିପୋର୍ଟ :ସଂଜୀବ ଦିଗାଲ): ଆଜି ଟିକାବାଲି ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀ ଗୋକୁଳ ପ୍ରଧାନ | ଜିଲ୍ଲା ଅନୁସୂଚିତ ଅଦକ୍ଷ ଶ୍ରୀ ପ୍ରଫୁଲ୍ଲ ଦିଗାଲ ଙ୍କ ଅବାହ କ୍ରମେ ବ୍ଲକର ସମସ୍ତ ଜନସାଧାରଣ ଙ୍କୁ ନେଇ ଟିକାବାଲି ପେଟ୍ରୋଲ ପମ୍ପ ଠାରେ ଏକ ଗଣ ଆନ୍ଦୋଳନ ଦେଖିବାକୁ ମିଳିଛି | ଆନ୍ଦୋଳନ ର ମୁଖ୍ୟ ଉଦେଶ୍ୟ ହେଲା ବର୍ତମାନ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ମନମୁଖୀ ଶାସନ ଯୋଗୁଁ ଆଜି ପେଟ୍ରୋଲ, ଓ ଡିଜେଲ ଏବଂ ରନ୍ଧନ ଗ୍ୟାସ କମିବା ର ନା ଧରୁନି | ଏଥିରେ ଗରୀବ କୁଲି ମୁଜୁରିଆ ଲୋକ ମାନେ ବହୁତ ପ୍ରଭାବିତ ହେଉଛନ୍ତି ବୋଲି କଂଗ୍ରେସ ଦଳ ର ସକ୍ରିୟ ସଭ୍ୟ ମାନେ ଘୋର ନିନ୍ଦା କରି ଛନ୍ତି | ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ କାର୍ଯ୍ୟକାରୀ ସଦସ୍ୟ ସାମୁଏଲ ନାୟକ, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠକ ବ୍ଲକ ସଭାପତି ଶ୍ରୀ ଚନ୍ଦନ ପଣ୍ଡା, ଶିବାଜୀ ଦିଗାଲ, ରମା ପଣ୍ଡା ପିଙ୍କୁ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ |
Tags:
Local news