ବାଣିଗୋଛା ନିକଟରେ ଓଲଟିଲା ମାଲ୍ ବାହି ଟ୍ରକ, ଚାଳକ ଆହତ !
ଦଶପଲ୍ଲା : 21/06/2021(ରିପୋର୍ଟ : ସୁବାଷ ବାରିକ) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣିଗୋଛା ନିକଟସ୍ଥ କାମିଟି ପଂଗା ମହାବୀର ମନ୍ଦିର ବାଂକ ନିକଟରେ ଅପରାହ୍ନ ୪ ଘଟିକା ସମୟରେ ଏକ ଲୁହାପ୍ଲେଟ୍ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗାଡିର ଚାଳକ ଆହତ
ହୋଇଥିବାବେଳେ ସ୍ଥାନୀୟ ଲୋକ ତାଙ୍କୁ ଦଶପଲ୍ଲା ଡାକ୍ତରଖାନା କୁ ପଠାଇ ଥିଲେ । ଲୋକଙ୍କ କହିବା ଅନୁସାରେ ଏହି ବାଂକଟି ଏକ ବିପଦ ସଂକୁଳ ବାଂକ ହୋଇଥିବା ବେଳେ ଏହି ସ୍ଥାନରେ ପ୍ରତିଦିନ କିଛିନା କିଛି ଦୁର୍ଘଟଣା ପଟୁଛି । ତେଣୁ ଏହି ସ୍ଥାନକୁ ଦୁର୍ଘଟଣା ସ୍ଥଳ ଚିହ୍ନଟ କରିବାକୁ ସର୍ବ ସାଧାରଣରେ ଦାବୀ ହେଉଛି ।
Tags:
Local news