ପାଣି ମୁନ୍ଦାଏ ପାଇଁ ଅଭିଯୋଗ ପରେ ମଧ୍ଯ ଶୁଣୁନି ପ୍ରଶାସନ |

ପାଣି ମୁନ୍ଦାଏ ପାଇଁ ଅଭିଯୋଗ ପରେ ମଧ୍ଯ ଶୁଣୁନି ପ୍ରଶାସନ |

ପାଣି ମୁନ୍ଦାଏ ପାଇଁ ଅଭିଯୋଗ ପରେ ମଧ୍ଯ ଶୁଣୁନି ପ୍ରଶାସନ |


ନୂଆଗାଁ : 03/06/2021(ରିପୋର୍ଟ : ନିରଞ୍ଜନ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଙ୍କ ବିକାଶ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ବେଳେ ତାହା କେତେଦୂର ସଫଳ ଏହି ଆଦିବାସୀ ଗାଁ କୁ ଦେଖିଲେ ଜଣାପଡ଼େ | ଏହି ଆଦିବାସୀ ଅଂଚଳର ବିକାଶ କେତେଦୂର ହୋଇଛି? 

ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ କାପ୍ତାପଲ୍ଲୀ ପଂଚାୟତର ବଡଦୁରୁପା ହରିଜନ ସାହିରେ | ବଡଦୁରୁପା ଗ୍ରାମରେ ଆଦିବାସୀ ସାହି ଏବଂ ହରିଜନ ସାହି ମିଶି ପରିବାର ସଂଖ୍ଯା ୧୫୦।

ଏବଂ ଗାଁରେ ଗୋଟିଏ ବୋଲି ନଳକୂପ, ଯାହାକି ବଡଦୁରୁପା ଲୋକମାନେ କହିବାର କଥା ଯେ ଏହି ନଳକୂପଟି ୨୦ ରୁ ୪୦ ବାଲଟି ପାଣି ବାହାରିବା ପରେ ଆଉ ପାଣି ବାହାରୁ ନଥିବା କଥା ଗ୍ରାମବାସି ମାନେ ପ୍ରକାଶ କରିଛନ୍ତି।ହରିଜନ ସାହି ପାଖକୁ ଲାଗି ମଧ୍ଯ ଆଉ ଗୋଟିଏ ନଳକୂପ ଥିବାବେଳେ ତାହା ଅଚଳ ହୋଇ ଦୀର୍ଘଦିନ ଧରି ପଡିରହିଛି | ବ୍ଳକ ପ୍ରସାସନକୁ ଅବଗତ କରାଇଥିଲେ ମଧ୍ଯ ହାତ ବାନ୍ଧି ବସିଛି ବିଭାଗ |

ରୋହିତ ନାଏକ କହିବାର କଥା ଯେ ଜାତିରେ ହରିଜନ ହୋଇଥିବାରୁ ଗାଁରେ ଅଛୁଆଁ କହି ପାଣି ପାଇଁ ବାରଣ କରୁଥିବାରୁ, ସେମାନେ ଏକ କୂଅ ଉପରେ ନିର୍ଭରଶୀଳ, ଜାହା କି ଘର ଠାରୁ  ଅନତି ଦୁରରେ, ସେମାନେ ସେଥିରୁ ଖରା ବର୍ଷା, ଶୀତ, କାକର ଏବଂ ଦରକାର ପଡିଲେ ରାତି ଅଧରେ ବି ପାଣି ପାଇଁ ଯାଇଥାନ୍ତି।ଆଉ ଗୋଟିଏ ନଳକୂପ ଖନନ ପାଇଁ ବ୍ଳକ ଅଫିସ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଅଣାୟତ ହୋଇ ସାରିଲେଣି ବଡଦୁରୁପା ହରିଜନ ସାହିର ପରିବାର ମାନେ।ଦେଖିବାକୁ ବାକି ରହିଲା କେବେ ବଡଦୁରୁପା ହରିଜନ ସାହିର ଦୁଃଖ ବୁଝୁଚି ବ୍ଳକ ପ୍ରସାସନ |

Post a Comment

Please Select Embedded Mode To Show The Comment System.*

Previous Post Next Post