ସପ୍ତମ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ !

ସପ୍ତମ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ !

ସପ୍ତମ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ! ସପ୍ତମ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ !   କଲିକତା (୨୧/୬)- ସନାତନ ମହାକୁଡ଼: ସପ୍ତମ ଆନ୍ତର୍ଜାତିୟ ଯୋଗ ଦିବସ ପଶ୍ଚିମବଙ୍ଗର ବିଭିନ୍ନ ଅନୁଷ୍ଠାନ ଦ୍ଵାରା ପାଳିତ ହୋଇଯାଇଛି। କଲିକତାର ହେରିଟେଜ ସ୍କୁଲରେ ଇଶାଯୋଗ ଫାଉଣ୍ଡେସନର ପ୍ରଶିକ୍ଷକ ବିନୋଦ ଦିନୋଡିଆଙ୍କ ଦ୍ଵାରା ଦୂରସଞ୍ଚାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଶୁଭାରମ୍ଭ କରିଥିଲେ ସ୍କୁଲର ଅଧ୍ୟକ୍ଷା ସୀମା ଶପୃ ଏବଂ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଯୋଗ ଶିକ୍ଷକ ସନାତନ ମହାକୁଡ ଏବଂ ଇଲା ଖଣ୍ଡେଲିଆ।  ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ଅଂଜଳୀ ଚାଟାର୍ଜୀ ଆଞ୍ଚଳିକ ହୋମିଓପାଥି ଗବେଷଣା ପ୍ରତିଷ୍ଠାନ ଦ୍ୱାରା କଲିକତାର ବିବେକାନନ୍ଦ ଆଦର୍ଶ ମିଳନ ମିଳନ ମନ୍ଦିର ହରିଦେବପୁର,ରିଦ୍ଧି ସୋସାଇଟି ଫଳ ରିମେଡିଆଲ ଆଣ୍ଡ ଇଣ୍ଟିଗ୍ରେଟେଡ ଏଡୁକେସନ ଟଲିଗଂଜ ଏବଂ ହେରିଟେଜ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଛାତ୍ରଛାତ୍ରୀ, କର୍ମଚାରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପାଇଁ ଦୂରସଞ୍ଚାରୀ ମାଧ୍ୟମରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସନାତନ ମହାକୁଡ,ମିତାଲି ଘରାଇ, ଇଲା ଖଣ୍ଡେଲିଆ ଓ ଡଃ ସୁନିଲ ସିଂହ।           ଏତଦ୍ ବ୍ୟତୀତ ଶ୍ରୀରାମକୃଷ୍ଣ ସେବାଶ୍ରମ ଟିକାତାଳ, ଶାରୀରିକ ଶିକ୍ଷା ବିଭାଗ, ଯାଦବପୁର ବିଶ୍ଵବିଦ୍ୟାଳୟ, ଯୋଗ କଳା ଓ ବିଜ୍ଞାନ ବିଭାଗ, ବିଶ୍ଵଭାରତୀ ଶାନ୍ତି ନିକେତନ ପକ୍ଷରୁ ଯୋଗ ଶିବିର, ୱବିନାର ଓ କର୍ମଶାଳା ଇତ୍ୟାଦି କରୋନା ଆଇନ ଅନୁସାରେ ଦୂରସଞ୍ଚାରୀ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି। ଏହି ଆନ୍ତର୍ଜାତିୟ ଯୋଗ ଦିବସରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ପଶ୍ଚିମବଙ୍ଗ ଶାଖା, ବିବେକାନନ୍ଦ ଯୋଗ ଅନୁସନ୍ଧାନ ସଂସ୍ଥାନ,ଏବିସିଡି ଯୋଗ, ଯୋଗ ଫର ଲାଇଫ୍, ହାର୍ଟଫୁଲ୍ ମେଡିଟେସନ, ଭାରତୀୟ ଡାକ ବିଭାଗ ଏବଂ ଭାରତୀୟ ଡାକ ବୀମା ନିଗମ ଇତ୍ୟାଦି ସଂସ୍ଥା ସମୁହ ଦ୍ଵାରା ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଏଭଳି ଯୋଗ କାର୍ଯ୍ୟକ୍ରମ ଯେ କେବଳ ସଚେତନତା ସୃଷ୍ଟି କରେ। ତାହା ନୁହେଁ ଏସବୁ ମଣିଷକୁ ସୁସ୍ଥ ସବଳ ତଥା ଚିନ୍ତା ମୁକ୍ତ ଜୀବନ ଯାପନ କରିବାରେ ସହାୟକ ହୁଏ ଏହା ନିଃସନ୍ଦେହ।


କଲିକତା (୨୧/୬)- ସନାତନ ମହାକୁଡ଼: ସପ୍ତମ ଆନ୍ତର୍ଜାତିୟ ଯୋଗ ଦିବସ ପଶ୍ଚିମବଙ୍ଗର ବିଭିନ୍ନ ଅନୁଷ୍ଠାନ ଦ୍ଵାରା ପାଳିତ ହୋଇଯାଇଛି। କଲିକତାର ହେରିଟେଜ ସ୍କୁଲରେ ଇଶାଯୋଗ ଫାଉଣ୍ଡେସନର ପ୍ରଶିକ୍ଷକ ବିନୋଦ ଦିନୋଡିଆଙ୍କ ଦ୍ଵାରା ଦୂରସଞ୍ଚାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଶୁଭାରମ୍ଭ କରିଥିଲେ ସ୍କୁଲର ଅଧ୍ୟକ୍ଷା ସୀମା ଶପୃ ଏବଂ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଯୋଗ ଶିକ୍ଷକ ସନାତନ ମହାକୁଡ ଏବଂ ଇଲା ଖଣ୍ଡେଲିଆ।

 ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ଅଂଜଳୀ ଚାଟାର୍ଜୀ ଆଞ୍ଚଳିକ ହୋମିଓପାଥି ଗବେଷଣା ପ୍ରତିଷ୍ଠାନ ଦ୍ୱାରା କଲିକତାର ବିବେକାନନ୍ଦ ଆଦର୍ଶ ମିଳନ ମିଳନ ମନ୍ଦିର

ହରିଦେବପୁର,ରିଦ୍ଧି ସୋସାଇଟି ଫଳ ରିମେଡିଆଲ ଆଣ୍ଡ ଇଣ୍ଟିଗ୍ରେଟେଡ ଏଡୁକେସନ ଟଲିଗଂଜ ଏବଂ ହେରିଟେଜ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଛାତ୍ରଛାତ୍ରୀ, କର୍ମଚାରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପାଇଁ ଦୂରସଞ୍ଚାରୀ ମାଧ୍ୟମରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସନାତନ ମହାକୁଡ,ମିତାଲି ଘରାଇ, ଇଲା ଖଣ୍ଡେଲିଆ ଓ ଡଃ ସୁନିଲ ସିଂହ।


         ଏତଦ୍ ବ୍ୟତୀତ ଶ୍ରୀରାମକୃଷ୍ଣ ସେବାଶ୍ରମ ଟିକାତାଳ, ଶାରୀରିକ ଶିକ୍ଷା ବିଭାଗ, ଯାଦବପୁର ବିଶ୍ଵବିଦ୍ୟାଳୟ, ଯୋଗ କଳା ଓ ବିଜ୍ଞାନ ବିଭାଗ, ବିଶ୍ଵଭାରତୀ ଶାନ୍ତି ନିକେତନ ପକ୍ଷରୁ ଯୋଗ ଶିବିର, ୱବିନାର ଓ କର୍ମଶାଳା ଇତ୍ୟାଦି କରୋନା ଆଇନ ଅନୁସାରେ ଦୂରସଞ୍ଚାରୀ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି।

ଏହି ଆନ୍ତର୍ଜାତିୟ ଯୋଗ ଦିବସରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ପଶ୍ଚିମବଙ୍ଗ ଶାଖା, ବିବେକାନନ୍ଦ ଯୋଗ ଅନୁସନ୍ଧାନ ସଂସ୍ଥାନ,ଏବିସିଡି ଯୋଗ, ଯୋଗ ଫର ଲାଇଫ୍, ହାର୍ଟଫୁଲ୍ ମେଡିଟେସନ, ଭାରତୀୟ ଡାକ ବିଭାଗ ଏବଂ ଭାରତୀୟ ଡାକ ବୀମା ନିଗମ ଇତ୍ୟାଦି ସଂସ୍ଥା ସମୁହ ଦ୍ଵାରା ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପରିଚାଳନା

କରାଯାଇଥିଲା। ଏଭଳି ଯୋଗ କାର୍ଯ୍ୟକ୍ରମ ଯେ କେବଳ ସଚେତନତା ସୃଷ୍ଟି କରେ। ତାହା ନୁହେଁ ଏସବୁ ମଣିଷକୁ ସୁସ୍ଥ ସବଳ ତଥା ଚିନ୍ତା ମୁକ୍ତ ଜୀବନ ଯାପନ କରିବାରେ ସହାୟକ ହୁଏ ଏହା ନିଃସନ୍ଦେହ।

Post a Comment

Please Select Embedded Mode To Show The Comment System.*

Previous Post Next Post