ଦଶପଲ୍ଲା ପଶ୍ଚିମାଞ୍ଚଳରେ , ଡାକ୍ତର ମରୁଡି

ଦଶପଲ୍ଲା ପଶ୍ଚିମାଞ୍ଚଳରେ , ଡାକ୍ତର ମରୁଡି

ଦଶପଲ୍ଲା ପଶ୍ଚିମାଞ୍ଚଳରେ , ଡାକ୍ତର ମରୁଡି ଦଶପଲ୍ଲା ପଶ୍ଚିମାଞ୍ଚଳରେ , ଡାକ୍ତର ମରୁଡି   ଦଶପଲ୍ଲା :15/06/2021(ରିପୋର୍ଟ :ରତ୍ନାକର ହୋତା): ସାରା ବିଶ୍ବ ବର୍ତ୍ତମାନ କରୋନାର କରୁଣ ପରିଣତି ଭୋଗୁଥିବା ବେଳେ, ସମଗ୍ର ବିଶ୍ବବାସୀ ହା ହୁତାସରେ ଜୀବନ କାଟୁଛନ୍ତି । କରୋନାର ଦ୍ବୀତୀୟ ଲହର୍ ଅସ୍ତବ୍ୟସ୍ତ କରିଦେଇଛି ଜନ ଜୀବନ କୁ ।          ଏଭଳି ଏକ ସଂକଟ ସମୟରେ , ଦଶପଲ୍ଲା ପଶ୍ଚିମାଞ୍ଚଳ ଟାକରା,ବାଣିଗୋଛା, କୁଜାମେଣ୍ଢି, ଚଢେୟାପଲ୍ଲୀ ଭଳି ଦୁର୍ଗମ ଅଂଚଳରେ ସ୍ବାସ୍ଥ୍ୟ ସେବା ସଂପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡିଛି ।ଏହି ଦଶଗୋଟି ଆଦିବାସୀ ଅଧ୍ୟୁଷିତ ବଣ ପାହାଡ ଘେରା ଦୁର୍ଗମ ଅଂଚଳକୁ, କେବଳ ଭଗବାନ ଭରଷା ବୋଲି, ସର୍ବସାଧାରଣ ରେ ଆଲୋଚନା ହେଉଛି । ପ୍ରାପ୍ତ ସୂଚନା ଅନୁସାରେ କେବଳ ବାଣିଗୋଛା ଡାକ୍ତରଖାନା ବ୍ୟତୀତ ଅନ୍ୟ କୌଣସି ଡାକ୍ତର ଖାନାରେ ଅଜକୁ ୨୫ ବର୍ଷ ହେବ, ଡାକ୍ତର ନିଯୁକ୍ତି ପାଇନାହାନ୍ତି ଯଦିବା ପାଇଛନ୍ତି ତେବେ ସେହି ଡାକ୍ତର ଅନ୍ୟ କେଉଁଠି କାର୍ଯ୍ୟ କରୁଛନ୍ତି । ତେଣୁ ଏ ଅଂଚଳ ର ଗରିବ ଆଦିବାସୀ ହରିଜନ ଲୋକମାନେ ଖର୍ଚ୍ଚାନ୍ତ ହୋଇ ଦଶପଲ୍ଲା , ନୟାଗଡ଼ ଓ ଫୁଲବାଣୀ ଡାକ୍ତରଖାନା କୁ ଯାଇ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି । ତେଣୁ ଦଶପଲ୍ଲା ପଶ୍ଚିମାଞ୍ଚଳର ଏହି ୪ ଟି ଡାକ୍ତରଖାନାରେ ଶିଘ୍ର ଡାକ୍ତର ନିଯୁକ୍ତି କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।


ଦଶପଲ୍ଲା :15/06/2021(ରିପୋର୍ଟ :ରତ୍ନାକର ହୋତା): ସାରା ବିଶ୍ବ ବର୍ତ୍ତମାନ କରୋନାର କରୁଣ ପରିଣତି ଭୋଗୁଥିବା ବେଳେ, ସମଗ୍ର ବିଶ୍ବବାସୀ ହା ହୁତାସରେ ଜୀବନ କାଟୁଛନ୍ତି । କରୋନାର ଦ୍ବୀତୀୟ ଲହର୍ ଅସ୍ତବ୍ୟସ୍ତ କରିଦେଇଛି ଜନ ଜୀବନ କୁ ।
         ଏଭଳି ଏକ ସଂକଟ ସମୟରେ , ଦଶପଲ୍ଲା ପଶ୍ଚିମାଞ୍ଚଳ ଟାକରା,ବାଣିଗୋଛା, କୁଜାମେଣ୍ଢି, ଚଢେୟାପଲ୍ଲୀ ଭଳି ଦୁର୍ଗମ ଅଂଚଳରେ ସ୍ବାସ୍ଥ୍ୟ ସେବା ସଂପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡିଛି ।ଏହି ଦଶଗୋଟି ଆଦିବାସୀ ଅଧ୍ୟୁଷିତ ବଣ ପାହାଡ ଘେରା ଦୁର୍ଗମ ଅଂଚଳକୁ, କେବଳ ଭଗବାନ ଭରଷା ବୋଲି, ସର୍ବସାଧାରଣ ରେ ଆଲୋଚନା ହେଉଛି । ପ୍ରାପ୍ତ ସୂଚନା ଅନୁସାରେ କେବଳ ବାଣିଗୋଛା ଡାକ୍ତରଖାନା ବ୍ୟତୀତ ଅନ୍ୟ କୌଣସି ଡାକ୍ତର ଖାନାରେ ଅଜକୁ ୨୫ ବର୍ଷ ହେବ, ଡାକ୍ତର ନିଯୁକ୍ତି ପାଇନାହାନ୍ତି ଯଦିବା ପାଇଛନ୍ତି ତେବେ ସେହି ଡାକ୍ତର ଅନ୍ୟ କେଉଁଠି କାର୍ଯ୍ୟ କରୁଛନ୍ତି । ତେଣୁ ଏ ଅଂଚଳ ର ଗରିବ ଆଦିବାସୀ ହରିଜନ ଲୋକମାନେ ଖର୍ଚ୍ଚାନ୍ତ ହୋଇ ଦଶପଲ୍ଲା , ନୟାଗଡ଼ ଓ ଫୁଲବାଣୀ ଡାକ୍ତରଖାନା କୁ ଯାଇ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି । ତେଣୁ ଦଶପଲ୍ଲା ପଶ୍ଚିମାଞ୍ଚଳର ଏହି ୪ ଟି ଡାକ୍ତରଖାନାରେ ଶିଘ୍ର ଡାକ୍ତର ନିଯୁକ୍ତି କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

Post a Comment

Please Select Embedded Mode To Show The Comment System.*

Previous Post Next Post