ଗୋଟିଏ ସ୍କୁଲ, ଦୁଇଟି ନାଁ' : ଚଞ୍ଚକତାରେ ଚାଲିଛି ବେସରକାରୀ ବିଦ୍ୟାଳୟ !

ଗୋଟିଏ ସ୍କୁଲ, ଦୁଇଟି ନାଁ' : ଚଞ୍ଚକତାରେ ଚାଲିଛି ବେସରକାରୀ ବିଦ୍ୟାଳୟ !


ଭଦ୍ରକ : 05/06/2021(ରିପୋର୍ଟ : ମିହିର ମହାନ୍ତି): ଚଞ୍ଚକତାରେ ଚାଲିଛି ବେସରକାରୀ ବିଦ୍ୟାଳୟ | ଗୋଟିଏ ସ୍କୁଲ କିନ୍ତୁ ନାଁ ଦୁଇଟି | ସାଧାରଣ ଏବଂ ଅନୁସୂଚିତ ବର୍ଗର ଲୋକଙ୍କ ପାଖରୁ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା | ଆଉ ଏଥିରେ ବଳି ପଡୁଛି ସରକାରୀ ବିଦ୍ୟାଳୟ | ଆରଟିଆଇ  ତଥ୍ୟରୁ ହୋଇଛି ସାଙ୍ଘାତିକ ଖୋଲାସା | ତେବେ ଏଥିରେ ସାମିଲ ଅଛନ୍ତି ଖୋଦ ଜିଲ୍ଲା ଶିକ୍ଷାଧିକାରୀ ବାବୁ | ଦୁଇ ଦୁଇଟି ସରକାରୀ ବିଦ୍ୟାଳୟ ମଝିରେ ବେସରକାରୀ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦେଲେ କିଏ? 

ବିନା ଯାଞ୍ଚ ପ୍ରକ୍ରିୟାରେ ମାତ୍ର ସରକାରୀ ବିଦ୍ୟାଳୟ ଠାରୁ ୧୦୦ରୁ ୨୦୦ମିଟରେ କ୍ଷେତ୍ର ମଧ୍ୟରେ ବେସରକାରୀ ବିଦ୍ୟାଳୟ ଖୋଲିଲା କିପରି? ଆଉ ଏଥିନେଇ ବର୍ଷ ବର୍ଷ ଧରି ଭଦ୍ରକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଏବଂ ଟ୍ୱିଟ କରିବା ପରେ ବି ମିଳୁନି କୌଣସି ସୁଫଳ | ଆଉ ଯାହା ଦ୍ୱାରା ଦୁଇ ଦୁଇଟି ସରକାରୀ ବିଦ୍ୟାଳୟ ତାଲା ପଡିବାକୁ ବସିଲାଣି |
    ଆଜ୍ଞା ଏଇ ସାଇ ସେବା ଶିଶୁ ମନ୍ଦିର ବେସରକାରୀ ବିଦ୍ୟାଳୟଟି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଲକ ଅଧିନସ୍ଥ କେନ୍ଦୁଆପଦା ଠାରେ ୨୦୦୬ ମସିହାରୁ ଅବସ୍ଥିତ |

ତେବେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ଅନୁମତି କ୍ରମେ ୨୦୧୭ ମସିହାରେ ଏହି ବିଦ୍ୟାଳୟଟି ପଞ୍ଜୀକରଣ ହୋଇଥିଲା | ତେବେ ଜିଲ୍ଲା ଅଧିକାରୀ ବିନା ଯାଞ୍ଚ ପ୍ରକ୍ରିୟାରେ କେଉଁ ଆଇନ ବଳରେ ଦୁଇଟି ସରକାରୀ ବିଦ୍ୟାଳୟ ଥିବା ଭିତରେ ମାତ୍ର ୨୦୦ମିଟର ଦୂରରେ ପୁଣି ଏକ ବେସରକାରୀ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦେଲେ ଯାହା ତଦନ୍ତ ସାପେକ୍ଷ ଅଟେ | ତେବେ ସରକାରଙ୍କ ନୀତି ନିୟମ ଅନୁଯାୟୀ ବିଦ୍ୟାଳୟରେ ପଢ଼ୁଥିବା ହରିଜନ,ଆଦିବାସୀ ଏବଂ ଭିନ୍ନକ୍ଷମ ପିଲାଙ୍କ ପାଇଁ ୨୫ ପ୍ରତିଶତ ଛାଡ଼ ଥିବା ବେଳେ ବିଦ୍ୟାଳୟ ତରଫରୁ ତାହା ସମ୍ପୂର୍ଣ୍ଣ ଆଦାୟ କରାଯାଉଛି |





ଆଉ ଏ ନେଇ ଅଭିଯୋଗ କରିଛିନ୍ତି ଅଭିଭାବକ ଶାନ୍ତନୁ କୁମାର ସେଠୀ |
     ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଦ୍ୟାଳୟଟି ପ୍ରଥମେ ସାଇ ସେବା ଶିଶୁ ମନ୍ଦିର ନାଁରେ ପଞ୍ଜିକୃତ ଥିବାବେଳେ ସତ୍ୟ ସାଇ ଗୁରୁକୁଲ ନାଁ ରେ ପିଲାମାନଙ୍କୁ ମନି ରସିଦ ଦିଆଯାଉଛି | ତେବେ ଏ ସବୁର ଅଭିଯୋଗ ପରେ ଆମେ ପହଂଚିଥିଲୁ ଉକ୍ତ ବିଦ୍ୟାଳୟର  ମୁଖ୍ୟଙ୍କ ପାଖରେ | ତେବେ ତାଙ୍କ କହିବାନୁଯାୟୀ ବିଦ୍ୟାଳୟ ନାଁ ପରିବର୍ତ୍ତନ ପାଇଁ ସେମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖରେ ଆବେଦନ କରିଛନ୍ତି | କିନ୍ତୁ ତାହା ୨୦/୦୭/୨୦୨୦ ରିଖରେ ଅନୁମୁଦିତ ହୋଇଥିବା ବେଳେ ସିଏ ତାର ଗୋଟେ ବର୍ଷ ପୂର୍ବରୁ ବିଦ୍ୟାଳୟ ନାମ ପରିଵର୍ତନ କରିଦେଇଥିଲେ |
BUY AMAZON PRODUCTS HERE

ତେବେ ପ୍ରଶ୍ନ ଉଠୁଛି ଗ୍ରାମଞ୍ଚଳ ଅଞ୍ଚଳରେ ଉଭୟ ପାର୍ଶ୍ଵରେ ଦୁଇ ଦୁଇଟି ସରକାରୀ ବିଦ୍ୟାଳୟ ଥିବାବେଳେ ପୁଣି ଏକ ବେସରକାରୀ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦେବା କେତେଦୂର ଠିକ....? ଯାହା ଦ୍ୱାରା ଦୀର୍ଘ ବର୍ଷର ସରକାରୀ ବିଦ୍ୟାଳୟ ବନ୍ଦ ହେବାକୁ ଥିବାବେଳେ ଏହାର ଫାଇଦା ନେଉଛନ୍ତି କିଛି ଏଭଳି ବେସରକାରୀ ବିଦ୍ୟାଳୟ ଖୋଲିଥିବା ବ୍ୟକ୍ତିମାନେ | ତେବେ ସରକାରଙ୍କ ଅନୁମତି ପୂର୍ବରୁ ବିଦ୍ୟାଳୟ ନାଁ ପରିବର୍ତ୍ତନ କରି ଫି ରସିଦ ଦେବା କେତେଦୂର ଠିକ, ଆଉ ଏ ସବୁକୁ ତଦନ୍ତ କରାଗଲେ ହୁଏତ ବାକିଥିବା କିଛି ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ଗ୍ରାମବାସୀଙ୍କ ବିଶ୍ୱାସ।

Post a Comment

Please Select Embedded Mode To Show The Comment System.*

Previous Post Next Post