କରୋନାକୁ ହରାଇଲେ ଶହେ ବର୍ଷୀୟା ବୃଦ୍ଧା !
ନୂଆଗାଁ : 20/06/2021 ( ରିପୋର୍ଟ : ଜିତେନ୍ଦ୍ର ମହାପାତ୍ର ) : କରୋନା କୁ ହରାଇଲେ ଶହେ ବର୍ଷ ର ବୃଦ୍ଧା l ଏଭଳି ଏକ ଘଟଣା ଖଣ୍ଡପଡା କୋଭିଡ ହସ୍ପିଟାଲ ରେ ଦେଖିବାକୁ ମିଳିଛି l ମହୀପୁର ଗ୍ରାମର ସୁମନ୍ତୀ ନାୟକ ଚଳିତ ମାସ 5 ତାରିଖ ରେ କରୋନା ମହାମାରୀ ରେ ଆକ୍ରାନ୍ତ ହୋଇଥିଲେ l ଅମ୍ଳଜାନ ଅଭାବ ହେବାରୁ ତାଙ୍କୁ ଖଣ୍ଡପଡା କୋଭିଡ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା l ତେବେ ବୃଦ୍ଧା ଜଣଙ୍କୁ 100 ବର୍ଷ ରୁ ଉର୍ଦ୍ଧ ହୋଇଥିବାରୁ ଡାକ୍ତର ପ୍ରଦୀପ କୁମାର ପାଇକେରା ଚିନ୍ତାରେ ପଡ଼ି ଯାଇଥିଲେ l ଡାକ୍ତର ଓ ନର୍ସ ଙ୍କ ପରିଶ୍ରମ ଓ ସ୍ନେହ ଶ୍ରଦ୍ଧାରେ କୋଭିଡ ଭୁତାଣୁ ତାଙ୍କ ଠାରୁ ଦୁରେଇ ଯାଇଥିଲା ଏବଂ ଗତ ୨ଦିନ ହେଲା ସେ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି l ବୟସ ଓ ଇଛା ଶକ୍ତି ଆଗରେ ଭୁତାଣୁ ଦୁରେଇ ଯାଇଥିବା ରୁ ଏହା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l