କଣ୍ଟ୍ରୋଲ ଡିଲରଙଙ୍କୁ ପୁନଃ ନିଯୁକ୍ତି ନ ଦେବା ପାଇଁ ଜିଲ୍ଲାପାଳଙ୍କ ଆଗରେ ଦାବି ରଖିଲେ ଗ୍ରାମବାସୀ

କଣ୍ଟ୍ରୋଲ ଡିଲରଙଙ୍କୁ ପୁନଃ ନିଯୁକ୍ତି ନ ଦେବା ପାଇଁ  ଜିଲ୍ଲାପାଳଙ୍କ ଆଗରେ ଦାବି ରଖିଲେ ଗ୍ରାମବାସୀ

କଣ୍ଟ୍ରୋଲ ଡିଲରଙଙ୍କୁ ପୁନଃ ନିଯୁକ୍ତି ନ ଦେବା ପାଇଁ  ଜିଲ୍ଲାପାଳଙ୍କ ଆଗରେ ଦାବି ରଖିଲେ ଗ୍ରାମବାସୀ କଣ୍ଟ୍ରୋଲ ଡିଲରଙଙ୍କୁ ପୁନଃ ନିଯୁକ୍ତି ନ ଦେବା ପାଇଁ  ଜିଲ୍ଲାପାଳଙ୍କ ଆଗରେ ଦାବି ରଖିଲେ ଗ୍ରାମବାସୀ    ଭଦ୍ରକ, (ରିପୋର୍ଟ : ସମୀର ମହାନ୍ତି): ୨୨/୦୬/୨୦୨୧:ଭଦ୍ରକ ଅନ୍ତର୍ଗତ ଧାମନଗର ବ୍ଳକ ଭଗବାନପୁର ଗ୍ରାମ ପଞ୍ଚାୟତର ନିଲମ୍ବିତ କଣ୍ଟ୍ରୋଲ ଡିଲର ଶ୍ରୀଧର ସାହୁଙ୍କୁ ପୁନଃ ନିଯୁକ୍ତି ପୂର୍ବକ ରାସନ ସାମଗ୍ରୀ ବଣ୍ଟନ ଦାୟିତ୍ୱ ପ୍ରଦାନକୁ ପଞ୍ଚାୟତର ବହୁ ହିତାଧିକାରୀ ବିରୋଧ କରିଛନ୍ତି । ଏ ନେଇ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଆସି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ ଏହାର ତଦନ୍ତ ଦାୟିତ୍ୱ ଉପଜିଲ୍ଲାପାଳଙ୍କୁ ଦେଇଥିବା ଜଣା ଯାଇଛି । ମିଳିଥିବା ଅଭିଯୋଗ ଅନୁଯାୟୀ ପୂର୍ବରୁ ଡିଲର ଶ୍ରୀ ସାହୁ ରାସନ ସାମଗ୍ରୀ ହେରଫେର କରିବା, ଖାଉଟିଙ୍କୁ ସଠିକ୍ ଓଜନର ସମାଗ୍ରୀ ନ ଦେବା, ହିତାଧିକାରୀଙ୍କ ସାମଗ୍ରୀ ହଡ଼ପ କରିବା ଆଦି ବିଭିନ୍ନ ଅଭିଯୋଗରେ ତାଙ୍କ ଡିଲରଶିପ୍ ରଦ୍ଦ ହୋଇଥିଲା । ସେବେଠାରୁ ପଞ୍ଚାୟତବାସୀ ବଜରଙ୍ଗି ସ୍ୱୟଂ ସାହୟିକା ଗୋଷ୍ଠୀଙ୍କ ଜରିଆରେ ରାସନ ସମାଗ୍ରୀ ସୁଚାରୂ ରୂପେ ପାଇ ଆସୁଛନ୍ତି । ମାତ୍ର ଏବେ ପୁଣି ଶ୍ରୀ ସାହୁଙ୍କୁ ଡିଲର ଭାବେ ପୁନଃ ଅବସ୍ଥାପିତ କରାଯାଇଥିବାରୁ କେତେକ ଖାଉଟି ସେମାନଙ୍କ ରାସନ ପାଇବା ନେଇ ସନ୍ଦେହ ପ୍ରକଟ କରିଛନ୍ତି । ତେଣୁ କେତେକ ଖାଉଟି ତାଙ୍କ ରାସନ କାର୍ଡ ଶ୍ରୀ ସାହୁଙ୍କଠାରୁ ବାହାର କରିଆଣି ବଜରଙ୍ଗି ସ୍ୱୟଂ ସହାୟିକା ଗୋଷ୍ଠୀ ଅଧୀନରେ ରଖିବାକୁ ଶାନ୍ତିଲତା ରାଉତ, ଚୈତନ ଜେନା, ସୀତା ରାଉତ, ପାର୍ବତୀ ସେଠୀ, ପଞ୍ଚାନନ ଦାସ, ଶଶଧର ପ୍ରଧାନ, ଦିବାକର ପ୍ରଧାନ, ବାଇଧର ପ୍ରଧାନ, ରତ୍ନାକର ଖଟୁଆ, ରଞ୍ଜିତା ଖଟୁଆ, କୁନିରାଣି ବେହେରା, ଲମ୍ବୋଦର ଖଟୁଆ, ନାରାୟଣ ସେଠୀ ପ୍ରମୁଖ ଖାଉଟୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ରରେ ପ୍ରଦାନ କରାଯାଇଛି ।



ଭଦ୍ରକ, (ରିପୋର୍ଟ : ସମୀର ମହାନ୍ତି): ୨୨/୦୬/୨୦୨୧:ଭଦ୍ରକ ଅନ୍ତର୍ଗତ ଧାମନଗର ବ୍ଳକ ଭଗବାନପୁର ଗ୍ରାମ ପଞ୍ଚାୟତର ନିଲମ୍ବିତ କଣ୍ଟ୍ରୋଲ ଡିଲର ଶ୍ରୀଧର ସାହୁଙ୍କୁ ପୁନଃ ନିଯୁକ୍ତି ପୂର୍ବକ ରାସନ ସାମଗ୍ରୀ ବଣ୍ଟନ ଦାୟିତ୍ୱ ପ୍ରଦାନକୁ ପଞ୍ଚାୟତର ବହୁ ହିତାଧିକାରୀ ବିରୋଧ କରିଛନ୍ତି । ଏ ନେଇ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଆସି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ ଏହାର ତଦନ୍ତ ଦାୟିତ୍ୱ ଉପଜିଲ୍ଲାପାଳଙ୍କୁ ଦେଇଥିବା ଜଣା ଯାଇଛି । ମିଳିଥିବା ଅଭିଯୋଗ ଅନୁଯାୟୀ ପୂର୍ବରୁ ଡିଲର ଶ୍ରୀ ସାହୁ ରାସନ ସାମଗ୍ରୀ ହେରଫେର କରିବା, ଖାଉଟିଙ୍କୁ ସଠିକ୍ ଓଜନର ସମାଗ୍ରୀ ନ ଦେବା, ହିତାଧିକାରୀଙ୍କ ସାମଗ୍ରୀ ହଡ଼ପ କରିବା ଆଦି ବିଭିନ୍ନ ଅଭିଯୋଗରେ ତାଙ୍କ ଡିଲରଶିପ୍ ରଦ୍ଦ ହୋଇଥିଲା । ସେବେଠାରୁ ପଞ୍ଚାୟତବାସୀ ବଜରଙ୍ଗି ସ୍ୱୟଂ ସାହୟିକା ଗୋଷ୍ଠୀଙ୍କ ଜରିଆରେ ରାସନ ସମାଗ୍ରୀ ସୁଚାରୂ ରୂପେ ପାଇ ଆସୁଛନ୍ତି । ମାତ୍ର ଏବେ ପୁଣି ଶ୍ରୀ ସାହୁଙ୍କୁ ଡିଲର ଭାବେ ପୁନଃ ଅବସ୍ଥାପିତ କରାଯାଇଥିବାରୁ କେତେକ ଖାଉଟି ସେମାନଙ୍କ ରାସନ ପାଇବା ନେଇ ସନ୍ଦେହ ପ୍ରକଟ କରିଛନ୍ତି । ତେଣୁ କେତେକ ଖାଉଟି ତାଙ୍କ ରାସନ କାର୍ଡ ଶ୍ରୀ ସାହୁଙ୍କଠାରୁ ବାହାର କରିଆଣି ବଜରଙ୍ଗି ସ୍ୱୟଂ ସହାୟିକା ଗୋଷ୍ଠୀ ଅଧୀନରେ ରଖିବାକୁ ଶାନ୍ତିଲତା ରାଉତ, ଚୈତନ ଜେନା, ସୀତା ରାଉତ, ପାର୍ବତୀ ସେଠୀ, ପଞ୍ଚାନନ ଦାସ, ଶଶଧର ପ୍ରଧାନ, ଦିବାକର ପ୍ରଧାନ, ବାଇଧର ପ୍ରଧାନ, ରତ୍ନାକର ଖଟୁଆ, ରଞ୍ଜିତା ଖଟୁଆ, କୁନିରାଣି ବେହେରା, ଲମ୍ବୋଦର ଖଟୁଆ, ନାରାୟଣ ସେଠୀ ପ୍ରମୁଖ ଖାଉଟୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ରରେ ପ୍ରଦାନ କରାଯାଇଛି ।

Post a Comment

Please Select Embedded Mode To Show The Comment System.*

Previous Post Next Post