ସ୍ବାମୀ ର ଟାଂଗିଆ ଚୋଟରେ ସ୍ତ୍ରୀ ର ମୃତ୍ୟୁ
ଦଶପଲ୍ଲା :20/06/2021(ରିପୋର୍ଟ : ରତ୍ନାକର ହୋତା ) - ଦଶପଲ୍ଲାର ବଣପାହାଡ ଘେରା ଚଢେୟାପଲ୍ଲୀ ଓ କଳଷାଖମଣ ଅଂଚଳରେ , ଶିଶୁକନ୍ୟା ହତ୍ୟା ଘଟଣାର ପର୍ଦାଫାସ୍ ହେବା ପରେ ପରେ , ଆଜି ପୁଣି ଘଟିଛି ଏକ ହତ୍ଯା ଘଟଣା । ପ୍ରାପ୍ତ ସୂଚନା ଅନୁସାରେ , ଚଢେୟାପଲ୍ଲୀ ଗ୍ରାମପଂଚାୟତ ଅନ୍ତର୍ଗତ ବାମ୍ ଗ୍ରାମର( କଲୋନୀ ସାହି) ରାଧାମୋହନ ନାଏକ (୫୨) ତାକଂ ସ୍ତ୍ରୀଙ୍କୁ ସତ୍ୟଭାମା ନାଏକ ( ୪୨ ) କୁଂ ଆଜି ସକାଳ ୮.୩୦ ସମୟରେ ସାଂଗରେ ନେଇ ଗାଁ ପାଖ ଜଂଗଲ କୁ ଜାଳକାଠ ସଂଗ୍ରହ ପାଇଁ ଯାଇଥିବା ବେଳେ , କୈଣଷି କାରଣ ବଶତଃ ରାଧାମୋହନ ତାଙ୍କ ସ୍ତ୍ରୀ କଂ ମୁଣ୍ଡକୁ ଧରିଥିବା ଟାଂଗିଆ ରେ ଆକ୍ରମଣ କରିଥିଲେ । ଫଳରେ ସତ୍ୟଭାମା କଂର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଖବର ଲେଖାହେବା ସମୟ ସୁଦ୍ଧା ବାଣିଗୋଛା IIC ବୈଦ୍ୟନାରାୟଣ ଭୋଇ ଓ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି ।
Tags:
Local news