ଅବସର ପ୍ରାପ୍ତ ଶିକ୍ଷକଙ୍କୁ ଗ୍ରାମବାସୀଙ୍କ ସମ୍ବର୍ଦ୍ଧନା
ଗଣିଆ : 30/06/2021(ରିପୋର୍ଟ : ମାନସ ରଞ୍ଜନ ଦାଶ): ଗଣିଆ ବ୍ଲକ ଅନ୍ତର୍ଗତ ତିନୋଟି ପଞ୍ଚାୟତରୁ ତିନୋଟି ସ୍କୁଲରୁ ତିନି ଜଣ ଶିକ୍ଷକ ଗୋଟାଏ ଦିନରେ ଏକା ସାଙ୍ଗରେ ଅବସର ଗ୍ରହଣ କରିଛନ୍ତି। ସୂଚନା ଅନୁଯାୟୀ କିଶ୍ୱର ପ୍ରସାଦ ପଞ୍ଚାୟତ ର ଜନତା ଏମଇ ସ୍କୁଲ କିଶ୍ୱରପ୍ରସାଦରୁ ଲକ୍ଷ୍ମଣ ବେହେରା, ରାସଙ୍ଗ ଗ୍ରାମ ପଞ୍ଚାୟତର ଦୁଇଟି ସ୍କୁଲ ମଧ୍ୟରୁ ରାସଙ୍ଗ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ମଧୁସୂଦନ ରଣା ଅବସର ଗ୍ରହଣ କରିଥିବା ବେଳେ ଓସ୍ତିଆ ଗ୍ରାମର ଡଙ୍କରିସାହି ' କ ' ପ୍ରାଥମିକ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଶ୍ୟାମ ସୁନ୍ଦର ପୃଷ୍ଟି ଙ୍କ ୧୩ ବର୍ଷ ର ଶିକ୍ଷକତା ସମୟରୁ ଏହି ସ୍କୁଲ ୮ ବର୍ଷ ଅତିବାହିତ କରିଥିବା ସୂଚନା ମିଳିଛି।ଶିକ୍ଷକତା ଜୀବନ ୨୦୦୮ ମସିହା ଅଗଷ୍ଟ ୮ତାରିଖରୁ ଆରମ୍ଭ କରି ୨୦୨୧ ମସିହା ମାସ ୩୦ ତାରିଖରେ ସମାପ୍ତ ହୋଇଥିଲା। ଏ ନେଇ ଓସ୍ତିଆ ଗ୍ରାମବାସୀ ନିଆରା ଢଙ୍ଗରେ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ଏକ ବୈଠକ ମାଧ୍ୟମରେ ସ୍ବାଗତ ଯୋଗ୍ୟ ଅଭିଭାଷଣ ସହ ଅପଢ଼ୌକନ, ନୂତନ ପୋଷାକ,ନିତ୍ୟ ବ୍ୟବହାର କିଛି ସାମଗ୍ରୀ ଅର୍ପଣ କରିବା ସହିତ ସଂପୂଣ୍ଣ ଗ୍ରାମ କୁ ଭ୍ରମଣ କରାଇଥିଲେ।ବୈଠକରେ ମୁଖ୍ୟ ଅତିଥି ଭାବେ ଓସ୍ତିଆ ଗ୍ରାମର ସଭାପତି ତଥା ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମିଶ୍ର ,ଗ୍ରାମର ଉପଦେଷ୍ଟା କୁଳମଣି ସେଠୀ,ସ୍କୁଲ କମିଟି ରେ ଥିବା ସଦସ୍ୟ ସହିତ ଓସ୍ତିଆ ଗ୍ରାମ କ୍ଲବ୍ ର ସଦସ୍ୟ ସହିତ ଉପ ସଭାପତି ଅଖିଳ କୁମାର ସାହୁ, ସେକ୍ରେଟାରୀ ଶୁଭାଶିଷ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ତା'ସହିତ ଗଣିଆ ବ୍ଲକ ର ବିଭିନ୍ନ ସ୍କୁଲ ରୁ ୮ଜଣ ସହଯୋଗୀ ଶିକ୍ଷକ ବୈଠକ ରେ ଉପସ୍ଥିତ ଥିଲେ। ବୈଠକ ରେ ଶିକ୍ଷକ ଜୀବନୀ ସହିତ ପିଲା ମାନଙ୍କ ଭବିଷ୍ୟତ ବିଷୟରେ ଆଲୋଚନା କରାଯାଇ ତାଙ୍କର ଆଗାମୀ ଜୀବନ ସୁଖମୟ ହେଉ ବୋଲି ସମସ୍ତେ ଈଶ୍ୱର ଙ୍କ ନିକଟରେ କାମନା କରିଥିଲେ। ସଙ୍ଗୀତ ଓ ମନ୍ତ୍ରଧ୍ୱନୀ କରାଯାଇ ସଭାସାଙ୍ଗ କରାଯାଇଥିଲା।
Tags:
Local news