କଲିକତାର ଜଗନ୍ନାଥ ସାହିତ୍ୟ ପରିଷଦର ବୈଦ୍ୟୁତିକ ଆଲୋଚନା ଚକ୍ର କୋରୋନା କାଳରେ ସାହିତ୍ୟ ଚର୍ଚ୍ଚା ଅନୁଷ୍ଠିତ

କଲିକତାର ଜଗନ୍ନାଥ ସାହିତ୍ୟ ପରିଷଦର ବୈଦ୍ୟୁତିକ ଆଲୋଚନା ଚକ୍ର କୋରୋନା କାଳରେ ସାହିତ୍ୟ ଚର୍ଚ୍ଚା ଅନୁଷ୍ଠିତ

କଲିକତାର ଜଗନ୍ନାଥ ସାହିତ୍ୟ ପରିଷଦର ବୈଦ୍ୟୁତିକ ଆଲୋଚନା ଚକ୍ର କୋରୋନା କାଳରେ ସାହିତ୍ୟ ଚର୍ଚ୍ଚା ଅନୁଷ୍ଠିତ କଲିକତାର ଜଗନ୍ନାଥ ସାହିତ୍ୟ ପରିଷଦର ବୈଦ୍ୟୁତିକ ଆଲୋଚନା ଚକ୍ର କୋରୋନା କାଳରେ ସାହିତ୍ୟ ଚର୍ଚ୍ଚା ଅନୁଷ୍ଠିତ   କଲିକତାର ପ୍ରବାସୀ ଓଡ଼ିଆଙ୍କ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜଗନ୍ନାଥ ସାହିତ୍ୟ ପରିଷଦ ପକ୍ଷରୁ କୋରୋନା କାଳରେ ସାହିତ୍ୟ ଚର୍ଚ୍ଚା ପ୍ରସଙ୍ଗରେ ଏକ ବୈଦ୍ୟୁତିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ କୃଷ୍ଣଚନ୍ଦ୍ର ଭୂୟାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଦିବଂଗତ ଓଡ଼ିଆ ସାହିତ୍ୟର ଯଶସ୍ୱୀ ଲେଖକ ମନୋଜ ଦାସ, ଜଗନ୍ନାଥ ସାହିତ୍ୟ ପରିଷଦର ସଦସ୍ୟ ପ୍ରତାପ ମିଶ୍ର ଓ ଅର୍ଚ୍ଚନା ସାହୁଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ମଲ୍ଲିକାର ସମ୍ପାଦକ ସୁଶାନ୍ତ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଲେଖା ପତ୍ରିକାର ସମ୍ପାଦକ ଜ୍ଞାନେଶ୍ୱର ମିଶ୍ର କୋରୋନା କାଳରେ ଖିଦିରପୁର ଓଡିଆ ହାଇସ୍କୁଲର ଇତିହାସ ଲେଖିବା ସହ କବିତା ରଚନା କରୁଥିବା ପ୍ରକାଶ କରିଥିଲେ । ସାହିତ୍ୟିକ ସାଫଲ୍ୟ କୁମାର ନନ୍ଦୀ ଆଲୋଚନା ଚକ୍ର ଆୟୋଜନ ଓ ସଂଯୋଜନାରେ ସହାୟତା କରିଥିବା ବେଳେ ଫକୀର ମୋହନ ସେନାପତିଙ୍କ ଆତ୍ମ ଚରିତ ଉପରେ ଅରବିନ୍ଦ ଗିରିଙ୍କ ପ୍ରବନ୍ଧ, ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଓ କେତୋଟି ଓଡ଼ିଆ କବିତାର ଓଡ଼ିଆ ଅନୁବାଦ କରୁଥିବା ପ୍ରକାଶ କରିଥିଲେ । ରବୀନ୍ଦ୍ର ପାତ୍ର କବିତା ରଚନା କରିବା ସହ ସାମାଜିକ ଗଣମାଧ୍ୟମରେ ସାହିତ୍ୟ ସହ ଯୋଡ଼ି ରହିଥିବା ପ୍ରକାଶ କରିଥିଲେ । ଭଞ୍ଜକିଶୋର ମହାନ୍ତି ମନୋଜ ସାହିତ୍ୟ ଅଧ୍ୟୟନ କରୁଥିବା ପ୍ରକାଶ କରିଥିବାବେଳେ ସାହିତ୍ୟିକ ସୁଧାଂଶୁ ଦ୍ବିବେଦୀ ନିୟମିତ ମାତୃଭୂମି ପତ୍ରିକା ପାଇଁ ଲେଖା ପ୍ରକାଶ କରୁଥିବା କହିଥିଲେ । ଲେଖିକା ବୀଣାପାଣି ଦେବତା ଅନଲାଇନ୍ କ୍ଲାସ ନେବାସହ ତାଙ୍କର ନୂତନ କବିତା ଗ୍ରନ୍ଥ 'ନଦୀତମା' ପ୍ରକାଶନ ପାଇଁ ପ୍ରସ୍ତୁତି ଓ ଭାଗବତକୁ ନେଇ ନୂତନ ପୁସ୍ତକ ରଚନାର ପରିକଳ୍ପନା କରୁଥିବା କହିଥିଲେ ।  ପ୍ରଶାନ୍ତ କୁମାର ନାଥ ସାମ୍ପ୍ରତିକ ପରିସ୍ଥିତିର ଆଲୋଚନା କରିବା ସହ କୋରୋନା ମହାମାରୀ ସମୟରେ ବାସ୍ତବଚିତ୍ରର ଆଲେଖ୍ୟ ପାଠ କରିଥିଲେ । ଅନ୍ୱେଷଣ ପତ୍ରିକାର ସମ୍ପାଦକ ଭୂପେଶ ମିଶ୍ର ସମସ୍ତ ପ୍ରବାସୀ ସାହିତ୍ୟିକ ଅନେକ ଦିନପରେ ଏକାଠି ହେବା ଖୁସିର ମୁହୂର୍ତ୍ତ ବୋଲି ଅଭିହିତ କରିଥିଲେ । ଇଂ ଆଭାସ କୁମାର କ୍ଷେତୀ କୋରୋନା କାଳରେ ସମାଜର କରାଳ ରୂପ ଦେଖି ସାହିତ୍ୟିକମାନେ ଅସହାୟ ଅନୁଭବ କରୁଥିବା କହିଥିଲେ । ଏହି ଅବସରରେ ସାହିତ୍ୟିକ ସନାତନ ମହାକୁଡ଼, ନିୟତିପ୍ରଭା ସ୍ୱାଇଁ, ଅନୀତା ପ୍ରଧାନ ପ୍ରମୁଖ ସ୍ବରଚିତ କବିତାପାଠ କରିଥିଲେ । ସାହିତ୍ୟିକ ସୁଶାନ୍ତ କୁମାର ପଣ୍ଡା କୋରୋନା କାଳରେ ଇହଧାମ ତ୍ୟାଗ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କର ତାଲିକା ପାଠ କରିବାସହ ପରବର୍ତ୍ତୀ କାର୍ଯ୍ୟକ୍ରମ ମନୋଜ ଦାସଙ୍କ ଉପରେ ଆୟୋଜନ କରିବାର ପ୍ରସ୍ତାବ ଦେବାସହ ଧନ୍ୟବାଦ ଅର୍ପଣ କରିଥିଲେ ।


କଲିକତା : (ରିପୋର୍ଟ : ସନାତନ ମହାକୁଡ): କଲିକତାର ପ୍ରବାସୀ ଓଡ଼ିଆଙ୍କ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜଗନ୍ନାଥ ସାହିତ୍ୟ ପରିଷଦ ପକ୍ଷରୁ କୋରୋନା କାଳରେ ସାହିତ୍ୟ ଚର୍ଚ୍ଚା ପ୍ରସଙ୍ଗରେ ଏକ ବୈଦ୍ୟୁତିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ କୃଷ୍ଣଚନ୍ଦ୍ର ଭୂୟାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଦିବଂଗତ ଓଡ଼ିଆ ସାହିତ୍ୟର ଯଶସ୍ୱୀ ଲେଖକ ମନୋଜ ଦାସ, ଜଗନ୍ନାଥ ସାହିତ୍ୟ ପରିଷଦର ସଦସ୍ୟ ପ୍ରତାପ ମିଶ୍ର ଓ ଅର୍ଚ୍ଚନା ସାହୁଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ମଲ୍ଲିକାର ସମ୍ପାଦକ ସୁଶାନ୍ତ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଲେଖା ପତ୍ରିକାର ସମ୍ପାଦକ ଜ୍ଞାନେଶ୍ୱର ମିଶ୍ର କୋରୋନା କାଳରେ ଖିଦିରପୁର ଓଡିଆ ହାଇସ୍କୁଲର ଇତିହାସ ଲେଖିବା ସହ କବିତା ରଚନା କରୁଥିବା ପ୍ରକାଶ କରିଥିଲେ । ସାହିତ୍ୟିକ ସାଫଲ୍ୟ କୁମାର ନନ୍ଦୀ ଆଲୋଚନା ଚକ୍ର ଆୟୋଜନ ଓ ସଂଯୋଜନାରେ ସହାୟତା କରିଥିବା ବେଳେ ଫକୀର ମୋହନ ସେନାପତିଙ୍କ ଆତ୍ମ ଚରିତ ଉପରେ ଅରବିନ୍ଦ ଗିରିଙ୍କ ପ୍ରବନ୍ଧ, ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଓ କେତୋଟି ଓଡ଼ିଆ କବିତାର ଓଡ଼ିଆ ଅନୁବାଦ କରୁଥିବା ପ୍ରକାଶ କରିଥିଲେ । ରବୀନ୍ଦ୍ର ପାତ୍ର କବିତା ରଚନା କରିବା ସହ ସାମାଜିକ ଗଣମାଧ୍ୟମରେ ସାହିତ୍ୟ ସହ ଯୋଡ଼ି ରହିଥିବା ପ୍ରକାଶ କରିଥିଲେ । ଭଞ୍ଜକିଶୋର ମହାନ୍ତି ମନୋଜ ସାହିତ୍ୟ ଅଧ୍ୟୟନ କରୁଥିବା ପ୍ରକାଶ କରିଥିବାବେଳେ ସାହିତ୍ୟିକ ସୁଧାଂଶୁ ଦ୍ବିବେଦୀ ନିୟମିତ ମାତୃଭୂମି ପତ୍ରିକା ପାଇଁ ଲେଖା ପ୍ରକାଶ କରୁଥିବା କହିଥିଲେ । ଲେଖିକା ବୀଣାପାଣି ଦେବତା ଅନଲାଇନ୍ କ୍ଲାସ ନେବାସହ ତାଙ୍କର ନୂତନ କବିତା ଗ୍ରନ୍ଥ 'ନଦୀତମା' ପ୍ରକାଶନ ପାଇଁ ପ୍ରସ୍ତୁତି ଓ ଭାଗବତକୁ ନେଇ ନୂତନ ପୁସ୍ତକ ରଚନାର ପରିକଳ୍ପନା କରୁଥିବା କହିଥିଲେ ।  ପ୍ରଶାନ୍ତ କୁମାର ନାଥ ସାମ୍ପ୍ରତିକ ପରିସ୍ଥିତିର ଆଲୋଚନା କରିବା ସହ କୋରୋନା ମହାମାରୀ ସମୟରେ ବାସ୍ତବଚିତ୍ରର ଆଲେଖ୍ୟ ପାଠ କରିଥିଲେ । ଅନ୍ୱେଷଣ ପତ୍ରିକାର ସମ୍ପାଦକ ଭୂପେଶ ମିଶ୍ର ସମସ୍ତ ପ୍ରବାସୀ ସାହିତ୍ୟିକ ଅନେକ ଦିନପରେ ଏକାଠି ହେବା ଖୁସିର ମୁହୂର୍ତ୍ତ ବୋଲି ଅଭିହିତ କରିଥିଲେ । ଇଂ ଆଭାସ କୁମାର କ୍ଷେତୀ କୋରୋନା କାଳରେ ସମାଜର କରାଳ ରୂପ ଦେଖି ସାହିତ୍ୟିକମାନେ ଅସହାୟ ଅନୁଭବ କରୁଥିବା କହିଥିଲେ । ଏହି ଅବସରରେ ସାହିତ୍ୟିକ ସନାତନ ମହାକୁଡ଼, ନିୟତିପ୍ରଭା ସ୍ୱାଇଁ, ଅନୀତା ପ୍ରଧାନ ପ୍ରମୁଖ ସ୍ବରଚିତ କବିତାପାଠ କରିଥିଲେ । ସାହିତ୍ୟିକ ସୁଶାନ୍ତ କୁମାର ପଣ୍ଡା କୋରୋନା କାଳରେ ଇହଧାମ ତ୍ୟାଗ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କର ତାଲିକା ପାଠ କରିବାସହ ପରବର୍ତ୍ତୀ କାର୍ଯ୍ୟକ୍ରମ ମନୋଜ ଦାସଙ୍କ ଉପରେ ଆୟୋଜନ କରିବାର ପ୍ରସ୍ତାବ ଦେବାସହ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Please Select Embedded Mode To Show The Comment System.*

Previous Post Next Post