ଭଦ୍ରକରେ ସାଜିଛି ଧଳା ଜହର ନିଶାଡୀଙ୍କର ପେଣ୍ଠସ୍ଥଳୀ !
ଭଦ୍ରକ : 23/06/2021(ରିପୋର୍ଟ :ସମୀର ମହାନ୍ତି): ଭଦ୍ରକରେ ନିଶା ବେପାର ଓ ନିଶାଡୀଙ୍କ ଉପଦ୍ରବ ଏବେ ଚରମ ସୀମାରେ,ଦିନକୁ ଦିନ ବଢ଼ିବାରେ ଲାଗିଛି ଧଳା ଜହର ବ୍ୟାପାର। ଓ ଏହି ଧଳା ଜହର ପାଇଁ କେତେ ଯେ ଜୀବନ ଚାଲିଯାଉଛି। ତାହା ଗଣିବା ସକ୍ଷମ ନୁହଁ। ସୂଚନା ଅନୁଯାୟୀ ଗତ ୨୨/୦୬/୨୦୨୧ ରେ ଭଦ୍ରକ ଟାଉନ ଥାନା ଏସ.ଆଇ ପ୍ରଭାସିନୀ ପୁହାଣଙ୍କ ନେତୃତ୍ୱରେ ଏକ ଟିମ ମୋଟର ଭେଇକିଲ ଯାଞ୍ଚ ସମୟରେ ସନ୍ଦେହ ଜନକ ଅବସ୍ଥାରେ ଯାଉଥିବା ଏକ ବାଇକକୁ ଅଟକାଇଥିଲେ | ସେଥିରେ ଦୁଇଜଣ ଯୁବକ ଥିବାବେଳେ ତାଙ୍କପାଖରୁ ୧୧୨ ଗ୍ରାମର ବ୍ରାଉନସୁଗାର ସହିତ ଏକ ମୋବଇଲଫୋନ, ଏବଂ ସେମାନେ ନେଇଯାଉଥିବା ବାଇକ(ବାଇକ ନଂ-OD 22-P-7347)କୁ ଜବତ କରିବା ସହିତ ଦୁଇଜଣ ଯୁବକଙ୍କୁ ଗିରଫ କରିଥିଲେ |ଗିରଫ ଦୁଇଜଣ ଯୁବକ ହେଲେ ଜଗବନ୍ଧୁ ଲେଙ୍କା ଓ ଇନ୍ଦ୍ରମଣି ସାହୁ | ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ କହିଛନ୍ତି। ଏଠି କଥା ଉଠୁଛି ଭଦ୍ରକ ରେ ପ୍ରତେକ ଦୁଇ ତିନି ଦିନ ରେ ଥରେ କାହିଁକି ନିଶାଦ୍ରବ୍ୟ ଧରାପଡୁଛି।ଏହା ପ୍ରଶାସନ ର ଅପାରଗତା ନା ନିଶା କାରବାର କରିବା ପାଇଁ ପ୍ରୋତ୍ସାହନ ଦଉଛି ପ୍ରଶାସନ।
Follow Us on Dailyhunt
Tags:
Local news