ଅଖିଳ ଭାରତ ଯୁବ ସଙ୍ଘ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ !

ଅଖିଳ ଭାରତ ଯୁବ ସଙ୍ଘ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ !

ଅଖିଳ ଭାରତ ଯୁବ ସଙ୍ଘ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ !


ଭଞ୍ଜନଗର : 05/06/2021(ବ୍ୟୁରୋ): କରୋନା ମହାମାରୀ ଓ ଲକଡାଉନ ସମୟରେ ଅସୁବିଧାରେ ଥିବା ଜନସାଧାରଣଙ୍କୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ସାହାର୍ଯ୍ୟ ସହଯୋଗ ଜାରି ରହିଛି । ଏହି ଧାରାରେ ସାମିଲ ହୋଇଛନ୍ତି ଅଖିଳ ଭାରତ ଯୁବ ସଂଘ ଗଂଜାମ ଜିଲ୍ଲା ପରିଷଦ ଉତ୍ସାହି ଯୁବକମାନେ । 
Ads.
ଏହି ଭିତ୍ତିରେ ଆଜି ବିଶେଷ କରି ଗ୍ରାମାଞ୍ଚଳରୁ ବ୍ରହ୍ମପୁର ସହରକୁ ଶ୍ରମ ଆଶାରେ ଆସି ଅସୁବିଧାରେ ଖାଇବାକୁ ପାଉନଥିବା ନିର୍ମାଣଶ୍ରମିକ, ବାହାର ରାଜ୍ୟକୁ ଯିବା ଆସିବା ପାଇଁ ରେଳ ଷ୍ଟେସନରେ ଅପେକ୍ଷାରତ ପ୍ରବାସୀ ଶ୍ରମିକ, ବିଭିନ୍ନ ମେଡିକାଲକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟ,ନୂଆଁ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ ଓ ଫୁଟଫାଥର ଅସୁବିଧାରେ ଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ଓ ଆଗାମୀ ଦିନରେ କାର୍ଯ୍ୟକ୍ରମ ଜାରୀ ରଖି ମଧ୍ୟାହ୍ନ ଓ ରାତ୍ର ଭୋଜନ ଦେବା ପାଇଁ ଉଦ୍ୟମ ଚାଲିଛି ।
ADS..
 ପରିଷଦର ସଂପାଦକ କାମଦେବ ନାହାକଙ୍କ ନେତୃତ୍ୱ ରେ ଆଜି କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ସମସ୍ତେ ସହଯୋଗର ସହ ଏହି ମହାମାରୀକୁ ମୁକାବିଲା କରିବାକୁ ଅନୁରୋଧ କରିଛନ୍ତି । ସଂଘ ତରଫରୁ ଅଜୟ କୁମାର ଗୌଡ଼, ମହେନ୍ଦ୍ର ପାତ୍ର, ଏ.ଦେବେନ୍ଦ୍ର ପାତ୍ର, କସ୍ତୁରୀ ମହାରଣା, କୃଷ୍ଣ ଚନ୍ଦ୍ର ମହାରଣା, ରୋହିତ ବିଶୋଇ ଓ ଲଛମାୟା ରେଡ୍ଡୀ ପ୍ରମୁଖ ସହଯୋଗ କରିଥିଲେ । ଆଗାମୀ ଦିନମାନଙ୍କରେ ଗ୍ରାମାଞ୍ଚଳ ଓ ସହରତଳି ଅଂଚଳ ମାନଙ୍କରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Post a Comment

Please Select Embedded Mode To Show The Comment System.*

Previous Post Next Post