ଛେପ ପକାଇବାକୁ ଆଧାର କରି ମାତ୍ରାଧିକ ମାଡ଼ ରେ ବୃଦ୍ଧ ଙ୍କ ଚାଲିଗଲା ଜୀବନ।

ଛେପ  ପକାଇବାକୁ ଆଧାର କରି ମାତ୍ରାଧିକ ମାଡ଼ ରେ ବୃଦ୍ଧ ଙ୍କ ଚାଲିଗଲା ଜୀବନ।


ଭଦ୍ରକ,ତିହିଡି: 06/06/2021(ସମୀର ମହାନ୍ତି): ମଣିଷ ଭୁଲିଗଲା ମାନବିକତା, ମଣିଷ କୁ ପୃଥିବି ର ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଏ। କିନ୍ତୁ ମଣିଷ ତାର କ୍ରୋଧ ଆଗରେ ପଶୁ ଠାରୁ ମଧ୍ୟ ହୀନ ହୋଇଯାଇଛି। ସାମାନ୍ୟ ଛେପ ପକାଇବାକୁ କେଦ୍ର କରି ଦୁଇ ପରିବାର ର ଆକ୍ରମଣ ରେ ଚାଲିଯାଉଛି ଜୀବନ। ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଅନ୍ତର୍ଗତ ଚାନ୍ଦବାଲି ବ୍ଲକ ର ଗୋପୀନାଥ ପଞ୍ଚାୟତ ରେ। ସୂଚନା ଅନୁଯାୟୀ ପୂର୍ବରୁ ଜମିବାଡ଼ି କଳହ କୁ ଆଧାର କରି ମହେଶ୍ବର ପରିଡା ଓ ଦୁଃଖୀରାମ ଦାସ ଙ୍କ ପରିବାର ମଧ୍ୟରେ ଲାଗିରହିଥିଲା କଳହ। ଗତ ରବିବାର ଦିନ ଦୁଃଖୀରମ ଙ୍କ ରୋଷେଇ ଘର ଝରକା ଦେଇ କେହି ଜଣେ ଛେପ ପକାଇବାରୁ ଉଭୟ ପରିବାର ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡା।  ପରବର୍ତ୍ତୀ ସମୟରେ ଏହି ଝଗଡ଼ା ଠେଙ୍ଗା, ବାଡ଼ି ର ରୂପ ନେଇଥିଲା। ବହୁ ସମୟ ଉଭୟ ପରିବାର ମଧ୍ୟରେ ଲାଗିରହିଥିଲା ଗଣ୍ଡଗୋଳ। ଫଳରେ ଘଟଣାସ୍ଥଳରେ ଦୁଃଖୀରାମ ଦାସ(୬୫) ଙ୍କ ମୃତ୍ୟୁ ହୋଇଥିବା ସହ ତାଙ୍କ ପରିବାର ର ଅନ୍ୟ ୪ଜଣ ଶ୍ରୀଧର ଦାସ, ରମେଶ ଦାସ,ଉମେଶ ଦାସ,ଭାଗିରଥି ଦାସ ଗୁରୁତ୍ୱର ଭାବେ ଆହତ ହୋଇଥିଲେ । ପରବର୍ତ୍ତୀ ସମୟରେ ରମେଶ ଦାସ ଓ ଉମେଶ ଦାସ ଅଧିକ ଗୁରୁତ୍ଵର ହେବାରୁ ଭଦ୍ରକ ମୁଖ୍ୟଚିକିତ୍ସାଳୟ କୁ ପଠାଯାଇଥିଲା। ଏନେଇ ବାଶଂଡା ଥାନା ରେ ଅଭିଯୋଗ କରାଯାଇଛି। ଏଠି ବିଚାର ର କଥା ଏହିକି ମଣିଷ ତାର ସ୍ୱାର୍ଥ ଓ କ୍ରୋଧ ଆଗରେ ତାର ମାନବିକତା କୁ ଭୁଲିଯାଉଛି।
Ads
                           

Post a Comment

Please Select Embedded Mode To Show The Comment System.*

Previous Post Next Post