ବିକାଶ ସହିତ ଶୀଘ୍ର କାମ ସାରିବା ପାଇଁ ଉପଦେଶ ଦେଲେ ବିଧାୟକ !
ନୂଆଗାଁ : 03/06/2021(ରିପୋର୍ଟ : ନିରଞ୍ଜନ ସାହୁ): ଦୀର୍ଘ ଦିନ ଧରି ଅବହେଳିତ ହୋଇ ରହିଥିବା ବାହାଡ଼ାଝୋଲା-ଡିମ୍ବିରିପଲ୍ଲୀ - ନୂଆଗାଁ ପୂର୍ତ୍ତବିଭାଗ ରାସ୍ତା କାର୍ଯ୍ୟ ତଦାରଖ କରିଛନ୍ତି ସ୍ଥାନୀୟ ବିଧାୟକ | ବିକାଶ ସହିତ ଗମନାଗମନ ସୁବିଧା ପାଇଁ କିଛି ମାସ ତଳେ ରାସ୍ତାର ଶୁଭଉଦଘାଟନ କରିଥିଲେ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା |
ଏହି ପୂର୍ତ୍ତବିଭାଗ ରାସ୍ତା ହେଲେ ବହୁ ଆଦିବାସୀ ଗାଁ ଗମନାଗମନ ସୁବିଧା ପାଇଁ ପାରିବେ | କାମ ଆରମ୍ଭ ହେବାର କିଛି ମାସ ପରେ ଆଜି ରାସ୍ତା କାମ ଦେଖିବାକୁ ଆସିଥିଲେ ବିଧାୟକ | ପୂର୍ତ୍ତବିଭାଗର ସମସ୍ତ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ | କାମ ଶୀଘ୍ର ସାରିବା ପାଇଁ ଉପଦେଶ ଦେଇଥିଲେ | ପୂର୍ତ୍ତ ବିଭାଗ ଏସ ଡି ଓ ଭଗବାନ ସାହୁଙ୍କ ସହିତ ଯୋଗାଯୋଗ କରିଥିଲୁ | ସେ କହିଥିଲେ "ଏହି ରାସ୍ତା ଆମ ନିଜ ଗାଁ ରାସ୍ତା ତେଣୁ ଶୀଘ୍ର ଏବଂ ଭଲ କାମ ନିସ୍ଚୟ ହେବ ଓ ମୁଁ ନିଜେ ରହି କାର୍ଯ୍ୟ କରୁଛି । " ବିଧାୟକଙ୍କ କାର୍ଯ୍ୟ ପ୍ରତି ଆଗ୍ରହ ଦେଖି ଅଂଚଳ ବାସିନ୍ଦାଙ୍କ ମନରେ ଉତ୍ସାହ ଦେଖାଦେଇଛି ।