ଜିଲ୍ଲାପାଳ କଂ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଲେ ସାମ୍ବାଦିକ
ନୟାଗଡ଼ :27/06/2021(ରିପୋର୍ଟ : ରତ୍ନାକର ହୋତା ): - ନୟାଗଡ ସାମ୍ବାଦିକ ଙ୍କୁ ଅବକାରୀ ବିଭାଗ ଏସଆଇ ଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଜିଲ୍ଲାପାଳ କଂ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଇଛନ୍ତି ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି । ଘଟଣା ରୁ ପ୍ରକାଶ ଯେ , ମଦ ଜବତ ହୋଇଥିବା ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା ଅବକାରୀ ଅଫିସକୁ ଯାଇଥିଲେ ଏବଂ ଜବତ ହୋଇଥିବା ମଦ ର ଫଟ ଉଠାଇବା ସମୟରେ ଏସଆଇ ଧନଞ୍ଜୟ ପାତ୍ର ସାମ୍ବାଦିକ ମାନଙ୍କୁ କାହିଁକି ଫଟ ଉଠାଉଛ କହି ଠେଲାପେଲା କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏ ସମ୍ପର୍କରେ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ ହେବାପରେ ଏସଆଇ ଧନଞ୍ଜୟ ଙ୍କୁ ଥାନା କୁ ଅଣାଯାଇଥିଲା । କିନ୍ତୁ ଥାନା ପଛପଟେ ଛାଡି ଦିଆଗଲା । ଏସଆଇ କୁ ଗିରଫ ଦାବିରେ ଗଣମାଧ୍ୟମ ପ୍ରତିନିଧି ମାନେ ରାତି ତମାମ ଧାରଣାରେ ବସିଛନ୍ତି । ଆଜି ସକାଳୁ ଜିଲ୍ଲା ର ସମସ୍ତ ଡିଜିଟାଲ ମିଡିଆ , ପ୍ରିଣ୍ଟ ମିଡିଆ ଏବଂ ବୈଦୁତିକ ଗଣମାଧ୍ୟମ ର ପ୍ରତିନିଧି ମାନେ ଧାରଣାରେ ଯୋଗଦେବେ । ସୂଚନାଯୋଗ୍ୟ ରାଜ୍ୟରେ ଲଗାତାର ଭାବରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବଢି ଚାଲିଥିବା ସମୟରେ , ବିଭିନ୍ନ ସାମ୍ବାଦିକ ସଂଗଠନ ସମ୍ମାନ ସୁରକ୍ଷା ଏବଂ ଅଧିକାରର ଦାବୀ ଉଠାଉଛନ୍ତି . ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଘଟଣାର ଉପଯୁକ୍ତ ତଦନ୍ତ ଦାବୀ କରି ଆନ୍ଦୋଳନକୁ ଓହ୍ଲାଇଥିବା ସମୟରେ ଓଡିଶା ଡିଜିଟାଲ ମିଡ଼ିଆ ୟୁନିୟନ ଆନ୍ଦୋଳନକୁ ଦୃଢ ସମର୍ଥନ କରି ସମ୍ପୃକ୍ତ ଅଧିକାରୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଦାବୀ କରିଅଛି .
Tags:
district news