ଭାଗବତ ବେହେରାଙ୍କ ଶ୍ରାଦ୍ଧ ଦିବସରେ ସ୍ମରଣିକା |

ଭାଗବତ ବେହେରାଙ୍କ ଶ୍ରାଦ୍ଧ ଦିବସରେ ସ୍ମରଣିକା |

ଭାଗବତ ବେହେରାଙ୍କ ଶ୍ରାଦ୍ଧ ଦିବସରେ ସ୍ମରଣିକା |


ନୟାଗଡ : 03/06/2021 (ରବିନ୍ଦ୍ର କୁମାର ପ୍ରଧାନ ):  ଆଜି ହେଉଛି ନୟାଗଡ ଜିଲ୍ଲାର ସର୍ବାଧିକ ଥର ବିଧାୟକ ହୋଇଥିବା ସ୍ୱର୍ଗତ ଭାଗବତ ବେହେରାଙ୍କ ଶ୍ରାଦ୍ଧ ଦିବସ | ନୟାଗଡର ସେହି ଜନନାୟକଙ୍କ ସ୍ମୃତି ଚାରଣ ପୂର୍ବକ ଆସନ୍ତୁ ସ୍ମରଣ କରିବା ତାଙ୍କ ଜୀବନୀ ଉପରେ କିଛି ଘଟଣା ବିଷୟରେ |

       ଭଗବତ ବେହେରା (1940–2002) ଓଡିଶାର ଜଣେ  ରାଜନେତା ଥିଲେ।  ସେ ବିଜୁ ପଟ୍ଟନାୟକର ଜଣେ ଘନିଷ୍ଠ ସହଯୋଗୀ ଥିଲେ ଏବଂ ସେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାରେ ନୟାଗଡ଼ର 5 ଥର ବିଧାୟକ ଥିଲେ।  1990-1991ମସିହାରେ  ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ (ବିମାନ ବ୍ୟତୀତ), 1991-1993 ମସିହାରେ  ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ, 1993-1995 ମସିହାରେ  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, 2000–2002 ମସିହାରେ  ସଦସ୍ୟ: ଓଡିଶା ବିଧାନସଭା ଥିଲେ |  3 ଜୁନ୍ 2002 ମୃତ୍ୟୁବରଣ କରିଥିଲେ | ସେ  ଜୁନ୍ 1, 1940 ମସିହାରେ ଜନ୍ମ ଗ୍ରହଣ କରିଥିଲେ | ତାଙ୍କ ପିତାଙ୍କ ନାମ ନାରାୟଣ ବେହେରା | ନୟାଗଡ ଜିଲ୍ଲା ଓଡଗାଁ ନିକଟସ୍ଥ ହରିପୁର ଗ୍ରାମରେ ଜନ୍ମ ହୋଇଥିଲେ | ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ବୟସ ହୋଇଥିଲା |
     ମୃତ୍ୟୁ ବେଳକୁ ସେ ବିଜୁ ଜନତା ଦଳ ପକ୍ଷରୁ ନୟାଗଡ଼ର ବିଧାୟକ ଥିଲେ |  ଅନ୍ୟ ରାଜନୈତିକ ଦଳ ମାନଙ୍କ ମଧ୍ୟରୁ ସେ 
 ଅନୁବନ୍ଧିତ ଥିଲେ | ସମାଜବାଦୀ ପାର୍ଟି (1974–1977), ଜନତା (1977–1980), ଜନତା ପାର୍ଟି (1985-1990), ଜନତା ଦଳ (1990–1995), ବିଜୁ ଜନତା ଦଳ (2000-

      ଭାଗବତ ବେହେରା ନୟାଗଡ ନିର୍ବାଚନୀ ମଣ୍ଡଳୀରୁ 6ତମ ବିଧାନସଭା ରଣାଙ୍ଗନରେ ବିଜୟ ଲାଭ କରି ନୟାଗଡ଼ ଜିଲ୍ଲାରେ ସମାଜବାଦୀ ପାର୍ଟିର ପ୍ରଥମ ବିଧାୟକ ହୋଇଥିଲେ | ତାପର ନିର୍ବାଚନରେ ଜନତା ପାର୍ଟି  ପାର୍ଥି ରୂପେ ମଧ୍ୟ ବିଜୟୀ ହୋଇଥିଲେ | କିନ୍ତୁ ଅଷ୍ଟମ ବିଧାନସଭା ନିର୍ବାଚନ ତାଙ୍କ ପାଇଁ ଅନୁକୂଳ ନଥିଲା | ପୁଣି ନବମ ଓ ଦଶମ ନିର୍ବାଚନୀ ସଂଗ୍ରାରେ ଲଗାତର ଜୟ ଲାଭ କରିଥିଲେ | 11ତମ ନିର୍ବାଚନ ଯୁଦ୍ଧରେ ସେ ହାରିଯାଇଥିଲେ | କିନ୍ତୁ 12ତମ ବିଧାନସଭା ନିର୍ବାଚନ ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲା | ଏହି ନିର୍ବାଚନରେ ସେ ବିଜୁ ଜନତା ଦଳର ପାର୍ଥି ଥିଲେ | 

 ସାମାଜିକ କାର୍ଯ୍ୟକଳାପରେ ସେ ମଧ୍ୟ ଜଡିତ ଥିଲେ | ଟ୍ରେଡ ୟୁନିଅନର କାର୍ଯ୍ୟକଳାପ,  ରାଜ୍ୟ ହିନ୍ଦୁ ମଜଦୁର ସଭା,  କୋଇଲା ସାର,  ଟେକ୍ସଟାଇଲ୍, ସଫ୍ଟ ପାନୀୟ, କପଡା, ପରିବହନ କ୍ଷେତ୍ର ଏବଂ କୃଷକ ଆନ୍ଦୋଳନ ସହିତ ଜଡିତ ହୋଇ ଅନେକ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି | ସେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଭିନ୍ନ ବୈଠକ ସେମିନାର ଏବଂ ବିଭିନ୍ନ ପ୍ରସଙ୍ଗରେ ସମ୍ମିଳନୀରେ ଅଂଶଗ୍ରହଣ କରି ସଂଗଠକ ଭାବେ ପରିଚିତ | ଏପରି କି ବେଳେବେଳେ ପ୍ରବନ୍ଧ ଲେଖି ସର୍ବସାଧାରଣଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣି ତାର ନିରାକରଣ ପାଇଁ ପଦକ୍ଷେପ ନେଇଛନ୍ତି |
 ସେ ନିଜ ଜୀବନକାଳ ମଧ୍ୟରେ ଅନେକ ଦେଶ ଭ୍ରମଣ କରି ବହୁ ଅଭିଜ୍ଞତା ଲାଭ କରିଛନ୍ତି | 1962 ମସିହାରେ ଶ୍ରୀଲଙ୍କା, 1968 ମସିହାରେ ଇସ୍ରାଏଲ ଏବଂ ଜୁନ୍-ଜୁଲାଇ 2000 ରେ ଲଣ୍ଡନ ପରିଦର୍ଶନ କରିଥିଲେ |
   1960-61 ମସିହାରେ ସେ ରେଭେନ୍ସା କଲେଜ ଛାତ୍ର ସଂଘର ସହକାରୀ ସମ୍ପାଦକ, 1962ରେ ପଶ୍ଚିମ ହଷ୍ଟେଲ ୟୁନିଅନ୍ ର ସାଧାରଣ ସମ୍ପାଦକ ଏବଂ 1962-63 ମସିହାରେ ରେଭେନ୍ସା କଲେଜ ଛାତ୍ର ସଂଘର ସଭାପତି ଦାୟିତ୍ୱ ତୁଲାଇଛନ୍ତି |  1977-89 ରୁ ଶ୍ରୀମିକ୍ ୟୁନିଅନ୍ ସାଧାରଣ ସମ୍ପାଦକ ଜନତା ପାର୍ଟି ଏବଂ 1984 ମସିହାରୁ ଜନତା ଦଳ S.R.C ରେ ଅଂଶଗ୍ରହଣ କରିଥିଲେ |  ଛାତ୍ର ବୃତ୍ତି ସମୟରେ 1956 ରେ ଆନ୍ଦୋଳନ,  1964 ରେ ପ୍ରଜା ସମାଜବାଦୀ ପାର୍ଟି ସହିତ ଜଡିତ,  ଛାତ୍ରମାନଙ୍କ ଉତ୍କଳ ୟୁନିଅନର ପୂର୍ବତନ ଉପ-ସଭାପତି,  ରାଜ୍ୟ ୟୁନିଟର ପୂର୍ବତନ ଯୁଗ୍ମ ସଚିବ, 1968 ମସିହାରେ P.S.P. ଙ୍କ ନେତୃତ୍ୱରେ ଆଣ୍ଟି-ଆକ୍ଟ ଆନ୍ଦୋଳନରେ ଏକ ମାସ ପାଇଁ ଜେଲ୍ ଯାଇଥିଲେ |  1968 ମସିହାରେ ନୟାଗଡ଼ର ମରୁଡ଼ି ଜନିତ ଲୋକଙ୍କ ଆନ୍ଦୋଳନର ନେତୃତ୍ୱ ନେଇଥିଲେ | ନୟାଗଡ଼ରେ ମୂଲ୍ୟ ବୃଦ୍ଧି ବିରୋଧରେ ଆନ୍ଦୋଳନକୁ ଆଗେଇ ନେଇଥିଲେ ଏବଂ 1973 ରେ  ଜେଲରେ ରହିଥିଲେ। ଜେପି ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ MISA ଅଧୀନରେ ଗିରଫ ହୋଇଥିଲେ |

Post a Comment

Please Select Embedded Mode To Show The Comment System.*

Previous Post Next Post