ଦଶପଲ୍ଲାରେ ଗଡିଲା ରାଜସ୍ବ ରଥ
ଦଶପଲ୍ଲା : 04/06/2021(ରିପୋର୍ଟ : ରତ୍ନାକର ହୋତା): ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ତହସିଲ କାର୍ଯ୍ୟାଳୟ ଠାରେ ରାଜସ୍ୱ ରଥର ଶୁଭାରମ୍ଭ ହୋଇଛି । ଏହି ଉତ୍ସବରେ ନୟାଗଡ଼ ଜିଲ୍ଲାପାଳଶ୍ରୀମତୀ ପୋମା ଟୁଡୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ, ରାଜସ୍ବ ରଥର ଶୁଭାରମ୍ଭ କରିଥିଲେ । ଏହି ଉଦ୍ ଘାଟନ ଉତ୍ସବରେ ଦଶପଲ୍ଲା ତହସିଲଦାର ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ , ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା , ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା ସାହୁ ,ଦଶପଲ୍ଲା ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ କଂ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । ଏହି ରାଜସ୍ବ ରଥ ମାଧ୍ୟମରେ ରାଜସ୍ୱ ବିଭାଗ , ଜନ ସାଧାରଣ କୁଂ ସମସ୍ତ ସୁବିଧା ଯୋଗାଇ ଦେବା , ଏହାର ଲକ୍ଷ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି ରଥଟି ଦଶପଲ୍ଲା ତହସିଲ ଅନ୍ତର୍ଗତ ସମସ୍ତ ଗ୍ରାମକୁ ଯାଇ ଜନସାଧାରଣଙ୍କୁ ଏନେଇ ସଚେତନ କରିବା ସହ ତହସିଲ କାର୍ୟ୍ୟାଳୟ ପକ୍ଷରୁ ସେମାନଙ୍କୁ ଯେଉଁସବୁ କାର୍ୟ୍ୟର ସୁବିଧା ଯୋଗାଇ ଦିଆଯାଉଥିଲା , ସେହି ସୁବିଧା ,ବର୍ତ୍ତମାନ ଜନସାଧାରଣ ଙ୍କୁ ସେମାନଙ୍କ ଦାଣ୍ଡ ଦୁଆରେ ପହଞ୍ଚାଇ ଦିଆଯିବ ବୋଲି କହିଛନ୍ତି ବିଧାୟକ ରମେଶ ଚନ୍ଦ୍ର ବେହେରା ।ads
ଏହା ମାଧ୍ୟମରେ ଲୋକମାନେ ଆବେଦନ କରୁଥିବା ଜାତିଗତ ପ୍ରମାଣ ପତ୍ର , ସ୍ଥାୟୀ ପ୍ରମାଣ ପତ୍ର , ଆୟ ପ୍ରମାଣ ପତ୍ର , ଦାଖଲ ଖାରଜ , ଜମି ପଟ୍ଟା , ଜମିର ନକଲ ପଟ୍ଟା ସୁବିଧାରେ ଓ କମ ସମୟ ମଧ୍ୟରେ ପାଇ ପାରିବେ ବୋଲି ଆଶା ପ୍ରକାଶ କରାଯାଇଛି । ଏହି କାର୍ୟ୍ୟକ୍ରମ ରେ ଦଶପଲ୍ଲା ତହସିଲର ବହୁ ରାଜସ୍ବ କର୍ମଚାରୀ ଉପସ୍ଥିତ ଥିଲେ । ଏହି ରଥ ଆଦିବାସୀ ଅଧ୍ୟୁଷିତ , ଦଶପଲ୍ଲା ତହସିଲ ଅନ୍ତର୍ଗତ ସମସ୍ତ ଗ୍ରାମରେ ବୁଲି ଲୋକଙ୍କୁ ସଚେତନ କରାଇବ ।