ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ |
ଜଗନ୍ନାଥପ୍ରସାଦ : 04/06+2021: ଆଜି ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ଓଡିଶା ପରିବାର ତରଫରୁ ସପ୍ତମ ଦିନର ରନ୍ଧା ଖାଦ୍ୟ ପ୍ରସ୍ତୁତ ହୋଇ ବଣ୍ଟନ କରାଯାଇଛି |କୁମ୍ପାପଡା ଠାରୁ ଭଞ୍ଜନଗର ରାଜ ରାସ୍ତା କଡ଼ରେ ଅସହାୟ ଅବସ୍ଥା ରେ ଦିନ କାଟୁଥିବା ବ୍ୟକ୍ତି ବିଶେଷ ସହିତ ବିକଳାଙ୍ଗ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ଓ ଦିନ ମଜୁରିଆ ଭାଇ ମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି | ଆଜିର ପୋଗ୍ରାମ ପାଇଁ କ୍ଷୀରୋଦ ପ୍ରସାଦ ପ୍ରଧାନ ସହାୟତା କରିଥିଲେ |
Ads
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ମୋଟାବାଡ଼ି ଗ୍ରାମ ର କ୍ଷୀରୋଦ ପ୍ରସାଦ ପ୍ରଧାନ ତାଙ୍କରି ମାତା ସ୍ୱଗର୍ତ୍ତ ମଳୟ ପ୍ରଧାନଙ୍କ ସପ୍ତମ ଦିନର ଅନ୍ତେଷ୍ଟି କ୍ରିୟା କରିବା ନିମନ୍ତେ ସଂଗଠନ କୁ ସାତ ଦିନ ପାଇଁ ସାହାଯ୍ୟ କରିଛନ୍ତି |
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ମୋଟାବାଡ଼ି ଗ୍ରାମ ର କ୍ଷୀରୋଦ ପ୍ରସାଦ ପ୍ରଧାନ ତାଙ୍କରି ମାତା ସ୍ୱଗର୍ତ୍ତ ମଳୟ ପ୍ରଧାନଙ୍କ ସପ୍ତମ ଦିନର ଅନ୍ତେଷ୍ଟି କ୍ରିୟା କରିବା ନିମନ୍ତେ ସଂଗଠନ କୁ ସାତ ଦିନ ପାଇଁ ସାହାଯ୍ୟ କରିଛନ୍ତି |
ସମ୍ପୂର୍ଣ ଅର୍ଥ ଦେଇ ସେ ସଂଗଠନ ତରଫରୁ ତିନି ଦିନ ଅସହାୟ ବ୍ୟକ୍ତି ବିଶେଷ ସହିତ ଭିନ୍ନକ୍ଷମ, ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ତଥା ଦିନ ମଜୁରିଆ ଓ କିଛି ବୁଲା ଜୀବଜନ୍ତୁ ଙ୍କ ପେଟ ରେ ଦାନା ମୁଠିଏ ଦେଇ ହସ ଫୁଟେଇ ପାରିଛନ୍ତି | ମାନବିକତା ନିସ୍ଵାର୍ଥ ସମାଜ ସେବା ମନୋଭାବ ପାଇଁ ଆଗାମୀ ଚାରି ଦିନ ମଧ୍ୟ ଏଭଳି ଅସହାୟ ବ୍ୟକ୍ତିମାନଙ୍କୁ ରନ୍ଧାଖାଦ୍ୟ ଦିଆଯିବ | ସଂଗଠନର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି |