ଓଡିଶା ଡ୍ରାଇଭର ମହାସଂଘ ନୟାଗଡ଼ , ବାଣିଗୋଛା ଶାଖା ତରଫରୁ ମାକ୍ସ ଓ ସାନିଟାଇଜର୍ ବଣ୍ଟନ
ଦଶପଲ୍ଲା : 13/06/2021(ରିପୋର୍ଟ : ସୁବାଷ ଚନ୍ଦ୍ର ବାରିକ): ଓଡିଶା ଡ଼୍ରାଇଭର୍ ମହାସଂଘ ନୟାଗଡ଼, ବାଣିଗୋଛା ଶାଖା ତରଫରୁ ଆଜି ୫୭ ନଂ ଜାତୀୟ ରାଜପଥ ବାଣିଗୋଛା ଠାରେ ଏକ ପଥପ୍ରାନ୍ତ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ବାଣିଗୋଛା ଥାନା ଏ ଏସ୍ ଆଇ ଶ୍ରୀ ପ୍ରଭାତ କୁମାର ସୁବୁଦ୍ଧି ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଦଶପଲ୍ଲା ପଂଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ସାହୁ ଯୋଗଦେଇ ଡ୍ରାଇଭର ମହାସଂଘ ର ଏହି କାର୍ଯ୍ୟ କୁ ଉଚ୍ଚତ୍ତର ପ୍ରଶଂସା କରିଥିଲେ ।ଓଡିଶା ଡ୍ରାଇଭର ମହାସଂଘ ନୟାଗଡ଼ ଶାଖାର ସଭାପତି ପାଣୁଚରଣ ସ୍ବାଇଁ, ସଂପାଦକ ସନ୍ତୋଷ ସାଥୁଆ କଂ ସମେତ,ବାଣିଗୋଛା ଶାଖା ର ଉତ୍ସାହି ସଦସ୍ୟ ସୁରେଶ ସାହୁ, ସାନ୍ତନୁ ନାଏକ ଓ ସହଯୋଗୀ ମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏଥିସହିତ ରଣପୁର ବ୍ଲକ ର ସଭାପତି ସହଦେବ ସ୍ବାଇ ଗଭର୍ଣ୍ଣିଗ୍ ବଡି ସଭ୍ୟ
ଅବକାଶ କାଠୁଆ ଓ ଖଣପଡାବ୍ଲକ୍ ସଦସ୍ୟ ଦଣ୍ଡପାଣି ସାହୁ, ଦୀଲ୍ଲିପ ପରିଡା, ହାଡିବଂଧୁ ରାଉତ ଓ ନୂଆଗାଁ ବ୍ଲକ୍ ର ସୁରେଶ ସ୍ବାଇଁ ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରେ ଶତାଧିକ ଗାଡି ଡ୍ରାଇଭର ମାନଙ୍କୁ ମାସ୍କ, ସାନିଟାଇଜର୍, ସାବୁନ୍ ଇତ୍ୟାଦି ବଣ୍ଟନ କରାଯାଇଥିଲା ।
Tags:
Local news