ଗରମ ପେଜ ପଡ଼ି ଶିଶୁ ଗୁରୁତର !
ବାଣିଗୋଛା : 22/06/2021(ରିପୋର୍ଟ : ସୁବାଷ ବାରିକ ): ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଡିଗାଁ ପଂଚାୟତ ମଧୁପୁର ଗ୍ରାମର ଘଟିଛି ଏକଅଘଟଣ ।ନିଜ ଘରେ ବଡଭାଉଣୀ ରୋଷେଇ କରିଥିବା ବେଳେ ଚୁଲିରୁ ଭାତ ଗାଳି ପେଜ ଢାଳିବାକୁ ନେଉଥିବା ବେଳେ ସାମ୍ନାପଟୁ ସନାଭାଇ ସୁମନ ଅଜାଣତରେ ଦୌଡ଼ି ପଳେଇ ଆସୁଥିବା ବେଳେ ଭଉଣୀନେଇ ଯାଉଥିବା ଗରମ ପେଜ ସୁମନ ଉପରେ ଢାଳି ହୋଇ ଯାଇଥିଲା ।ଫଳରେ ପୁଅର ଛାତି, ମୁଣ୍ଡ ଓ ଶରୀରର ୭0 ଭାଗ ପୋଡି ଯାଇଥିଲା ।ସଙ୍ଗେ ସଙ୍ଗେ ତାକୁ ଆମୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠି ସ୍ୱାଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା କିନ୍ତୁ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଡାକ୍ତର ସୁମନଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
Follow Us On Dailyhunt
Tags:
Local news