ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର"ଆମ୍ବପଡ଼ା ପାନୀୟ ଜଳ ପ୍ରକଳ୍ପ" ନିର୍ମାଣ କାର୍ଯ୍ୟ ରେ ଦୁର୍ନୀତି ଅଭିଯୋଗ: 8 ବର୍ଷ ହେଲାଣି ସରୁନି ପ୍ରକଳ୍ପ କାର୍ଯ୍ୟ, ମିଳୁନି ପାନୀୟ ଜଳ।
ନୂଆଗାଁ : 03/06/2021(ରିପୋର୍ଟ ପ୍ରଦୀପ୍ତ କୁମାର ସାହୁ ): ଜଳ ହିଁ ଜୀବନ ! ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଲୋକଙ୍କ ପାନୀୟଜଳ ସମସ୍ୟା କୁ ଦୃଷ୍ଟିରେ ରଖି , ବିଭିନ୍ନ ସ୍ଥାନରେ ନଳ କୁପ ଖନନ କରିବା ସହିତ ଜଳକ୍ଳିଷ୍ଟ ଗ୍ରାମାଞ୍ଚଳରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ପାଇଁ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି ।
ହେଲେ ଏହିସବୁ ପ୍ରକଳ୍ପର ନିର୍ମାଣ ଦାୟିତ୍ବ ରେ ଥିବା କିଛି ବିଭାଗୀୟ ଅଧିକାରୀ ଙ୍କ ଇଚ୍ଛାଶକ୍ତି ଅଭାବ ଓ,ଦାୟିତ୍ବହୀନତା ଏବଂ ଦୁର୍ନୀତିଖୋର ମନୋଭାବ ଯୋଗୁଁ ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ
, ଏହାର ସୁଫଳ ଲୋକମାନେ ପାଇପାରୁନଥିବା ନେଇ ଅଭିଯୋଗ ହେଉଛି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ସୀଙ୍ଗାରପଲ୍ଲି ପଞ୍ଚାୟତର ଯୋଡାସାହି, ଆମ୍ବପଡ଼ା ଓ ନୂଆଗାଁ ଗ୍ରାମର ୪୦୦ ପରିବାର କୁ ପାଇପ୍ ଯୋଗେ ନଦୀରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ନୟାଗଡ଼ ଜିଲ୍ଲା "ଗ୍ରାମ୍ୟ ଜଳଯୋଗାଣ ଓ
ପରିମଳ ବିଭାଗ(RWSS)ଦ୍ଵାରା ନିର୍ମିତ "ଆମ୍ବପଡ଼ା ପାନୀୟ ଜଳ ପ୍ରକଳ୍ପ "ଯୋଡାସାହି ସମେତ ଏହି ତିନୋଟି ଗ୍ରାମରେ ସବୁଆଡେ ପାଇପ୍ ବିଛାହୋଇଛି କିନ୍ତୁ ପାଇପରେ ପାଣି ଆସୁନି।ପ୍ରକଳ୍ପ କାମ ଅଧାପନ୍ତରିଆ କରି ଠିକାଦାର ଏହାର ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ,ରାଜନେତା ଓ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ହାତ କରି ବିଲ କରି ନେଇଥିବାର ଅଭିଯୋଗ ହେଉଛି।ଏହି ପ୍ରକଳ୍ପ କାମର ଅବସ୍ଥା କଥା ନଦେଖିଲେ ବିଶ୍ୱାସ କରିହେବନି। ପାଣି ପାଇଁ ନଦୀରେ ଖୋଳା ଯାଇଥିବା କୂଅ,ଏହାଉପରେ ଦିଆଯାଇଥିବା ଟିଣ ଘୋଡ଼ଣି, ନିର୍ମିତ ପାଣି ଟାଙ୍କି,ଓ ବିଛାଯାଇଥିବା ପାଇପ କାମରେ ବ୍ୟାପକ ଅନିୟମିତତା ହୋଇଥିବା ଦେଖିବାକୁ ମିଳୁଛି। ପାଣି ପାଇପ ମାଟି ତଳେ ବିଛାଯିବା ନିୟମ ଥିବାବେଳେ,ଠିକାଦାର ଗ୍ରାମର ନାଳ ନର୍ଦ୍ଦମା ପାଣି ଯାଉଥିବା ଡ୍ରେନ ଭିତରେ ପାଇପ ପକାଇ ନେଇଛନ୍ତି।ads
ହେଲେ ଏହିସବୁ ପ୍ରକଳ୍ପର ନିର୍ମାଣ ଦାୟିତ୍ବ ରେ ଥିବା କିଛି ବିଭାଗୀୟ ଅଧିକାରୀ ଙ୍କ ଇଚ୍ଛାଶକ୍ତି ଅଭାବ ଓ,ଦାୟିତ୍ବହୀନତା ଏବଂ ଦୁର୍ନୀତିଖୋର ମନୋଭାବ ଯୋଗୁଁ ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ
ପରିମଳ ବିଭାଗ(RWSS)ଦ୍ଵାରା ନିର୍ମିତ "ଆମ୍ବପଡ଼ା ପାନୀୟ ଜଳ ପ୍ରକଳ୍ପ "ଯୋଡାସାହି ସମେତ ଏହି ତିନୋଟି ଗ୍ରାମରେ ସବୁଆଡେ ପାଇପ୍ ବିଛାହୋଇଛି କିନ୍ତୁ ପାଇପରେ ପାଣି ଆସୁନି।ପ୍ରକଳ୍ପ କାମ ଅଧାପନ୍ତରିଆ କରି ଠିକାଦାର ଏହାର ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ,ରାଜନେତା ଓ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ହାତ କରି ବିଲ କରି ନେଇଥିବାର ଅଭିଯୋଗ ହେଉଛି।ଏହି ପ୍ରକଳ୍ପ କାମର ଅବସ୍ଥା କଥା ନଦେଖିଲେ ବିଶ୍ୱାସ କରିହେବନି। ପାଣି ପାଇଁ ନଦୀରେ ଖୋଳା ଯାଇଥିବା କୂଅ,ଏହାଉପରେ ଦିଆଯାଇଥିବା ଟିଣ ଘୋଡ଼ଣି, ନିର୍ମିତ ପାଣି ଟାଙ୍କି,ଓ ବିଛାଯାଇଥିବା ପାଇପ କାମରେ ବ୍ୟାପକ ଅନିୟମିତତା ହୋଇଥିବା ଦେଖିବାକୁ ମିଳୁଛି। ପାଣି ପାଇପ ମାଟି ତଳେ ବିଛାଯିବା ନିୟମ ଥିବାବେଳେ,ଠିକାଦାର ଗ୍ରାମର ନାଳ ନର୍ଦ୍ଦମା ପାଣି ଯାଉଥିବା ଡ୍ରେନ ଭିତରେ ପାଇପ ପକାଇ ନେଇଛନ୍ତି।ads
ଗ୍ରାମବାସୀ ଙ୍କ କହିବାକଥା,ତଦାରଖ ଦାୟିତ୍ଵରେ ଥିବା ଯନ୍ତ୍ରୀ ଉପସ୍ଥିତ ରହୁନଥିବାରୁ ,ଆମେ ବାରମ୍ବାର ଠିକାଦାର ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେ ଆମକଥା ନଶୁଣି ଓଲଟା ଧମକ ଦେଇ କହୁଛନ୍ତି କି ମୋର ସବୁ ଅଫିସର ହାତରେ ,ତମେ S.D.O ନମ୍ବର ନିଅ ଫୋନ କର,ତମ ହାତରେ ଜାହାହେଉଛି କର।ସରକାରଙ୍କ 5T(୫ ଟି) ଯୋଜନାରେ ଦୁର୍ନୀତି ଖୋର ଅଫିସର ଓ ଠିକାଦାର ପ୍ରଭୃତି ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଡ଼ା ନିର୍ଦ୍ଦେଶ ନାମା ଜାରି ହୋଇଥିବା ବେଳେ,ନୟାଗଡ଼ ଜିଲ୍ଲା ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗ(RWSS) ଦ୍ଵାରା ଗ୍ରାମାଞ୍ଚଳରେ କରାଯାଉଥିବା ପ୍ରକଳ୍ପ କାମରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ ବିଭାଗୀୟ ଉଚ୍ଚ ଅଧିକାରୀ , ବ୍ଲକ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ସବୁଜାଣି ଚୁପ୍ ରହୁଥିବା ଅଭିଯୋଗ ହେଉଛି। ଆମ୍ବପଡ଼ା ପାନୀୟଜଳ ପ୍ରକଳ୍ପ ସମେତ ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ହେଉଥିବା ପାନୀୟଜଳ ପ୍ରକଳ୍ପ କାମରେ ଠିକାଦାର , ଯନ୍ତ୍ରୀ ଓ ବିଭାଗୀୟ
ଉଚ୍ଚଅଧିକାରି ଙ୍କ ମଧୁଚନ୍ଦ୍ରିକା ରେ ବିଭାଗୀୟ ନିୟମ ଅନୁଯାୟୀ କାମ କରାନଯାଇ ଏଭଳି ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି।ନୂଆଗାଁ ବ୍ଳକର ପାନୀୟଜଳ ପ୍ରକଳ୍ପ କାମରେ କିପରି ଦୁର୍ନୀତି ହେଉଛି ତାହା ଜଳ ଜଳ ହୋଇ ଦେଖାଯାଉଛି।
ଏକଥା ଆମେ କହୁନୁ ପ୍ରମାଣ ଆପଣଙ୍କ ଆଖି ସାମ୍ନାରେ।
ଖବର ପ୍ରସାରଣ ପରେ ଯଦି,ନୂଆଗାଁ ବ୍ଲକ୍ ପ୍ରଶାସନ ଓ ବିଭାଗୀୟ ଉଚ ଅଧିକାରୀ ଦୃଷ୍ଟି ଦିଅନ୍ତେ ତେବେ ଯୋଡାସାହି ଗ୍ରାମ ସମେତ ନୂଆଗାଁ ଓ ଆମ୍ବପଡ଼ା ଗ୍ରାମର ଲୋକମାନେ ପାନୀୟ ଜଳ ପାଇପାରନ୍ତେ ବୋଲି ବୁଦ୍ଧିଜବୀମାନେ ମତପ୍ରକାଶ କରିଛନ୍ତି।