ସଟର ବନ୍ଦ କରି ଦୋକାନ ଭିତରେ ଚାଲୁଥିଲା ବେପାର, 3ଜଣ ଗିରଫ ସହ 1 ଲକ୍ଷ ଜୋରିମାନା !

ସଟର ବନ୍ଦ କରି ଦୋକାନ ଭିତରେ ଚାଲୁଥିଲା ବେପାର,  3ଜଣ ଗିରଫ ସହ 1 ଲକ୍ଷ ଜୋରିମାନା !

ସଟର ବନ୍ଦ କରି ଦୋକାନ ଭିତରେ ଚାଲୁଥିଲା ବେପାର,  3ଜଣ ଗିରଫ ସହ 1 ଲକ୍ଷ ଜୋରିମାନା ! ସଟର ବନ୍ଦ କରି ଦୋକାନ ଭିତରେ ଚାଲୁଥିଲା ବେପାର,  3ଜଣ ଗିରଫ ସହ 1 ଲକ୍ଷ ଜୋରିମାନା !   ଭଦ୍ରକ,ବାସୁଦେବପୁର/ ୧୮/୦୬/୨୦୨୧: (ରିପୋର୍ଟ ସମୀର ମହାନ୍ତି ): ଲକଡାଉନ ସମୟରେ ଦୋକାନ ଭିତରେ ଗ୍ରାହକ, ବାହାରେ ସଟର ବନ୍ଦ କରିବା ପଡିଲା  ମହଙ୍ଗା। ୩ କର୍ମଚାରୀ ଗିରଫ ସହ ମାଲିକ ନାମରେ ଥାନାରେ ମାମଲା ରୁଜୁ। ସୂଚନା ଅନୂଯାୟୀ ବୁଧବାର ଅପରାହ୍ନ ୪.୩୦ ସମୟରେ ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିଦେଇପୁରରେ ବାସନ୍ତୀ ଦୂର୍ଗା ସପିଂମଲ ଖୋଲାଥିବାର ଖବର ପାଇ ବାସୁଦେବପୁର ତହସିଲଦାର ପହଁଚିଥିଲେ। ଦୋକାନର ମାଲିକ ଶକ୍ତିପଦ ମଣ୍ତଳ ଦୋକାନର ମୂଖ୍ୟ ଦ୍ୱାର ବନ୍ଦ କରି କେଉଁଆଡେ ଚାଲିଯାଇଥିଲେ। ଦୀର୍ଘ ୨ଘଣ୍ଟା ପରେ ନାୟକାଣିଡିହି ଥାନାର କର୍ମଚାରୀଙ୍କ ଅନୂରୋଧ କ୍ରମେ ଦୋକାନର କର୍ମଚାରୀ ଦୋକାନ ଖୋଲିଥିଲେ। ଏକ ୭ବର୍ଷର ଶିଶୁ ସମେତ ୩ଜଣ ଗ୍ରାହକଙ୍କୁ ଏକ ଟ୍ରାଏଲ ରୁମରେ ଶ୍ୱାଷ  ରୁଦ୍ଧ କରିରଖିବା ସହ କୋଭିଡ୍ ନିୟମକୁ ଫାଙ୍କିବା ଏବଂ ଥାନା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ନାୟକାଣିଡିହି ଥାନାରେ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଲିଖିତ ଅଭିଯୋଗ କରିବା ସହ ଏକ ଲକ୍ଷ ଟଙ୍କା ଜରିମନା ସହ ୧୫ ଦିନ ପାଇଁ ଦୋକାନ ସିଲ୍ କରିଛନ୍ତି। ନାୟକାଣିଡିହି ପୋଲିସ ଏକ ମାମଲା ରୁଜୁ କରି ବଳରାମ ଯେନା,ଶୁକଦେବ ଦାସ,ସ୍ମିତାରାଣୀ ଦାସ ୩ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହ ମାଲିକ ଶକ୍ତିପଦ ମଣ୍ତଳ ଫେରାର ଥିବା ଥାନାଅଧିକାରୀ ସୁଶାନ୍ତ ମିଶ୍ର ସୂଚନା ଦେଇଛନ୍ତି। ଏଠି କଥା ଉଠିଛି କୋରଣା ର ମୃତ୍ୟୁ ସଂଖ୍ୟା ବଡୁଥିବାରୁ ରାଜ୍ୟ ସରକାର ଙ୍କ କୋଭିଡ୍ ନିୟମ କୁ କାହିଁକି ଠିକ୍ ସେ ପାଳନ କରାଯାଉ ନାହିଁ।




ଭଦ୍ରକ,ବାସୁଦେବପୁର/ ୧୮/୦୬/୨୦୨୧: (ରିପୋର୍ଟ ସମୀର ମହାନ୍ତି ): ଲକଡାଉନ ସମୟରେ ଦୋକାନ ଭିତରେ ଗ୍ରାହକ, ବାହାରେ ସଟର ବନ୍ଦ କରିବା ପଡିଲା  ମହଙ୍ଗା। ୩ କର୍ମଚାରୀ ଗିରଫ ସହ ମାଲିକ ନାମରେ ଥାନାରେ ମାମଲା ରୁଜୁ। ସୂଚନା ଅନୂଯାୟୀ ବୁଧବାର ଅପରାହ୍ନ ୪.୩୦ ସମୟରେ ବାସୁଦେବପୁର ବ୍ଲକ ଅନ୍ତର୍ଗତ


 ବିଦେଇପୁରରେ ବାସନ୍ତୀ ଦୂର୍ଗା ସପିଂମଲ ଖୋଲାଥିବାର ଖବର ପାଇ ବାସୁଦେବପୁର ତହସିଲଦାର ପହଁଚିଥିଲେ। ଦୋକାନର ମାଲିକ ଶକ୍ତିପଦ ମଣ୍ତଳ ଦୋକାନର ମୂଖ୍ୟ ଦ୍ୱାର ବନ୍ଦ କରି କେଉଁଆଡେ ଚାଲିଯାଇଥିଲେ। ଦୀର୍ଘ ୨ଘଣ୍ଟା ପରେ ନାୟକାଣିଡିହି ଥାନାର କର୍ମଚାରୀଙ୍କ ଅନୂରୋଧ କ୍ରମେ ଦୋକାନର କର୍ମଚାରୀ ଦୋକାନ ଖୋଲିଥିଲେ। ଏକ ୭ବର୍ଷର ଶିଶୁ ସମେତ ୩ଜଣ ଗ୍ରାହକଙ୍କୁ ଏକ ଟ୍ରାଏଲ ରୁମରେ ଶ୍ୱାଷ  ରୁଦ୍ଧ କରିରଖିବା ସହ କୋଭିଡ୍ ନିୟମକୁ ଫାଙ୍କିବା ଏବଂ ଥାନା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ନାୟକାଣିଡିହି ଥାନାରେ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଲିଖିତ ଅଭିଯୋଗ କରିବା ସହ ଏକ ଲକ୍ଷ ଟଙ୍କା ଜରିମନା ସହ ୧୫ ଦିନ ପାଇଁ ଦୋକାନ ସିଲ୍ କରିଛନ୍ତି। 

ନାୟକାଣିଡିହି ପୋଲିସ ଏକ ମାମଲା ରୁଜୁ କରି ବଳରାମ ଯେନା,ଶୁକଦେବ ଦାସ,ସ୍ମିତାରାଣୀ ଦାସ ୩ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହ ମାଲିକ ଶକ୍ତିପଦ ମଣ୍ତଳ ଫେରାର ଥିବା ଥାନାଅଧିକାରୀ ସୁଶାନ୍ତ ମିଶ୍ର ସୂଚନା ଦେଇଛନ୍ତି। ଏଠି କଥା ଉଠିଛି କୋରଣା ର ମୃତ୍ୟୁ ସଂଖ୍ୟା ବଡୁଥିବାରୁ ରାଜ୍ୟ ସରକାର ଙ୍କ କୋଭିଡ୍ ନିୟମ କୁ କାହିଁକି ଠିକ୍ ସେ ପାଳନ କରାଯାଉ ନାହିଁ।
   
     

Post a Comment

Please Select Embedded Mode To Show The Comment System.*

Previous Post Next Post