ଉତ୍କଳ ପରିଷଦ ନବରଙ୍ଗପୁରର ୧୫ତମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ I

ଉତ୍କଳ ପରିଷଦ ନବରଙ୍ଗପୁରର ୧୫ତମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ I

ଉତ୍କଳ ପରିଷଦ ନବରଙ୍ଗପୁରର ୧୫ତମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ I


ନବରଙ୍ଗପୁର (୨୦/୫),(ରିପୋର୍ଟ: ସନାତନ ମହାକୁଡ): ଉତ୍କଳ ପରିଷଦ ନବରଙ୍ଗପୁରର ୧୫ତମ ସ୍ଵନକ୍ଷତ୍ର ଉତ୍ସବ କରୋନା କଟକଣା ମଧ୍ୟରେ ଅତି ସରଳ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଅନଲାଇନ ରାଜ୍ୟସ୍ତରୀୟ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟବକ୍ତା ଡଃ ବିଜୟ କୁମାର ମିଶ୍ର ଅନୁଷ୍ଠାନ ବିଗତ ବର୍ଷମାନଙ୍କର କାର୍ଯ୍ୟ ସଂପର୍କରେ ଆଲୋକପାତ କରିବା ସହିତ ଏହା ଭୂମିକା ସଂପର୍କରେ ଅବଗତ କରାଇଥିଲେ।

ପରିଷଦର ସଭାପତି ପ୍ରେମଚାନ୍ଦ ପଟ୍ଟନାୟକ ଉପସଭାପତି ପ୍ରବାସିନୀ ମହାନ୍ତି, ସଂପାଦକ ତପନ କୁମାର ବିଷୋୟୀ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ କବିତା ପାଠ କରିଥିଲେ। ସଂଯୋଜକ ଜଗନ୍ନାଥ ବେହେରାଙ୍କ ଚିତ୍ତାକର୍ଷକ ସଂଯୋଜନାରେ ଅନୁଷ୍ଠିତ

ରାଜ୍ୟସ୍ତରୀୟ କବିତା ଆସରରେ ଯତୀନ ପ୍ରସାଦ, ଉଷାରାଣୀ, ଡଃ ବିଭୁପ୍ରସାଦ ସାହୁ, ଦେବୀ ତ୍ରିପାଠୀ, ଜଗଦୀଶ ତ୍ରିପାଠୀ, ଜାହ୍ନବୀ ପଣ୍ଡା, କୈଳାସ ଚନ୍ଦ୍ର ବେହେରା, ପର୍ଶୁରାମ ସାହୁ, ସନାତନ ମହାକୁଡ,

ରବିକାନ୍ତ ରଘୁରାମ, ସୁଭାଷ ବିଷୋୟୀ, ସନ୍ତୋଷ ସାହୁ ପ୍ରମୁଖ କବି ଓ କବୟିତ୍ରୀ ସ୍ବରଚିତ କବିତା ପାଠ କରିବା ସହିତ କରୋନା କାଳରେ ନିଜର ଭୂମିକା ସଂପର୍କରେ ସଂକ୍ଷିପ୍ତରେ ପ୍ରକାଶ କରିଥିଲେ।

Post a Comment

Please Select Embedded Mode To Show The Comment System.*

Previous Post Next Post