ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ କିଶୋର ପ୍ରଧାନଙ୍କ ଜନ୍ମଦିବସରେ ସାରସ୍ୱତ କବିତା ଆସର ଅନୁଷ୍ଠିତ !

ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ କିଶୋର ପ୍ରଧାନଙ୍କ ଜନ୍ମଦିବସରେ ସାରସ୍ୱତ କବିତା ଆସର ଅନୁଷ୍ଠିତ !

ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ କିଶୋର ପ୍ରଧାନଙ୍କ ଜନ୍ମଦିବସରେ ସାରସ୍ୱତ କବିତା ଆସର ଅନୁଷ୍ଠିତ !


ମାଲକାନଗିରି:(ରିପୋର୍ଟ : ସନାତନ ମହାକୁଡ଼ ) : ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ ଯଶସ୍ଵୀ କବି କିଶୋର ଚନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସରେ ଏକ କବିତା ଆସର ଏବଂ ସାରସ୍ବତ ବନ୍ଧୁ ମିଳନ ଉତ୍ସବ ଗୁଗୁଲ୍ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଆସରରେ ମାଟିଲଗ୍ନା ସାହିତ୍ୟ ସଂସଦ ମାଲକାନଗିରିର ସଂପାଦକ ଶ୍ରୀ ଦୀନବନ୍ଧୁ ବେଜଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ବେଳେ ସଂଗଠନ ସଂପାଦକ ଶ୍ରୀ ଗୋଦାବରୀଶ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସାହିତ୍ୟି ସଂସଦର ସଭାପତି କିଶୋର ଚନ୍ଦ୍ର ପ୍ରଧାନ ଏହି ଆସରେରେ ବହୁ କବି ଓ କବୟିତ୍ରୀ କବିତା ମଧ୍ୟରେ ଶୁଭେଚ୍ଛା ଜଣାଇଥିଲେ। କବିତା ପାଠୋତ୍ସବ ଅବସରରେ ସାହିତ୍ୟିକ ପ୍ରଜ୍ଞା ପରମିତା, ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, ଶୋଭାଙ୍ଗିନୀ ନନ୍ଦ, ସ୍ଵାଗତିକା ସାହୁ, ଗୋଦାବରୀଶ ଦାସ, ଜ୍ୟୋତିରଞ୍ଜନ ଦାସ, ବିଜୟଶ୍ରୀ ନାଥ, ଶୁଭ୍ରାଂଶୁ ଶେଖର ପାଢ଼ୀ, ସରସ୍ବତୀ ବାରିକ, ଗଙ୍ଗୋତ୍ରୀ ପ୍ରିୟଦର୍ଶିନୀ, ସ୍ବର୍ଣ୍ଣ ପତି, ନୁରବତୀ ସାହୁ, ରାମନାରାୟଣ ଶର୍ମା,ଗଣପତି ବାଗ, ମହେନ୍ଦ୍ର ପଣ୍ଡା, ରାଜେନ୍ଦ୍ର ବିଶୋଇ, ଭାରତୀ  ଦାସ ସୂର୍ଣ୍ଣ ପତି ପ୍ରମୁଖ ୩୦ ରୁ ଉର୍ଦ୍ଧ କବି ଏବଂ କବୟତ୍ରୀ ଯୋଗ ଦେଇ ଏହି ଜନ୍ମଦିନ କବିତା ଆସରକୁ ସରଗରମ୍ କରିଥିଲେ। ପରିଶେଷରେ ମାଟିଲଗ୍ନା ସାହିତ୍ୟ ଅନୁଷ୍ଠାନର ମା ନୁରାବତି ମାଆ କବିତା ଆସରରେ ଯୋଗ ଦେଇଥିବା ସମସ୍ତ ସାରସ୍ୱତ ସାଧକ ସାଧିକାଙ୍କୁ ଧନ୍ୟବାଦ ଅର୍ପଣକରି ସଭାସାଙ୍ଗ କରା ଯାଇଥିଲା । ।

Post a Comment

Please Select Embedded Mode To Show The Comment System.*

Previous Post Next Post