ଶବ କୁ ମିଳିଲାନାହିଁ ମହା ପ୍ରୟାଣ ଗାଡ଼ି

ଶବ କୁ ମିଳିଲାନାହିଁ ମହା ପ୍ରୟାଣ ଗାଡ଼ି

ଶବ କୁ ମିଳିଲାନାହିଁ ମହା ପ୍ରୟାଣ ଗାଡ଼ି


ନୂଆପଡା /( ବ୍ୟୁରୋ ) :- ମଙ୍ଗଳବାର ଦିନ ସାମ୍ନା କୁ ଆସିଛି ନୂଅପଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର। ଶବବୁହା ଗାଡି ନ ମିଳିବାରୁ ବାପାଙ୍କ ମୃତ ଶରୀର କୁ ନିଜ ମୋଟରସାଇକେଲ ରେ ବାନ୍ଧି ସ୍ୱାସ୍ଥ୍ୟ କେନ୍ଦ୍ରରୁ 10 କିଲୋମିଟର ପର୍ଯ୍ୟନ୍ତ ଗାଁ କୁ ନେଉଥିବା ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି,ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ କରଙ୍ଗାମାଲ ମାଝି ପଡ଼ାର ଯୁଗଳ କିଶୋର ମାଝୀ 60 ବର୍ଷ ମଙ୍ଗଳବାର ଅପରାହ୍ନ 4 ଟା ସମୟରେ ଅସୁସ୍ଥ ହୋଇ ପଢ଼ିଥିଲେ।ଶ୍ରୀ ମାଝୀ ଙ୍କ ପୁଅ ଓ ତାହାର ଜଣେ ସାଙ୍ଗ ଏକ ଆମ୍ବୁଲାନ୍ସ ରେ ପ୍ରଥମେ ବୋଡେ଼ନ ଗୋଷ୍ଠୀ ସ୍ୱାସ୍ଥ୍ୟ ଜେନ୍ଦ୍ର କୁ ଆଣିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସ ପରେ ଗୁରୁତର ହେବାରୁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯିବା ପାଇଁ ଡାକ୍ତର କହିଥିଲେ ।  ସିନାପାଲି ରେ ଚିକିତ୍ସିତ ହେଉଥିବା ବେଳେ ଶ୍ରୀ ମାଝି ଙ୍କ ମୃତ୍ୟୁ ହେଇଯାଇଥିଲା। ଶ୍ରୀ ମାଝି ଙ୍କ ପୁଅ ଓ ପରିବାର ର ଲୋକେ ଶବ ନେବାକୁ ମେଡ଼ିକାଲ କର୍ତ୍ତୃପକ୍ଷ ଙ୍କୁ କହିବା ସହିତ ଶବବୁହା ଗାଡି ଯୋଗେଇ ଦେବାକୁ କହିଥିଲେ।ହେଲେ ତାଙ୍କ କଥା କେହି ଶୁଣି ନ ଥିଲେ ।ତିନି ଘଣ୍ଟା ଅପେକ୍ଷା କଲା ପରେ ମଧ୍ୟ ଶବ ବୁହା ଗାଡି ଯୋଗେଇ ଦେଇନଥିଲେ। ଯାହା ଫଳରେ ଶ୍ରୀ ମାଝୀ ଙ୍କ ପୁଅ ନିଜ ମୋଟର ସାଇକେଲ ରେ ବାନ୍ଧି ନିଜ ସାଙ୍ଗ ର ସହିତ 10 କିଲୋମିଟର ଗାଁ କୁ ଆଣିଥିଲେ ।ବର୍ତମାନ ଏଇ ଘଟଣା ନୂଆପଡା ଜିଲ୍ଲା ତଥା ଓଡ଼ିଶାରେ ଚର୍ଚା ର ବିଷୟ ହେଇଛି।ସିନାପାଲି ଡାକ୍ତର ଖାନାରେ ଦାୟିତ୍ୱ ରେ ଥିବା ଡାକ୍ତର ଶବ କୁ କିପରି ମୋଟର ସାଇକେଲ ରେ ନେବାକୁ ଅନୁମତି ଦେଲେ ଏହା ଉପରେ ନୂଆପଡା ସି ଡ଼ି ଏମ୍ ଓ  ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ଙ୍କ ମହଲରେ ଦାବି ହେଉଛି।

Post a Comment

Please Select Embedded Mode To Show The Comment System.*

Previous Post Next Post