ଘରୋଇ ଅର୍ଥ ଲଗାଣକାରୀ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣି ୫୭ ନଂ ଜାତୀୟ ରାଜପଥ ଅବରୋଧ କଲେ ଗାଁ ଲୋକେ !

ଘରୋଇ ଅର୍ଥ ଲଗାଣକାରୀ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣି ୫୭ ନଂ ଜାତୀୟ ରାଜପଥ ଅବରୋଧ  କଲେ ଗାଁ ଲୋକେ !

ଘରୋଇ ଅର୍ଥ ଲଗାଣକାରୀ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣି ୫୭ ନଂ ଜାତୀୟ ରାଜପଥ ଅବରୋଧ  କଲେ ଗାଁ ଲୋକେ !


ନୟାଗଡ : 31/05/2021(ରିପୋର୍ଟ : ପ୍ରଦୀପ୍ତ କୁମାର ସାହୁ): ଘରୋଇ ଅର୍ଥ ଲଗାଣକାରୀ କର୍ମଚାରୀ ଙ୍କ କାର୍ଯ୍ୟାଳୟ ଭିତରେ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ସୃଷ୍ଟି ହୋଇଛି  ଉତେଜନା । ହତ୍ୟା ଅଭିଯୋଗ ଆଣି ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ । ଘଟଣା ସ୍ଥଳରେ ପୋଲିସ ଉତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରିବା ସହ ଆରମ୍ଭ କରିଛି ତଦନ୍ତ ।

ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଘଡୁଆଳ ଠାରେ ଏକ ଘରୋଇ ଅର୍ଥ ଲଗାଣ କାରୀ ସଂସ୍ଥା(ଆଦିତ୍ୟ ଆସୋସିଏଟ)ରେ କାର୍ଯ୍ୟ କରୁଥିଲେ ନୟାଗଡ଼ "କଇଥ ଗାଡିଆ" ଗାଁ ର 42 ବର୍ଷୀୟ ଯୁବକ "ବିଜୟ କୁମାର ନାୟକ" (ଅଲେଖ)।ତେବେ ଆଜି ତାଙ୍କ ମୃତ ଦେହ ଉକ୍ତ କାର୍ଯ୍ୟାଳୟ ଭିତରେ ଦେଖିବାକୁ ମିଳିଥିଲା ।ମୃତ ବିଜୟ " ଆଦିତ୍ୟ ଆସୋସିଏଟ" ର ରିକୋଭରି କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ।
Ads

 

ମୃତ ବିଜୟ ଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ କରିଥିବା ବେଳେ ଗ୍ରାମବାସୀ ମାନେ ଘଟଣା ର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରି ୫୭ ନଂ ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି ।ତେବେ ନୟାଗଡ଼ ଟାଉନ ଥାନା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ ଜବତ କରିଛି। ଟାଉନ ଥାନା ଆଇଆଇସି  "ଜୟଦିପ୍ ମହାନ୍ତି " ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି ,କେଉଁ ପରିସ୍ଥିତି ରେ ଏପରି ଘଟଣା ଘଟିଛି ଏହାକୁ ନେଇ ତଦନ୍ତ ଜାରିରଖି ଥିବା ବେଳେ ପୋଲିସ  ଉତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରୁଛି ।

Cilck to shop

Post a Comment

Please Select Embedded Mode To Show The Comment System.*

Previous Post Next Post